କାଳିଆ କେଉଁଠି

ଈଶ୍ୱର ବିଶ୍ୱାସୀ ହେବା ଭଲ କଥା, ତେବେ ଈଶ୍ୱରଙ୍କ ବିଶ୍ୱାସରେ ବସି ରହିଲେ କି ହୁଏ? ଈଶ୍ୱର ଏକ ଆମେ ଅନେକ। ଅତଏବ ସିଏ ଏକା ଏକା ତ ସବୁ ସ୍ଥାନକୁ ଯାଇ ପାରିବେ ନାହିଁ, ତେଣୁ ଆମ ଭିତରେ ଈଶ୍ୱରୀୟ ସତ୍ତା କିଛି ଛାଡି ଦେଇଛନ୍ତି ! ତେବେ ତାହା ସର୍ତ୍ତମୂଳକ, ଆପଣ ଚଳଚଞ୍ଚଳ ରହିଲେ ସେଇ ସତ୍ତାଟି ସକ୍ରିୟ ରହିବ, ଆଉ ଆପଣ ଅଳସୁଆ ହେଲେ ସିଏ ଶୋଇପଡ଼ିବ। ଆପଣ ସକାରାତ୍ମକ ହେଲେ ସେଇ ସତ୍ତାଟି ପ୍ରଚଣ୍ଡ ପ୍ରଭାବଶାଳୀ ହୋଇପଡିବ ଆଉ ନକାରାତ୍ମକ ହେଲେ ସିଏ ଏମିତି ଉଭେଇଯିବ ଯେ ବହୁଦିନ ଯାଏ ଖୋଜି ଖୋଜି ପାଇବେନି!
ତଥାପି ଈଶ୍ୱର ନିର୍ଦ୍ଦୟ ନୁହନ୍ତି। ଯେଉଁମାନେ ବାଲ୍ୟକାଳ ଅତିକ୍ରାନ୍ତ କଲାପରେ ଉପରୋକ୍ତ କାରଣରୁ ନିଜଠାରେ ଈଶ୍ୱରୀୟ ସତ୍ତାଟିକୁ ରଖିବାରେ ଅକ୍ଷମ ହୁଅନ୍ତି ସେଇମାନଙ୍କ ପାଇଁ ସିଏ ଦେବାଳୟରେ ଥିବା ମୂର୍ତ୍ତିରେ ଉପଲବ୍ଧ ଥାନ୍ତି। ତାହା ମଧ୍ୟ ସର୍ତ୍ତମୂଳକ। ସେଇଠି ବିଶ୍ୱାସଟି ଇନ୍ଧନ। ଯେତେ ବିଶ୍ୱାସ ସେଇଠି କେନ୍ଦ୍ରିତ ହୋଇଥାଏ, ସେତେ ଲାଭ ସେଠାରେ ବିଶ୍ୱାସ ରଖି ପହଁଚୁଥିବା ଭକ୍ତମାନଙ୍କୁ ମିଳୁଥାଏ। ତଦନୁସାରେ ସେଇ ଦିଅଁ ସେତେ ପ୍ରଭାବଶାଳୀ ବୋଲାନ୍ତି! ସେଇମିତି ପ୍ରଭାବଶାଳୀ ଦିଅଁ ହେଲେ ଜଗନ୍ନାଥ।
ଲୋକଙ୍କୁ ନିକଟତର କରିବାର ସବୁଠାରୁ ସହଜ ଏବଂ ସରଳ ସୂତ୍ରଟି ହେଲା ତାଙ୍କୁ ସମର୍ପି ଦେବା। କହିବା ଏଇଟା ଲୋକଙ୍କର। ଖାଲି କହିଦେଲେ ତ ହେବନାଇଁ, ତାଙ୍କ ପ୍ରତି କିଛି ସମର୍ପଣ ରଖିବାକୁ ହେବ। ସେଇମିତି ଲୋକଙ୍କର ଠାକୁର ହେଲେ ଜଗନ୍ନାଥ। ସିଏ ତମ ଆମ ପରି ଦୈନନ୍ଦିନ କାର୍ଯ୍ୟ କରନ୍ତି, ତଥାପି ସିଏ ତମ ଆମ ପରି ନୁହନ୍ତି! ସତ କି ନାଇଁ? ସେଇ ସୂକ୍ଷ୍ମ ପ୍ରଭେଦଟି ହେଉଛି ମଣିଷ ଆଉ ଠାକୁର ଭିତରର ଫରକ। ସେଇ ଅମୂଲ୍ୟ ଗୁଣଧାରୀ ହୋଇଥିବାରୁ ସିଏ ଜଗତନାଥ।
ଜଗତର ନାଥ ବୋଲାଇବା ସତରେ କି ଏତେ ସହଜ? ସେ ଖାଲି ବଡ଼ ଦେଉଳ, ବଡ଼ ଦାଣ୍ଡର ମାଲିକ ନୁହନ୍ତି, ସିଏ ବଡ଼ ହୃଦୟର ଦେବତା ବଡ଼ଠାକୁର! ଏଇ ବଡ଼ ବିଚାରଟି ସିଏ ଆମକୁ କେଉଁ କାଳୁ ଦେଇଛନ୍ତି ହେଲେ ଆମେ ନିଜକୁ ଏତେ ଛୋଟ କରି ଦେଇଛେ ଯେ, ଆମେ ମାର୍କେଟିଂ ପଢିବାକୁ ଯାଇ ପଇସା ଦାଖଲ କରି ‘ଥିଙ୍କ ବିଗ’ର ପାଠକୁ ଘୋଷି ହେଉଛେ କିନ୍ତୁ ବଡ଼ ଠାକୁରର ବାର୍ତ୍ତାକୁ ବୁଝି ପାରୁନେ!
ଯିଏ ତୁମ ପାଖକୁ ଆସି ପାରୁନି ତୁମେ ତା’ ପାଖକୁ ଯାଅ। ଯେତେ ବଡ଼ ଲୋକ ହୋଇଥିଲେ ବି ରାସ୍ତାକୁ ବାହାରି ଆସ, ଅନେକ ଭିତରେ ଏକ ହୁଅ। ସବୁରି ସାଥିରେ ମିଶ, ସବୁରି ଶ୍ରଦ୍ଧାକୁ ସାଉଁଟି ତାଙ୍କର ସୁଖଦୁଃଖରେ ସାମିଲ ହୁଅ। ବେଶ ହୁଅ, ଶୁଦ୍ଧ ଏବଂ ସାଦା ଭୋଜନ କର, ଭାଇ ଭଉଣୀଙ୍କ ସହ ଏକାଠି ରୁହ, ମାଉସୀ ଘର ପରି ବନ୍ଧୁବାନ୍ଧବଙ୍କ ଘରକୁ ଯାଅ, ସମ୍ପର୍କ ରଖ। ଏମିତି ଏମିତି କେତେ ବାର୍ତ୍ତା ସିଏ ଦେଉନାହାନ୍ତି ଭଲା! ହେଲେ ଆମେ କି ବୁଝୁଛେ, ସିଏ ଯାହା ଦେଉଛନ୍ତି ଆମେ ତାହାକୁ ନ ନେଇ ତାଙ୍କୁ ଅଲଗା କଥାଟି ମାଗୁଛେ!
ତା’ର ହାତ ନାହିଁ! ତାକୁ ମାଗୁଛନ୍ତି ଏୟା ଦେ… ସେୟା ଦେ…! ଆରେ ବାଇମନ, ସେଇଥି ପାଇଁ ପରା ସିଏ ତୋତେ ହାତ ଦେଲେ, ତା’ ସାଥିରେ ବୁଦ୍ଧି, ବିବେକ, ବିଚାର ଓ ସାହସ ଦେଲେ। ଆଉ କ’ଣ ଦେଇଥାନ୍ତେ? ତାହାକୁ ଉପଯୋଗ କରି ତୁ କ’ଣ ନ ପାଇପାରିବୁ? ସେଇ ପୁଣି ଏ ବଡ଼ ବଡ଼ ଆଖି କରି ଖୋଜିବାର, ଆବିଷ୍କାର କରିବାର ବାର୍ତ୍ତା ଦେଲେ, ତଥାପି ତତେ ତାହା ଦିଶିଲା ନାହିଁ! ସିଏ ନିଜେ ଅସମ୍ପୂର୍ଣ୍ଣ ରହି ଆମକୁ ପୂର୍ଣ୍ଣ କରିଛନ୍ତି, ତଥାପି ହେଲା ନାଇଁ ହେଲା ନାଇଁ, ମୋର କିଛି ନାଇଁ କିଛି ନାହିଁ ବୋଲି କହି ଆମେ ତାଙ୍କୁ ଆମ ନିଜ ଭିତରୁ ନିକାଲି ଦେଉଛେ। ସିଏ କହିଲେ ଅପୂର୍ଣ୍ଣତା ଭିତରେ ହିଁ ପୂର୍ଣ୍ଣତା ଅଛି, କିନ୍ତୁ ସତରେ କିଏ ଅସମ୍ପୂର୍ଣ୍ଣ ଶରୀରଧାରୀ ମଣିଷଟିଏକୁ ସେବା କରିବାକୁ ଅବା କୋଳେଇ ନେବାକୁ ଆଗ୍ରହୀ?
ବଡ଼ ଚିନ୍ତାକର, ବଡ଼ ହୁଅ ଆଗକୁ ବଢ଼ ବୋଲି ତା’ର ବାର୍ତ୍ତାକୁ କେତେଜଣ ବୁଝିଛନ୍ତି? କାଳିଆର ବଡ଼ ଦେଉଳଠୁଁ ଆହୁରି ବଡ଼ ପ୍ରାସାଦ ତୋଳି ଲୋକେ ରହିଲେଣି! ହେଲେ କାଳିଆ ପରି କେତେଜଣ ଅନ୍ୟମାନଙ୍କୁ ସେଠାକୁ ପ୍ରବେଶ କରାଇ ଆଶ୍ରା ଦେଇଛନ୍ତି? ଅନେକ ସ୍ଥାନରେ ବଡ଼ଦାଣ୍ଡପରି ଅଥବା ତା’ଠୁ ଓସାରିଆ ରାସ୍ତା ହେଲାଣି! ତଥାପି ନିଜ ଜାଗା ସାମ୍ନାରେ ଥିବା କିଛି ସରକାରୀ/ ସର୍ବସାଧାରଣ ଜାଗାକୁ ଛାଡିବାକୁ କୁନ୍ଥକୁନ୍ଥ! ରାଜ୍ୟସାରା ଜଗାର ଜାଗା ଓ ଜମିବାଡ଼ି ପଡିଛି। ତାହାକୁ ଲୋକେ ମାଡ଼ିବସିଛନ୍ତି, ନିଜର ବାପ ସମ୍ପତ୍ତି ପରି ସେଥିରୁ ଫଳିଥିବା ଫସଲକୁ ଖାଉଛନ୍ତି। ସେଥିରୁ ତାକୁ ଭାଗ ଦେବେ କ’ଣ ଆଉ ଦେ… ଆଉ ଦେ… ବୋଲି ମାଗିବାକୁ ଦୌଡ଼ି ଆସୁଛନ୍ତି।
ତିନି ଦିଅଁଙ୍କ ଭିତରେ ଯିଏ ତ୍ରିପଣ୍ଡ କଳା, ସିଏ ହେଉଛନ୍ତି ବଡ଼ ଠାକୁର! ବର୍ଣ୍ଣଭେଦ ବିରୋଧୀ ଏଇ ସମୟତାର ବାର୍ତ୍ତାକୁ ଆମେ କେତେଜଣ ବୁଝିଛେ? ଯଦି ବୁଝିଛେ, ତା’ ହେଲେ କିଏ କଳା ବୋହୂଟିଏକୁ ସାଦରେ ସ୍ବାଗତ କରିବାକୁ ଆଗ୍ରହୀ? ସିନେମାରେ ତା’ ବର୍ଣ୍ଣର କେତେ ଅଭିନେତା/ ଅଭିନେତ୍ରୀଙ୍କୁ ଆମେ ନିଜ ହୃଦୟରେ ସ୍ଥାନ ଦେଇଛେ। ତା’ ଅଦୃଶ୍ୟର ମଣିଷଙ୍କୁ ଆମେ କେତେ ଆଦର କରୁଛେ? ତା’ର ଭାବକୁ ନ ବୁଝିଲେ, ତା’ର ଇଚ୍ଛାକୁ ନ ରଖିଲେ ତାକୁ ପାଇବା କ’ଣ ଏତେ ସହଜ?
ଏମିତି କେତେ କେତେ ବାର୍ତ୍ତା ସିଏ ଦିଅନ୍ତି, ଯାହାକୁ ବର୍ଣ୍ଣନା କରିବା ପାଇଁ ଏଠାରେ ସ୍ଥାନ ନିଅଣ୍ଟ। ସିଏ ଯାହା ଚାହାନ୍ତି ଆମେ ତାହା କରୁନା, ସିଧା କହିଲେ ଆମେ ତାଙ୍କ ବୋଲ ମାନୁନା। କିନ୍ତୁ ଆମେ ଯାହା ଚାହୁଁଛୁ ସିଏ ତାହା ଦେଇଦିଅନ୍ତୁ ବୋଲି ମାନସିକ ରଖି ଆଶା କରି ତାଙ୍କ ପାଖକୁ ଧାଇଁଯାଉ। ମନେରଖିବାକୁ ହେବ, ସିଏ ଅନ୍ତର୍ଯାମୀ। ତାଙ୍କର ଇଚ୍ଛା ଯାହା ଆମେ ସେଇ ପ୍ରକାର କର୍ମ କଲେ, କଷ୍ଟକରି ଯିବା ଦରକାର ନାହିଁ ସିଏ ନିଜେ ଆମ ପାଖକୁ ଆସିବେ!
ଅତଏବ ପ୍ରଶ୍ନ ଉଠେ, ଏଠି ସେଠି ଦେଉଳ ତୋଳିଦେଲେ, ରଥଗଢ଼ି ଟାଣିଦେଲେ ତାହା ଶ୍ରୀକ୍ଷେତ୍ର ହୋଇଯିବା ଏତେ ସହଜ ଓ ସରଳ? ଏହି ପ୍ରଶ୍ନର ଉତ୍ତରଟି ହେଲା – ହଁ ତାହା ଅତି ସହଜ ଓ ସରଳ, କିନ୍ତୁ ତାହାକୁ କରାଇବା ପାଇଁ ମଣିଷ ଏଯାଏ ସେତେ ସହଜ ଓ ସରଳ ହୋଇପାରିନାହିଁ ଏବଂ ନିକଟ ଭବିଷ୍ୟତରେ ହେଲାପରି ମଧ୍ୟ ଦିଶୁନାଇଁ!

ଡ.କୁଳାଙ୍ଗାର
କଳାଘର – ଲେମ୍ବୋ, ନରସିଂହପୁର, କଟକ, ମୋ: ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri