ବଣାଇଁ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଲଗାଣ ବର୍ଷା ଯୋଗୁ ନିଜ ପରିବା ବଗିଚାରେ ଜଗିଥିବା ଜଣେ ଚାଷୀଙ୍କ ଘର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ପ୍ରାୟ ୧୩ ଦିନ ହେବ ସୁନ୍ଦରଗଡ଼ ଜିଲା ବଣାଇଁ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ସରସରା ଗ୍ରାମରେ ରବିବାରା ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ଜଣେ ଚାଷୀ ନିଜର ପୋଟଳ ବଗିଚାର ଘରେ ଶୋଇଥିବା ବେଳେ ହଠାତ୍ ମାଟି କାନ୍ଥ ଧସି ଯାଇଥିଲା। ପରିଣାମ ସ୍ବରୂପ ଶୋଇଥିବା ଚାଷୀ ଦେବେନ୍ଦ୍ର ଭଇଁସା (୫୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣା ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଟିକାୟତପାଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।


