ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…

ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର ଛାତ ଢଳେଇ କାମ ଚାଲିଥିବା ବେଳେ ରବିବାର ସକାଳେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ରାଜମିସ୍ତ୍ରୀ ଜଣକ ହେଲେ ଜି.ନାରାୟଣ ଦୋରା(୨୨)। ସକାଳେ ଅନ୍ୟ ଶ୍ରମିକମାନଙ୍କ ସହ ରାଜମିସ୍ତ୍ରୀ ଜଣକ ଛାତ ଉପରେ ଲୁହାଛଡ଼ ସେଣ୍ଟ୍ରିଂ କରୁଥିଲେ। ଘର ଉପର ଦେଇ ଯାଇଥିବା ବିଦ୍ୟୁତ୍‌ତାର ପ୍ରତି ତାଙ୍କ ନଜର ନ ଥିଲା। ଅସାବଧାନତା କାରଣରୁ ରାଜମିସ୍ତ୍ରୀ ହାତରେ ଧରିଥିବା ଲୁହାଛଡ଼ରେ ବିଦ୍ୟୁତ୍‌ ପ୍ରବାହିତ ହେବା କାରଣରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri