ଖୁସି ଗଲା କୁଆଡ଼େ

ମେ ୩ରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ ଓଡ଼ିଶାରେ ରାଜନୈତିକ ହିଂସାକାଣ୍ଡରୁ ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଘରୋଇ ହିଂସାଜନିତ ହତ୍ୟା ଓ ଆତ୍ମହତ୍ୟା ସଂଖ୍ୟା ୩୦ରୁ ଊର୍ଦ୍ଧ୍ୱ ହୋଇଥିବା ଖବର ପ୍ରକାଶ ପାଇଛି। ରିପୋର୍ଟ ହୋଇ ନ ଥିବା ହିଂସାଜନିତ ମୃତ୍ୟୁକୁ ହିସାବକଲେ ସଂଖ୍ୟା ବଢ଼ିଯିବ। ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ଦେଖିଲେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ଥିଲା। ଗାଁଗଣ୍ଡାରେ ନିର୍ବାଚନ ପରେ ଶତ୍ରୁତା ବଢ଼ିଥିବାରୁ ଗୋଷ୍ଠୀବଦ୍ଧ ଆକ୍ରମଣ ହେଉ ବା ଜିତିଥିବା ପ୍ରାର୍ଥୀଙ୍କ ଟାହିଟାପରା ସହି ନ ପାରି ପରାଜିତ ପ୍ରାର୍ଥୀ କିମ୍ବା ତାଙ୍କ ପରିବାର ସଦସ୍ୟ କେତେକ ସ୍ଥାନରେ ଆତ୍ମହତ୍ୟା କରିଥିବା ଖବର ସମସ୍ତେ ପଢ଼ିଥିବେ। ସେହିପରି ସମ୍ପତ୍ତି ବିବାଦରୁ ସାନ ଭାଇ କ୍ରୋଧିତ ହୋଇ ବଡ଼ ଭାଇ ସମେତ ତାଙ୍କ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏଭଳି ଘଟଣାସବୁ ବର୍ଣ୍ଣନା କଲେ ତାଲିକା ଲମ୍ବି ଚାଲିବ।
ରାଜ୍ୟରେ ଏ ଯେଉଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ରାଜନୈତିକ ବାତାବରଣ ସହ ପୋଲିସର ନିଷ୍କ୍ରିୟତା ମୁଖ୍ୟତଃ ଦାୟୀ। କୋଭିଡ୍‌-୧୯ ପରେ ବହୁ ଲୋକ ରୋଜଗାର ହରାଇ ଗାଁକୁ ପଳାଇ ଆସିଛନ୍ତି। ଅନେକ ଯୁବକ ବେରୋଜଗାର ହେବା ଫଳରେ ରାଜନୀତିରେ ପ୍ରବେଶ କରିଛନ୍ତି। ଗୁଣ୍ଡାମି ହୋଇଛି ମୁଖ୍ୟ ଅସ୍ତ୍ର। ସାଧାରଣରେ ସମସ୍ତଙ୍କ ଧାରଣା ଯେ, ବାହୁବଳ ଥିବା ଲୋକ ପାଇଁ ରାଜନୀତି ସହଜ। ଏହି ଦୃଷ୍ଟିରୁ ଥୋଡ଼େ ଟୋକାଙ୍କୁ ସାଥିରେ ରଖିପାରିଲେ କାର୍ଯ୍ୟ ହାସଲ ହୋଇଥାଏ। ନେତାଙ୍କ ପଛରେ ଥିବା ଗୁଣ୍ଡା ଦଳ ହିଂସା ଘଟାଇବା ସକାଶେ ଆଗଭର ହୋଇଥାଆନ୍ତି। ତେବେ ସାମାନ୍ୟ ଘଟଣାକୁ ନେଇ ଯେତେବେଳେ କିଛି ଗଣ୍ଡଗୋଳ ହେଉଛି ସେତେବେଳେ ଅପ୍ରୀତିକର ସ୍ଥିତି ଉପୁଜୁଛି। ଅନେକ ସ୍ଥାନରେ ଦେଖାଦେଇଛି ଯେଉଁଠାରେ ପ୍ରବଳମାତ୍ରାରେ ହିଂସା ଘଟିଛି ସେଠାରେ ପୋଲିସର ଉପସ୍ଥିତି ନ ଥାଏ। କାରଣ ପୋଲିସ ସବୁବେଳେ ଧନ ପଛରେ ପଡ଼ିଥାଏ। ସଦ୍ୟ ଉଦାହରଣ ଦେଖିଲେ କୋରାପୁଟ ଜିଲା ଲମତାପୁଟ ବ୍ଲକର କୁମାରଗନ୍ଧଣାସ୍ଥିତ ଏକ ଚୂନମାଟି ଖଣି ଖନନକୁ ଗ୍ରାମବାସୀ ବିରୋଧ କରୁଥିବା ବିଷୟ ସାମ୍ନାକୁ ଆସୁଛି । ସେଭଳି ସ୍ଥଳେ ପୋଲିସ ବାହିନୀ ଖଣିଖନନ କମ୍ପାନୀକୁ ସାହାଯ୍ୟ କରିବାକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାଶୁଝା କରିବା ପାଇଁ ଚେଷ୍ଟା କରୁଥିଲା। ପୋଲିସ ଉପରେ ପଡ଼ିଲା ମାଡ଼। ଉପରଲିଖିତ ଘଟଣାକୁ ଦେଖିଲେ ସାଧାରଣ ପୋଲିସର ଚରିତ୍ର ବୁଝାପଡ଼ିଯାଉଛି। ଏହି ସ୍ତମ୍ଭରେ ଆମେ ବାରମ୍ବାର କହିଛୁ ଯେ ଏଠାରେ ପୋଲିସ ଲୋକଙ୍କ ଆସ୍ଥାଭାଜନ ହୋଇପାରୁ ନାହିଁ। ନାଗରିକଙ୍କୁ ଦମନ କରିବାର ଯେଉଁ ଔପନିବେଶିକ ଚିନ୍ତାଧାରା ରହିଆସିଛି, ତାହାଠାରୁ ଖାକି ପୋଷାକଧାରୀ ଦୂରେଇ ଯାଇପାରୁ ନାହିଁ। ଏହା ପଛରେ ସରକାରୀ ମନୋଭାବର ପ୍ରଭାବ ରହିଛି।
ଗତ କିଛି ଦଶନ୍ଧି ଧରି ଭାରତରେ କେବଳ ଜିଡିପି ବା ମୋଟ ଘରୋଇ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯାଇ ଆସୁଥିବାରୁ ସମାଜରେ ମଣିଷପଣିଆ ହ୍ରାସ ପାଉଛି। ସାଧାରଣ ମଣିଷ ପାଇଁ ସୁଖଶାନ୍ତିର ଜୀବନ ସବୁଠାରୁ ଅଧିକ ଗୁରୁତ୍ୱ ରଖେ। ପୂର୍ବରୁ ପରିବାର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଥିଲା। ଏବେ ମା’ବାପାଙ୍କୁ ହାଣିଦେବା ସହିତ ସ୍ତ୍ରୀ ଓ ଛୁଆଙ୍କୁ ମଧ୍ୟ ହତ୍ୟା କରିବା ଏକ ଦୈନନ୍ଦିନ ଖବରରେ ପରିଣତ ହୋଇଗଲାଣି। ମଣିଷର ସୁଖ ପ୍ରତି ଧ୍ୟାନ ଦିଆ ନ ଗଲେ ଅସହିଷ୍ଣୁତା ବୃଦ୍ଧି ପାଇବା ସ୍ବାଭାବିକ। ସବୁବେଳେ ବସ୍ତୁବାଦୀ ଚିନ୍ତାଧାରାରେ ବଞ୍ଚତ୍ ରହିଥିବା ସମାଜ ବିଭିନ୍ନ ବିକୃତିର ସମ୍ମୁଖୀନ ହେବ। ଏବେ ଭାରତ ବିଶେଷକରି ଓଡ଼ିଶାରେ ଆମେ ଏସବୁ ଦେଖୁଛେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri