କାଟୁଥିଲେ ଗୋମାଂସ, ହଠାତ୍‌ ପହଞ୍ଚିଲା ପୋଲିସ: ଆଉ ତା’ପରେ ଘଟିଲା…

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ପଞ୍ଚାୟତର ଗାଇଦର ଗ୍ରାମରେ ଏକ ବଳଦକୁ କାଟୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଛି। ଗାଇଦର ଗ୍ରାମର ଯଶୋବନ୍ତ ଭୋଇଙ୍କ ଏକ ବଳଦ ମରିଯିବାରୁ ଗ୍ରାମର କିଛି ବ୍ୟକ୍ତି ବଳଦକୁ ଗ୍ରାମର ନିଛାଟିଆ ଜାଗାରେ କାଟୁଥିଲେ। କେସିଙ୍ଗା ପୋଲିସ କୌଣସି ସୂଚନା ପାଇ ଗାଇଦର ଗ୍ରାମକୁ ଯାଇଥିଲେ। ବଳଦ କାଟୁଥିବା ବ୍ୟକ୍ତିମାନେ ପୋଲିସକୁ ଦେଖି ଫେରାର ହୋଇଯାଇଥିଲେ। ଫେରାର ବ୍ୟକ୍ତି ଗୋ-ମାଂସ ଖାଇବା ସହ ବଜା (ବାଦ୍ୟ)ରେ ବ୍ୟବହୃତ କରିବା ପାଇଁ ଚମଡ଼ା ସଂଗ୍ରହ କରୁଥିଲେ। ଏହି ସମୟରେ ସେହି ଗ୍ରାମର ଜଣେ ଯୁବକ ଗୋମାଂସ କାଟିବାକୁ ବିରୋଧ କରିଥିଲେ ମଧ୍ୟ ତାକୁ ଗୋମାଂସ କାଟୁଥିବା ବ୍ୟକ୍ତିମାନେ କର୍ଣ୍ଣପାତ କରି ନ ଥିଲେ।

ଏହିପରି ଘଟଣା କିଛି ବର୍ଷ ପୂର୍ବରୁ ମଧ୍ୟ ଏକ ଗାଈକୁ ସେହି ଗ୍ରାମର କିଛି ଦୁର୍ବୃତ୍ତମାନେ ଗ୍ରାମର ନିଛାଟିଆ ଜାଗାରେ ଗୋମାଂସ କାଟି ବିକ୍ରି କରିଥିଲେ। ସେହି ସମୟରେ ୫ ଜଣ ଧରାପଡିବାରୁ କୋର୍ଟଚାଲାଣ ହୋଇଥିଲା। ଏହି ଅଞ୍ଚଳରେ ଅନେକେ ଥର ଚୋରାରେ ଗୋମାଂସ ବିକ୍ରି କରିଆସୁଛନ୍ତି। ଏ ନେଇ ଘଟଣା ସମ୍ବନ୍ଧରେ ପୋଲିସକୁ ଗ୍ରାମର କିଛି ବ୍ୟକ୍ତି ସୂଚନା ଦେବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚିଥିଲା । ଏହି ସମୟରେ ଗୋ ହତ୍ୟାକାରୀ ସେହି ସ୍ଥାନରୁ ମାଂସ ନେଇ ଫେରାର ହୋଇଯାଇଥିଲେ । ପୋଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ସଂପୃକ୍ତ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣା ଉକ୍ତ ଅଞ୍ଚଳରେ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଗୋମାଂସ ବିକ୍ରିକୁ ନେଇ କୋର୍ଟଚାଲାଣ ମଧ୍ୟ ହୋଇଛନ୍ତି । ଏ ସଂକ୍ରାନ୍ତରେ କେସିଙ୍ଗା ଥାନାର ଏସ.ଆଇ. ଅରକ୍ଷିତ ମାଝୀଙ୍କ ପଚାରିବାରୁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri