Posted inଜାତୀୟ

ଦୋସା ନା ବିରିୟାନି କିଏ ଅଧିକ ଲୋକପ୍ରିୟ, ଉତ୍ତର ଦେଲେ ଭାରତୀୟ-ପାକିସ୍ତାନୀ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ, ୧୩।୮ : ଉଭୟ ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଉଭୟ ଦେଶ ସେମାନଙ୍କର ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ଭାରତରେ ସ୍ବାଧୀନତା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ଭାରତୀୟ ଏବଂ ପାକିସ୍ତାନୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନିଜ ଦେଶର ସଂସ୍କୃତି, ରୋଷେଇ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ସମୟରେ ଛାତ୍ରୀଛାତ୍ରମାନେ ଦୋସା-ବିରିୟାନି ଖାଇବାର ସୁଯୋଗ ପାଇଥିଲେ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା ଯେତେବେଳେ ଛାତ୍ରୀଛାତ୍ରମାନଙ୍କୁ ପଚରାଯାଇଥିଲା କ’ଣ ଅଧିକ ଲୋକପ୍ରିୟ? ଦୋସା ନା ବିରିୟାନି? ଏହା ଉପରେ ଦୀର୍ଘ ବିତର୍କ ପରେ କୌତୁହଳପୂର୍ଣ୍ଣ ଉତ୍ତର ମିଳିଥିଲା। ଦୋସା ଏବଂ ବିରିୟାନୀଙ୍କ ଲୋକପ୍ରିୟତା ବିଷୟରେ, କାର୍ଯ୍ୟକ୍ରମରେ କୌଣସି ଗୋଟିଏ ମତ ସୃଷ୍ଟି ହୋଇପାରି ନଥିଲା। ପାକିସ୍ତାନୀ ଛାତ୍ରୀଛାତ୍ରମାନେ ଭାରତୀୟ ଦୋସା ଖାଇବାକୁ ଭଲ ପାଉଥିବାବେଳେ କିଛି ଭାରତୀୟ ଛାତ୍ରୀଛାତ୍ର ପାକିସ୍ତାନୀ ବିରିୟାନି ପସନ୍ଦ କରିଥିଲେ। କିନ୍ତୁ ଦକ୍ଷିଣ ଭାରତୀୟ ଦୋସର ସ୍ବାଦ ଏବଂ ବିଭିନ୍ନ ପ୍ରକାରର ଉପଲବ୍ଧତା ପାକିସ୍ତାନରେ ପ୍ରୟାତଃ ନାହିଁ କହିଲେ ଚଳେ। ଯେତେବେଳେ କି ପାକିସ୍ତାନୀ ବିରିୟାନି ଉତ୍ତର ଭାରତରେ ସହଜରେ ଉପଲବ୍ଧ ହେଉଛି। ତେଣୁ, ସମଗ୍ର ଆଲୋଚନା ଏକ ସିଦ୍ଧାନ୍ତରେ ଆସିପାରିଲା ନାହିଁ। ଦୁଇଟି ବେସରକାରୀ କ୍ଷେତ୍ରୀୟ ଶିକ୍ଷାନୁଷ୍ଠାନ ସମନ୍ବୟ ରକ୍ଷା କରି ଉଭୟ ପଡୋଶୀ ଦେଶର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ବୃଦ୍ଧି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଷଷ୍ଠ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ଜଣ ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରୀଛାତ୍ର ଏକ୍ସଚେଞ୍ଜ ଫର୍‌ ଚେଞ୍ଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଯୁକ୍ତ ଆରବ ଏମିରେଟ୍ସରେ ରହୁଥିବା ୧୨ ବର୍ଷୀୟ ପାକିସ୍ତାନୀ ଛାତ୍ରୀ ଆଲିଜା ଫାତିମା କହିଛନ୍ତି ଯେ ବିରିୟାନି ଅପେକ୍ଷା ଦୋସା ଅଧିକ ଲୋକପ୍ରିୟ କି ନାହିଁ ଆମେ ବିତର୍କ କରିବାକୁ ଭଲପାଉଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ ଆମର ଦୁଇ ଦେଶର ସଂସ୍କୃତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଅନେକ ବିଷୟରେ ଆଲୋଚନା କରିଛୁ। ଫାତିମା କହିଛନ୍ତି ଯେ ଭାରତୀୟ ପିଲାମାନେ ଭଲ ଇଂରାଜୀ କୁହନ୍ତି ଏବଂ ମୁଁ ସେମାନଙ୍କର କ୍ଷମତା, ଦକ୍ଷତା ଏବଂ ଉତ୍ସାହକୁ ମଧ୍ୟ ପସନ୍ଦ କରେ।

ଯଦିଓ ଫାତିମା ନିଜ ଭାରତୀୟ ସାଙ୍ଗମାନଙ୍କ ସହିତ ସ୍କୁଲରେ ଏକ ସିଟ୍‌ ବାଣ୍ଟିବାକୁ ଭଲ ପାଆନ୍ତି, କିନ୍ତୁ ଯେତେବେଳେ ସେ ତାଙ୍କ ବୟସର ଭାରତୀୟ ଛାତ୍ରମାନଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇଲେ ସେତେବେଳେ ତାଙ୍କ ଖୁସି ବଢ଼ିଯାଇଥିଲା। ଶାନ୍ତିପୂର୍ଣ୍ଣ ବୁଝାମଣା ପାଇଁ ସେତୁ ନିର୍ମାଣ ଏବଂ ଉଭୟ ଦେଶର ଭବିଷ୍ୟତ ବୁଦ୍ଧିଜୀବୀଙ୍କୁ ବିଶ୍ୱ ନାଗରିକ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁମାନେ ଜାତୀୟତା ପୂର୍ବରୁ ମାନବିକତାକୁ ପ୍ରାଧାନ୍ୟ ଦିଅନ୍ତି। ଫାତିମା କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମାନତା ବହୁତ। ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମେ ପରସ୍ପର ବିଷୟରେ ବହୁତ କିଛି ଜାଣିବାକୁ ପାଇଲୁ। ଏଥି ସହିତ ଭାରତର ମଦୁରାଇର ଲକ୍ଷ୍ମୀ ପବ୍ଲିକ ସ୍କୁଲର ଛାତ୍ରୀ ଆରାଧନା କହିଛନ୍ତି ଯେ ମହିଳାଙ୍କ ଅସମାନତା, ଦାରିଦ୍ର୍ୟ, ଅସମାନ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଭାବ ଉଭୟ ଦେଶ ପାଇଁ ସବୁଠାରୁ ବଡ ଆହ୍ବାନ ପାଲଟିଛି। ଏସବୁକୁ ତୁରନ୍ତ ଧ୍ୟାନ ଦେବା ଉଚିତ। ଅନ୍ୟ ଜଣେ ଛାତ୍ର ହର୍ଷଦା ସୁନୀଲ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଁ ପଡ଼ୋଶୀ ଦେଶକୁ ଭଲ ଭାବେ ବୁଝି ପାରିଛି। ଏହା ନିଶ୍ଚିତ ଭାବରେ ମୋର ମାନସିକତାକୁ ବଦଳାଇ ଦେଇଛି। ମୁଁ ଅନୁଭବ କଲି ଯେ ଦୁଇ ଦେଶର ଅନେକ ସମାନତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri