ଘରୁ କେଉଁଆଡ଼େ ଗଲେଯେ ଆଉ ଫେରିଲେନି, ବିଲରୁ ମିଳିଲା ମୁଣ୍ଡବିହୀନ ମୃତଦେହ

ଆରଡ଼ି,୧୭।୭ (ଡି.ଏନ୍‌.ଏ. ): ଭଦ୍ରକ ଜିଲା ଅସୁରାଳି ନିକଟସ୍ଥ କାକୁଡ଼ିଗଡିଆ ନିକଟରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ଗଳିତ ମୃତଦେହ ଜବତ ହୋଇଛି। ଉକ୍ତ ମୃତଦେହ ଧୂଷୁରୀ ଥାନା ଅଧୀନ ଉଚ୍ଚପଦା ଗ୍ରାମର ଜିତେନ୍ଦ୍ର କୁମାର ସେନ (୩୩)ଙ୍କର। ତାଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ କରିଛନ୍ତି । ମୃତଦେହର ମୁଣ୍ଡ, ହାତ ଅଲଗା ଅଲଗା ସ୍ଥାନରେ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ଧୂଷୁରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଜିତେନ୍ଦ୍ର ଗତ ୬ ତାରିଖଠାରୁ ଘରୁ କେଉଁଆଡେ ଚାଲିଯାଇ ଆଉଫେରି ନଥିବା ତାଙ୍କ ପରିବାର ଲୋକ କହିଛନ୍ତି। ଏବେ ମୃତଦେହ ଦେଖି ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।