ଏଣିକି ମହିଳାଙ୍କୁ ‘ଡାର୍ଲିଙ୍ଗ’ କହିଲେ ଯିବେ ଜେଲ୍‌, କୋର୍ଟଙ୍କ ବଡ ରାୟ

କୋଲକତା,୨।୩: ସ୍ତ୍ରୀ ହେଉ କି ଗାର୍ଲଫ୍ରେଣ୍ଡ କିମ୍ବା ଅତି ନିଜର ବନ୍ଧୁଙ୍କୁ ଆମେ ଡାର୍ଲିଙ୍ଗ କହି ସମ୍ବୋଧନ କରିଥାଉ। ଡାର୍ଲିଙ୍ଗ ଡାକରେ ଗୋଟେ ଆପଣାପଣ ଲୁଚି ରହିଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କଲେ ଜେଲ ଯିବାକୁ ପଡିବ। ଏକଥା ଆମେ ନୁହେଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନ ମାନିଲେ ଦଣ୍ଡ ବିଧାନ ବି ରହିଛି। ଆପଣ ଅଜାଣତରେ ହେଉ କି ଜାଣତରେ ମହିଳାଙ୍କୁ ଏଭଳି ସମ୍ବୋଧନ କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ ।

ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ସିଧା କୋର୍ଟରେ ଯାଇ ପହଞ୍ଚିଛି। ମଦ ନିଶାରେ ଜଣେ ବ୍ୟକ୍ତି ମହିଳା କନେଷ୍ଟବଳଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କରିଛନ୍ତି । ଯାହା ପରେ ମହିଳା କନେଷ୍ଟବଳ ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪A(I) ଅନୁସାରେ ଏଫଆଇଆର ଦାଖଲ କରିଛନ୍ତି । ବର୍ତ୍ତମାନ କୋଲକତା ହାଇକୋର୍ଟ ଏହା ଉପରେ ନିଜର ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, କୌଣସି ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ କହିବା ଭୁଲ ଓ ଏହାକୁ ବଳାତ୍କାର ବୋଲି ଧରାଯିବ । ଭାରତୀୟ ଦଣ୍ଡ ସଂହିତା ଆଇପିସି ଧାରା ୩୫୪A(I) ଅଧିନରେ ଏଭଳି ବ୍ୟବହାର ପାଇଁ ଦଣ୍ଡ ମିଳିବ ।

ବର୍ତ୍ତମାନ ଆମ ସମାଜରେ ପ୍ରଚଳିତ ବ୍ୟବହାର ଏପରି ନୁହେଁ ଯେ , କୌଣସି ବ୍ୟକ୍ତି ଏଭଳି ବ୍ୟବହାର କରିବ । ଅଶ୍ଲୀଳ ଶବ୍ଦ ବ୍ୟବହାର କରିବା ଦଣ୍ଡନୀୟ । ସେ ପୋଲିସ କର୍ମୀ ହୋଇଥାନ୍ତୁ କିମ୍ବା ସାଧାରଣ ମହିଳା ହୋଇଥାନ୍ତୁ । ଏହା କହିବା ଅପମାନଜନକ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ବ୍ୟକ୍ତି ଜଣଙ୍କ ମଦ ନିଶାରେ ନ ଥାଆନ୍ତି ତେବେ ଅପରାଧର ଗମ୍ଭୀରତା ଆହୁରି ବଢ଼ି ଯାଇଥା’ନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri