କଳାଗାଡି ପରେ ମିଳିଲା ଧଳାଗାଡି, ଭୁବନେଶ୍ୱରରେ ସିବିଆଇ ଫିଟାଉଛି ବଡ଼ ଗୁମର

ଭୁବନେଶ୍ୱର,୮।୧୨: ପଶ୍ଚିମବଙ୍ଗର ଏକ ର୍ନିମାଣ କାର୍ଯ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ ଭୁବନେଶ୍ୱରରେ ଚଢ଼ାଉ କରିଛି। ସ୍ଥାନୀୟ ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ଶନିବାର ରାତିରେ ସିବିଆଇ ଟିମ ଚଢ଼ାଉକରି ଏକ ଦାମୀ କଳା ଗାଡ଼ିରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ଏଥିସହ ପୋଲିସ ସହଯୋଗରେ ୪ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବିଲ୍ଡର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରୀୟ ଅବସରପ୍ରାପ୍ତ ଅଧିକାରୀ ବୋଲି ଜଣାପଡ଼ିଛି।

ତେବେ କାଲିଠାରୁ ଚାଲିଥିବା ଏହି ବଡ଼ ରେଡ୍‌ ମଧ୍ୟରେ ସିବିଆଇ ସରକାରୀ ଅଧିକାରୀଙ୍କୁ ଧରିଛି। ଏଥିସହ ସିବିଆଇ ହାତରେ ଆଉ ଏକ ଧଳା ରଙ୍ଗର କାର୍‌ ହାତରେ ଲାଗିଛି। ଅଧିକାରୀଜଣକ ବାଟରେ ୩ ଗାଡ଼ି ବଦଳାଇ ମେ’ ଫେୟାର୍‌ ନିକଟରେ ପହଞ୍ଚିଥିଲେ। ଡିଲ୍‌ବେଳେ ସରକାରୀ ଅଧିକାରୀଙ୍କୁ ଧରିଲେ ସିବିଆଇ ଟିମ। ବ୍ରିଜ ଓ ରୁଫ କମ୍ପାନୀ ସହ ଯୋଗାଯୋଗରେ ଥିଲେ ସରକାରୀ ବାବୁ। ସରକାରୀ ଅଧିକାରୀଙ୍କୁ ଅଟକ ରଖି ସିବିଆଇ ଆହୁରି ପଚରାଉଚରା କରୁଛି।

ସୂଚନାନୁସାର ଶନିବାର ରାତି ପ୍ରାୟ ୯ଟା ୧୦ରେ ଉକ୍ତ ହୋଟେଲ ସମ୍ମୁଖ ରାସ୍ତାରେ ଓଡି-୦୫-୯୯୯୯ ନମ୍ବର ବିଶିଷ୍ଟ ମର୍ସିଡିଜ୍‌ କାର୍‌ରେ ୪ଜଣ ବ୍ୟକ୍ତି ଯାଉଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏକ ସିବିଆଇ ଟିମ୍‌ ଚଢ଼ାଉ କରିଥିଲା। ଏହାପରେ ଗାଡ଼ିକୁ ଯାଞ୍ଚ କରିବାରୁ ଏକ ବ୍ୟାଗ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା। ଏହି ସମୟରେ କାର୍‌ରେ ଥିବା ବ୍ୟକ୍ତିଙ୍କ ସହ ସିବିଆଇ ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏନେଇ ସିବିଆଇ ଟିମ୍‌ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ନୟାପଲ୍ଲୀ ଓ ମୈତ୍ରୀ ବିହାର ପୋଲିସ ପହଞ୍ଚତ୍ ପଶ୍ଚିମବଙ୍ଗରେ ହେରଫେର ଉକ୍ତ ମର୍ସିଡିଜ୍‌ ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଥାନାକୁ ନେଇଥିଲା। ସେଠାରୁ ସିବିଆଇ ଅଧିକାରୀମାନେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନେଇ ପଚରାଉଚରା କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାପଡ଼ିଥିବା ଓଡ଼ିଶାର ବିଲ୍‌ଡର ଜଣକ ପଶ୍ଚିମବଙ୍ଗରେ ଏକ ନିର୍ମାଣ କାମ ଆଣିଥିଲେ। ସେହି କାମରେ ହେରଫେର ନେଇ ୧୫ଦିନ ତଳେ ସିବିଆଇରେ ଅଭିଯୋଗ ହୋଇଥିଲା। ତାଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri