ହ୍ବାଇଟ ହାଉସରୁ ହଟିଲା ବିଲ୍‌ କ୍ଲିଣ୍ଟନ, ଜର୍ଜ ବୁଶଙ୍କ ଫଟୋ

ଓ୍ବାଶିଂଟନ,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ଓ ବିଲ୍‌ କ୍ଲିଣ୍ଟନଙ୍କ ସମ୍ମାନରେ ଆଞ୍ଚ ଆସିଛି। ହ୍ବାଇଟ ହାଉସରେ ଥିବା ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ ମୁଖ୍ୟସ୍ଥାନରୁ ଉଠାଇ ଦିଆଯାଇ ଏମିତି ଏକ କୋଠରୀରେ ଲଗାଇ ଦିଆଯାଇଛି ଯେଉଁ କୋଠରୀ ବ୍ୟବହାର ହେଉନି କହିଲେ ଚଳେ। ତେବେ ଉକ୍ତ କୋଠରୀରେ କେବଳ ପୁରୁଣା ଆସବାପତ୍ର ରହିଥାଏ ବୋଲି କୁହାଯାଏ। ଏହି ଘଟଣାରେ ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଏବେ ଏମାନଙ୍କ ସ୍ଥାନରେ ରିପବ୍ଲିକାନ ପାର୍ଟିର ଆଉ ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋ ଲଗାଯିବ ଯେଉଁମାନେ ପୂର୍ବରୁ ଶାସନ ଭାର ସମ୍ଭାଳିଥିଲେ। ତେବେ ହ୍ବାଇଟ ହାଉସର ପରମ୍ପରା ଅନୁଯାୟୀ, ସେଠାକୁ ଆସୁଥିବା ଅତିଥିଙ୍କୁ ଦେଖାଇବା ପାଇଁ ପ୍ରବେଶ ପଥରେ, ନିକଟରେ ଶାସନ କରିଥିବା ଦୁଇଜଣ ରାଷ୍ଟ୍ରପତିଙ୍କ ଫଟୋ ଲଗାଯାଇଥାଏ। ହେଲେ ଏବେ ହ୍ବାଇଟ ହାଉସ ଏହି ପରମ୍ପରାରେ ପରିବର୍ତ୍ତନ କରି ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋକୁ ଉଠାଇ ଦେଇଛି। ଆହୁରି କୁହାଯାଉଛି କି, ଗୋଟିଏ ସପ୍ତାହ ପୂର୍ବରୁ ମେକ୍ସିକୋର ରାଷ୍ଟ୍ରପତି ହ୍ବାଇଟ ହାଉସ ଆସିଥିବା ବେଳେ ସେ ଜର୍ଜ ବୁଶ ଓ ବିଲ୍‌ କ୍ଲିଣ୍ଟନଙ୍କ ଫଟୋକୁ କିଛି ସମୟ ଏକାଗ୍ରତାର ସହ ଦେଖି କିଛି ଟିପ୍ପଣି ଦେଇଥିଲେ। ଆଉ ଏହାପରେ ଏବେ ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ ମୁଖ୍ୟ ଦ୍ୱାରରୁ ହଟାଇ ଦିଆଯାଇଛି। ଏହାକୁ ନେଇ ଆଉ ଏକ କାରଣ ରହିଛି ବୋଲି ମଧ୍ୟ କୁହାଯାଉଛି। ଯେବେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବାସଭବନରୁ ବାହାରି ଥାଆନ୍ତି ଅବା କୌଣସି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଥାଆନ୍ତି ତାଙ୍କର ନଜର ବାରମ୍ବାର ଜର୍ଜ ବୁଶ ଓ ବିଲ କ୍ଲିଣ୍ଟନଙ୍କ ଫଟୋ ଉପରେ ପଡିଥାଏ। ବ୍ୟକ୍ତିଗତ ଭାବେ ଟ୍ରମ୍ପଙ୍କର ଏହି ଦୁଇ ରାଷ୍ଟ୍ରପତିଙ୍କ ସହ ଭଲ ପଡୁ ନ ଥିବାରୁ ଏପରି କରାଯାଇଥାଇପାରେ ବୋଲି କୁହାଯାଉଛି। ତେବେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଫଟୋ ଏପର୍ଯ୍ୟନ୍ତ ହ୍ବାଟଇ ହାଉସରେ ଦେଖିବାକୁ ମିଳିନାହିଁ। ଓବାମାଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ନ ଥିବାରୁ ଏପର୍ଯ୍ୟନ୍ତ ଓବାମାଙ୍କର ଫଟୋ ହ୍ବାଇଟ ହାଉସରେ ଦେଖିବାକୁ ମିଳିନାହିଁ ବୋଲି ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri