ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ ଜନସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟାକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି। ‘ଦି ଗ୍ଲୋବାଲ ଇଣ୍ଡେକ୍ସ’ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ପ୍ରତି ଘଣ୍ଟାରେ ହେଉଥିବା ମୃତ୍ୟୁସଂଖ୍ୟାରେ ଭାରତ ଓ ଚୀନ୍ ବିଶ୍ୱର ଶୀର୍ଷରେ ରହିଛନ୍ତି।
ରିପୋର୍ଟ ଅନୁଯାୟୀ, ଚାଇନା ଏବଂ ଭାରତରେ ପ୍ରତି ଘଣ୍ଟାରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି।
୧. ଚାଇନା: ବିଶ୍ୱର ସବୁଠାରୁ ଅଧିକ ମୃତ୍ୟୁ ହେଉଥିବା ଦେଶ ଭାବେ ଚାଇନା ଶୀର୍ଷରେ ରହିଛି। ଏଠାରେ ପ୍ରତି ଘଣ୍ଟାରେ ପ୍ରାୟ ୧,୨୨୧ ଜଣଙ୍କର ମୃତ୍ୟୁ ହେଉଛି। ୨. ଭାରତ: ଏହି ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତରେ ପ୍ରତି ଘଣ୍ଟାରେ ହାରାହାରି ୧,୦୬୯ ଜଣ ଲୋକ ପ୍ରାଣ ହରାଉଛନ୍ତି। ୩. ଆମେରିକା: ବିଶ୍ୱର ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛି। ଏଠାରେ ପ୍ରତି ଘଣ୍ଟାରେ ୩୩୨ ଜଣଙ୍କର ମୃତ୍ୟୁ ହେଉଛି।
ରିପୋର୍ଟ ଅନୁଯାୟୀ, ଭାରତ ଓ ଚାଇନା ଭଳି ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅନ୍ୟାନ୍ୟ ଚ୍ୟାଲେଞ୍ଜ ଯୋଗୁଁ ମୃତ୍ୟୁସଂଖ୍ୟା ଅଧିକ ରହୁଛି। ପାକିସ୍ତାନ ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଥିବା ବେଳେ ଜର୍ମାନୀ ଦଶମ ସ୍ଥାନରେ ରହିଛି।


