Posted inଜାତୀୟ

ତିନି ଦିନିଆ ଭାରତ ଗସ୍ତରେ ଗୁଜରାଟ ଆସିବେ ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ,୧୮ ।୪: କରୋନା ଭାଇରସରେ ଦେଶରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଗଣନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ପ୍ରକ୍ରିୟା ଉପରେ ଭାରତ ଆପତ୍ତି କରିଛି । ଏହି ବିବାଦ ଭିତରେ ସୋମବାର ଡବ୍ଲୁଏଚଓ ମୁଖ୍ୟ ଗୁଜରାଟ ଗସ୍ତ କରୁଛନ୍ତି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରିସିୟସ ସୋମବାର ୩ ଦିନିଆ ଭାରତ ଗସ୍ତରେ ଗୁଜରାଟ ପହଞ୍ଚିବେ ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦିଙ୍କ ସହ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ୧୮ ଏପ୍ରିଲରେ ଡା. ଟେଡ୍ରୋସ ରାଜକୋଟରେ ପହଞ୍ଚିବେ । ସେଠାରେ ସେ ରାତିରେ ରହିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ସେ ମୋଦିଙ୍କ ସହ ଜାମନଗରରେ ପାରମ୍ପରିକ ଚିକିତ୍ସା ଉପରେ ଡବ୍ଲୁଏଚଓର କେନ୍ଦ୍ର(ଜିସିଟିଏମ)ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ।
ବୁଧବାର ଡା. ଟେଡ୍ରୋସ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ମୋଦିଙ୍କସହ ଗ୍ଲୋବାଲ ଆୟୁଷ ଇନଭେଷ୍ଟମଣ୍ଟ ଆଣ୍ଡ ଇନୋଭେଶନ ସମିଟର ଉଦଘାଟନ ସମାରୋହରେ ଯୋଗ ଦେବେ । ଏହି ୩ ଦିବସୀୟ ସମାରୋହରେ ୧୦ରୁ ଅଧିକ ବକ୍ତା ଓ ୧୦୦ରୁ ଅଧିକ ପ୍ରଦର୍ଶକ ସାମିଲ ହେବେ । ଏହି ସମିଟ ୱେଲନେସ ଉଦ୍ଦ୍ୟୋଗ ସହ ଜଡିତ ଷ୍ଟାଟଅପ୍ ଇକୋସିଷ୍ଟମରେ ଶୋଧ ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିବେଶ ସମ୍ଭାବନା ଖୋଜିବାରେ ସାହାଯ୍ୟ କରିବ ।
ରାଜକୋଟର ଜିଲାପାଳ ମହେଶ ବାବୂ ରବିବାର କହିଛନ୍ତି ଜିସିଟିଏମ ପାରମ୍ପାରିକା ଔଷଧ ପାଇଁ ବିଶ୍ୱର ପ୍ରଥମ ଓ ଗୋଟିଏ ମାତ୍ର ଆଉଟପୋଷ୍ଟ ହେବ । ସୂଚନାଯୋଗ୍ୟ, ଦେଶରେ କରୋନା ମହାମାରୀ ଯୋଗୁ ହୋଇଥିବା ମୃତ୍ୟୁର ଗଣନାକୁ ନେଇ ଡବ୍ଲୁଏଚଓର ଆକଳନ ଉପରେ ଭାରତ ଆପତ୍ତି କରିଛି । ଭାରତ ସରକାର କହିଛନ୍ତି, ଆମର ବିଶାଳ ଭୌଗୋଳିକ ଆକାର ଓ ଅଧିକ ଜନସଂଖ୍ୟା ଥିବା ଦେଶରେ ମୃତ୍ୟୁର ଆକଳନ କରିବା ପାଇଁ ଯେ କୌଣସି ଗାଣିତିକ ମଡେଲ ବ୍ୟବହାର କରିବା ଠିକ ହୋଇ ନ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri