୩୦୦ ଭାରତୀୟଙ୍କୁ ନେଇ ବିମାନ ବନ୍ଦରରେ ଅଟକି ଥିବା ବିମାନ ଏବେ ଯିବ କୁଆଡେ ? ମାନବ ଚୋରାଚାଲାଣ ନେଇ ତଦନ୍ତ ଜାରି …

ପ୍ୟାରିସ,୨୫।୧୨: ଫ୍ରାନ୍ସରେ ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନ ବନ୍ଦରରେ ରହିଥିବା ବିମାନ ଉଡ଼ାଣ ସମ୍ପର୍କରେ ବଡ ସୂଚନା ସାମ୍ନାକୁ ଆସିଛି। ଫ୍ରାନ୍ସରେ ‘ମାନବ ଚୋରା ଚାଲାଣ’ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ ବୋଲି କୁହାଯାଉଛି, କାରଣ ଫ୍ରାନ୍ସ ଏଜେନ୍ସି ବିମାନକୁ ମୁକ୍ତ କରିଛି। ବିମାନରେ ୩୦୩ ଜଣ ଯାତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ। ତେବେ ବିମାନଟି ଏବେ କୁଆଡେ ଯିବ ସେ ନେଇ କୌଣସି ସୂଚନା ମିଳି ନାହିଁ।

ପ୍ରକୃତରେ, ଫ୍ରାନ୍ସ ହଠାତ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିବା ବିମାନକୁ ଅଟକାଇ ବିମାନରେ ଥିବା ଲୋକଙ୍କୁ ପଚରାଉଚରା କରିଥିଲା। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୩୦୩ ଜଣ ଯାତ୍ରୀଙ୍କୁ ନେଇ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିବା ଏକ ବିମାନକୁ ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅବତରଣ କରାଯାଇଥିଲା।

ଫ୍ରାନ୍ସର ନ୍ୟୁଜ ପ୍ରସାରଣ ଟେଲିଭିଜନ ଏବଂ ରେଡିଓ ନେଟୱାର୍କ ବିଏଫଏମ ଟିଭି ରିପୋର୍ଟ କରିଛି ବିମାନକୁ ଛାଡିବାକୁ ଅନୁମତି ଦେବା ପରେ ଫ୍ରାନ୍ସର ବିଚାରପତିମାନେ ଏହି ପ୍ରକ୍ରିୟାରେ ଅନିୟମିତତା ଯୋଗୁ ଯାତ୍ରୀଙ୍କ ମାମଲାର ଶୁଣାଣି ବନ୍ଦ କରିଦେଇଥିଲେ। ‘ମାନବ ଚୋରା ଚାଲାଣ’ ସନ୍ଦେହରେ ଗୁରୁବାର ଠାରୁ ଫ୍ରାନ୍ସର ଚାରିଜଣ ବିଚାରପତି ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭାଟ୍ରି ବିମାନବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ଥିବା ଯାତ୍ରୀଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ଓକିଲ କାର୍ଯ୍ୟାଳୟ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନର ଏକ ଅଂଶ ଭାବରେ ଏହି ଶୁଣାଣି ଚାଲିଥିଲା।

ସୋମବାର ସକାଳେ ବିମାନଟି ଉଡ଼ାଣ ହେବାର ଆଶା କରାଯାଉଛି। ଏହାର ଗନ୍ତବ୍ୟ ସ୍ଥଳ ବିଷୟରେ କୌଣସି ସୂଚନା ମିଳି ନାହିଁ। ବିମାନଟି ଭାରତକୁ ଉଡ଼ାଣ କରିପାରି କିମ୍ବା ନିକାରାଗୁଆକୁ ଯାତ୍ରା କରି ପାରିବ। ଅବା ଏହା ଦୁବାଇ ଆସି ପାରିବ। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀରେ ଏବଂ କିଛି ତାମିଲରେ କଥାବାର୍ତ୍ତା କରୁଛନ୍ତି ଏବଂ ଟେଲିଫୋନ ମାଧ୍ୟମରେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣାପଡିଛି। ଖବରକାଗଜ ଏହି ମାମଲା ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଦଶ ଜଣ ଯାତ୍ରୀ ଶରଣ ନେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri