କେଉଁ ଦିଗରେ ଲଗାଇବେ ଘଣ୍ଟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ସେମିତି ଏକ ବସ୍ତୁ ହେଉଛି ଘଡ଼ି ବା ଘଣ୍ଟା। ସମୟ ଜାଣିବା ପାଇଁ ଆମେ ସାଧାରଣତଃ ଘରେ ଘଣ୍ଟା ଲଗାଇଥାଉ। କିନ୍ତୁ ଏହି ଘଣ୍ଟା ଲଗାଇବା ପାଇଁ ସଠିକ୍‌ ଦିଗର ଚୟନ କରିବା ବି ଜରୁରୀ ହୋଇଥାଏ; ନଚେତ୍‌ ଏହାର କୁପ୍ରଭାବ ଆମ ଘର ଓ ଜୀବନ ଉପରେ ପଡିଥାଏ। ଯେମିତିକି:

*ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର ଦିଗ ତେଣୁ ସେହି ଦିଗରେ ଘଣ୍ଟା ନ ଲଗାଇବା ଉଚିତ୍‌। କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଆୟୁ ଓ ସ୍ବାସ୍ଥ୍ୟହାନୀର ଏହା କାରଣ ବି ସାଜିପାରେ।

*କେବେ ବି ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାନ୍ତୁ ନାହିଁ। ଏମିତି କଲେ ଘରେ ସର୍ବଦା ଝଗଡ଼ା ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

*ଘଣ୍ଟାକୁ ସବୁବେଳେ ସଫା ରଖନ୍ତୁ। ଏହା ଉପରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ। ଭାଙ୍ଗି ଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ଅଶୁଭ ହୋଇଥାଏ।

*ଅନ୍ୟପକ୍ଷେ ଘଣ୍ଟାକୁ କେବେ ବି ବିଳମ୍ବରେ ଚାଲିବାକୁ ଦେବେ ନାହିଁ। ଦରକାର ପଡିଲେ ଏହାର ସମୟକୁ ଦୁଇ ତିନି ମିନିଟ୍‌ ଆଗୁଆ ପଛେ କରିଦେବେ ହେଲେ ଆଦୌ ବିଳମ୍ବ ହେବାକୁ ଦେବେନି। ଏହାଦ୍ୱାରା ପରିବାର ଲୋକଙ୍କ ଉପରେ ସମୟାନୁବର୍ତ୍ତିତାର ପ୍ରଭାବ ପଡିଥାଏ।

*କୁହାଯାଏ ଘରର ହଲ୍‌ରେ ପେଣ୍ଡୁଲମ୍‌ ଘଣ୍ଟା ଲଗାଇବା ବି ଅତ୍ୟନ୍ତ ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri