ଜଳୁଛି ପେଟ, ପାଠପଢ଼ାକୁ ପଚାରେ କିଏ

ମହାକାଳପଡ଼ା,୧୧ା୧୨(ଡି.ଏନ୍‌.ଏ.): ଶୈଶବ ବନ୍ଧାପଡ଼ିଛି ଚୁଲି ମୁଣ୍ଡରେ। ଚୁଲି ଧୂଆଁ ରେ ଭବିଷ୍ୟତ ସ୍ବପ୍ନ ଅନ୍ଧକାର ହୋଇଯାଉଛି। ଯେଉଁ ବୟସରେ ନିଜ ସାଥୀମାନେ ବିଦ୍ୟାଳୟକୁ ଯାଉଛନ୍ତି ସେତେବେଳେ ୭ ବର୍ଷର ଝିଅଟିଏ ପରିବାରର ବୋଝ ମୁଣ୍ଡରେ ବୋହିବାକୁ ପଡୁଛି। କାନ୍ଧରେ ବସ୍ତାନି ପକାଇ ସ୍କୁଲ ଯାଇ ପାଠ ପଢ଼ିବା ସ୍ବପ୍ନ ପାଲଟିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁରେ।
ଏହି ଗଁାର ଦିନା ଅହାଡ଼ିଙ୍କ ପରିବାର କହିଲେ ସ୍ତ୍ରୀ ଟୁନି, ଝିଅ ପାର୍ବତୀ ୭ ବର୍ଷ ଓ ପୁଅ ରାଜେଶ ୫ ବର୍ଷ। ଅଭାବୀ ପରିବାରର ଗୁଜରାଣ ମେଣ୍ଟାଇବାକୁ ଏହି ଦମ୍ପତି ୪ ମାସ ହେଲା ତାମିଲନାଡୁ ଦାଦନ ଖଟିବାକୁ ଯାଇଛନ୍ତି। ଘରେ ଛୋଟ ଭଉଣୀଭାଇଙ୍କ ଦୁଃଖ କହିଲେ ନ ସରେ। ଦୈନିକ ପାର୍ବତୀ ଓ ସାନଭାଇ ରାଜେଶ ନିକଟ ଜଙ୍ଗଲରୁ ଜାଳ ସଂଗ୍ରହ କରି ଆଣିଲେ ଘରେ ଚୁଲି ଜଳେ। ଭାତମୁଠେ ରାନ୍ଧିବା ପରେ ଖାଲି ଭାତ ସହ ଲୁଣ ଲଗାଇ ଖାଉ ବୋଲି ପାର୍ବତୀ କହିଛନ୍ତି। ମା’ବାପା ଦାଦନ ଖଟିବାକୁ ଚାଲିଯିବା ପରେ ରାତିହେଲେ ନୁଆଁଣିଆ ଭଙ୍ଗା ଝୁମ୍ପୁଡ଼ି ପଲିଥିନ ତଳେ ଶୀତ କାକରରେ ଆଶ୍ରୟ ନେଉ। ଅନେକ ସମୟରେ ଆମେ ଭାଉଣୀଭାଇ ଭୋକ ଉପାସରେ ପାଣି ପିଇ ଶୋଇ ପଡୁ ବୋଲି ପାର୍ବତୀ କହିଛନ୍ତି। ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଦୁହେଁ ଘରର ଅଭାବ ଅସୁବିଧା ଲାଗି ପଢ଼ିପାରୁନାହୁଁ ବୋଲି କହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ତୃଣମୂଳ ସ୍ତରରେ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଏମାନଙ୍କ କ୍ଷେତ୍ରରେ ଏହା ବାଟ ହୁଡୁଛି। ସରକାର ଏହି ପିଲାଦ୍ୱୟଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ମାଗଣାରେ ଆବାସିକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ପଞ୍ଚାୟତର ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳଙ୍କୁ ପଚାରିବାରେ ଶବରପଲ୍ଲୀର ଏହି ଅଭାବୀ ପରିବାରକୁ ପ୍ରଶାସନ ତୁରନ୍ତ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri