Posted inଫୁରସତ

ଏମିତି ଦେଶ, ଯେଉଁଠି ଲୋକେ ଘର କାନ୍ଥରେ ଚାଷ କରନ୍ତି ଫସଲ, ଜାଣନ୍ତୁ ଏହାର ମୂଳ କାରଣ…

ଆଧୁନିକ ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ଅଗ୍ରଗତି କରିଛି। ବିଶେଷକରି କୃଷିକାର୍ଯ୍ୟରେ। ଚାଷକୁ ସହଜ କରିବା ଏବଂ ଶସ୍ୟ ଉତ୍ପାଦନକୁ ସର୍ବାଧିକ କରିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର କୌଶଳ ଗ୍ରହଣ କରାଯାଉଛି।

China's Advancements in Vertical Farming - The Borgen Project

ଯଦି ଆପଣ ଭାବନ୍ତି ଯେ, ଚାଷ କେବଳ ଜମିରେ ସମ୍ଭବ ତାହା ସମ୍ପୂର୍ଣ୍ଣ ଭୁଲ୍‌। ଏପରି ଏକ ଦେଶ ଅଛି, ଯେଉଁଠାରେ କାନ୍ଥରେ ମଧ୍ୟ ବିଭିନ୍ନ ପ୍ରକାରର ଫସଲ ଚାଷ କରାଯାଏ।

ଏଠାରେ ଧାନ ଏବଂ ଗହମ ସହିତ ପନିପରିବା ମଧ୍ୟ କାନ୍ଥରେ ଚାଷ କରାଯାଏ। ଏହି କୌଶଳ ଧିରେ ଧିରେ ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି। ଏହି କୌଶଳକୁ ଭର୍ଟିକାଲ ଫାର୍ମିଂ କିମ୍ବା ‘ଓ୍ବାଲ୍‌ ଫାର୍ମିଂ’ କୁହାଯାଏ।

China's Vertical Farming Goes Viral Growing Rice And Vegetables On Walls - Amar Ujala Hindi News Live - Ajab-gajab:इस देश में दीवारों पर खेती करते हैं लोग, धान, गेहूं और उगाते हैं

ଭର୍ଟିକାଲ ଫାର୍ମିଂ ଅର୍ଥାତ୍‌ କାନ୍ଥରେ ଚାଷ କରୁଥିବା ଦେଶର ନାମ ଇସ୍ରାଏଲ। ପ୍ରକୃତରେ ଇସ୍ରାଏଲ ଏବଂ ଅନ୍ୟାନ୍ୟ ଅନେକ ଦେଶରେ ଚାଷଯୋଗ୍ୟ ଜମିର ଏକ ବଡ଼ ଅଭାବ ରହିଛି ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେଠାକାର ଲୋକମାନେ ଭର୍ଟିକାଲ ଫାର୍ମିଂକୁ ଗ୍ରହଣ କରିଛନ୍ତି।

ଇସ୍ରାଏଲ ବ୍ୟତୀତ ଯୁକ୍ତରାଷ୍ଟ୍ର, ୟୁରୋପ ଏବଂ ଚାଇନାରେ ଭର୍ଟିକାଲ୍ ଫାର୍ମିଂ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି ପ୍ରକାରର ଫାର୍ମିଂର ସବୁଠାରୁ ବଡ଼ ସୁବିଧା ହେଉଛି କାନ୍ଥରେ ଗଛ ଲଗାଇବା ଦ୍ୱାରା ଘର ଭିତରେ ତାପମାତ୍ରା ରୋକାଯାଇଥାଏ। ଏହା ସହିତ ଏହା ଶବ୍ଦ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିଥାଏ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri