କିଏ ସେହି ନୁକ୍‌ଭା ବିଦ୍ରୋହୀ; ଯେଉଁମାନଙ୍କୁ ଖୋଜି-ଖୋଜି ମାରୁଛି ଇସ୍ରାଏଲ, ଜାଣନ୍ତୁ ହମାସ ସହ କ’ଣ ଏହାର ସମ୍ପର୍କ…

ଜେରୁଜେଲମ,୧୪।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ପ୍ରାୟ ୮ ଦିନ ବିତିଗଲାଣି। ଯୁଦ୍ଧ ଯେତିକି ଯେତିକି ଅଗ୍ରଗତି କରୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଇସ୍ରାଏଲ ଆକ୍ରମଣ ସହ ଜଡିତ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଇସ୍ରାଏଲ ଉପରେ ଆକ୍ରମଣ କରିବାରେ ହମାସର ଯେଉଁ ସଂଗଠନ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛି ତାହା ହେଉଛି ଇଜ ଅଲ-ଦିନ ଅଲ-କସମ ବ୍ରିଗେଡ। ଏହା ହେଉଛି ହମାସର ସଶସ୍ତ୍ର ବାହିନୀ। ଏହାର ମାରାତ୍ମକ ଓ୍ବିଂଗ ମଧ୍ୟରୁ ଗୋଟିଏ ହେଉଛି ନୁକ୍‌ଭା ଯିଏକି ଏଥର ଆକ୍ରମଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।

ପୂର୍ବରୁ ମଧ୍ୟ ଇସ୍ରାଏଲ ସହ ପାଲେଷ୍ଟାଇନ୍‌ ଯୁଦ୍ଧ କରିଛି, ହେଲେ ଏଥର ଆକ୍ରମଣ ସାଂଘାତିକ ପ୍ରମାଣିତ ହୋଇଛି। ହମାସ ଏକ ଆତଙ୍କବାଦୀ ସଂଗଠନ ହୋଇଥିବା ବେଳେ ନୁକ୍‌ଭା ସଂଗ୍ରାମୀମାନେ ଆତଙ୍କବାଦୀ ସଂଗଠନ ହମାସର ଯୁଦ୍ଧ ୱିଙ୍ଗର ସଦସ୍ୟ ଅଟନ୍ତି। ହମାସର ଏହି ନୁକ୍‌ଭା ବିଦ୍ରୋହୀଙ୍କୁ କଠୋର ତାଲିମ ଦିଆଯାଇଥାଏ। ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବହୁତ କଠିନ। ହମାସ ସାଧାରଣତଃ କେବଳ ଏହାର ସୁରକ୍ଷା ସଂଗଠନ ଇଜ ଅଲ-ଦିନ ଅଲ-କସମ ବ୍ରିଗେଡ ପାଇଁ ନିଯୁକ୍ତି କରିଥାଏ। ସେଥିରେ ଶ୍ରେଷ୍ଠମାନଙ୍କୁ ଚୟନ କରାଯାଇଥାଏ। ଚୟନ ପରେ ସେମାନଙ୍କୁ ଦେଶ ତଥା ବିଦେଶରେ ତାଲିମ ଦେବା ପାଇଁ ଏକ ବ୍ୟବସ୍ଥା ରହିଛି। ବିସ୍ଫୋରକ ସାମଗ୍ରୀ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳନା କରିବାର ସେମାନଙ୍କର ଜ୍ଞାନ ଅଛି। ଏମାନେ ପାଣିରେ ମଧ୍ୟ ଶତ୍ରୁ ସହିତ ଲଢ଼ିବାର କ୍ଷମତା ରଖିଥାନ୍ତି। ସ୍କୁବା ଡାଇଭିଂ ସେମାନଙ୍କ ପ୍ରଶିକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହମାସର ଏହି ନୁକ୍‌ବା ୱିଙ୍ଗର ବିଦ୍ରୋହୀମାନେ ଥରେ ଯୁଦ୍ଧ ଆରମ୍ଭ କଲେ ନିଜ ନେତାଙ୍କ କଥା ଶୁଣନ୍ତି ନାହିଁ।

ଇସ୍ରାଏଲ ହମାସର ଏହି ନୁକ୍‌ଭା ଓ୍ବିଙ୍ଗର ବିଦ୍ରୋହୀ ଏବଂ ସେମାନଙ୍କ ନେତାମାନଙ୍କୁ ୨୦୧୪ ଅପେକ୍ଷା ଅଧିକ ମାରାତ୍ମକ ଢ଼ଙ୍ଗରେ ଟାର୍ଗେଟ କରୁଛି। ସେମାନଙ୍କ ମୁଖ୍ୟାଳୟ ଏବଂ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ବୋମା ପକାଯାଉଛି। ନୁକ୍‌ଭା ଗ୍ରୁପ୍‌ର ସମସ୍ତ ଆତଙ୍କବାଦୀ ନିହତ ନ ହେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଇସ୍ରାଏଲ ବାୟୁସେନା କହିଛି। ୨୦୧୪ ମସିହାରେ ମଧ୍ୟ ଏହି ସମାନ ବିଦ୍ରୋହୀମାନେ ଇସ୍ରାଏଲ ସହିତ ଯୁଦ୍ଧକୁ ଦୀର୍ଘ ସମୟ ଧରି ଜାରି ରଖିଥିଲେ। ୨୦୨୩ ଆକ୍ରମଣ ପରେ ଇସ୍ରାଏଲ ସେନା ଦ୍ୱାରା ସେମାନଙ୍କୁ ଟାର୍ଗେଟ କରାଯାଉଛି। ୨୦୧୪ରେ ଏହି ପୁରା ୱିଙ୍ଗର ପ୍ରାୟ ସମସ୍ତେ ନିହତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ସଂଗଠନ ପୁଣି ସକ୍ରିୟ ହୋଇଛି। ଏହି ବିଦ୍ରୋହୀମାନେ ହମାସର ନେତୃତ୍ୱକୁ ମଧ୍ୟ ସୁରକ୍ଷା ଦେଉଛନ୍ତିି।

୧୯୩୫ ମସିହାରେ ବ୍ରିଟିଶ ସୈନ୍ୟବାହିନୀ ଦ୍ୱାରା ନିହତ ହୋଇଥିବା ସିରିଆ ଆତଙ୍କବାଦୀଙ୍କ ନାମରେ ଏହାର ନାମ ଇଜ ଅଲ-ଦିନ୍‌ ଅଲ-କସମ ବ୍ରିଗେଡ ରଖାଯାଇଛି। ଏହି ବ୍ରିଗେଡ ଆନୁଷ୍ଠାନିକ ଭାବରେ ୧୯୯୨ ମସିହାରେ ଗଠିତ ହୋଇଥିଲା।
ବର୍ତ୍ତମାନ ଇସ୍ରାଏଲ ସୈନ୍ୟବାହିନୀ ସେମାନଙ୍କୁ ହତ୍ୟା କରିବା କାର୍ଯ୍ୟ କରୁଛନ୍ତି। ଏହି ସମଗ୍ର ଗ୍ୟାଙ୍ଗର ପ୍ରତ୍ୟେକ ସଦସ୍ୟଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri