ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଚିନାମାଳିପଶି ପଞ୍ଚାୟତ ବଡ଼ ମହୁଲଡିହା ଗ୍ରାମର ୩ ଆଦିବାସୀ ନାବାଳିକା ଗତ ଗୁରୁବାରଠାରୁ ଗାଁରୁ କେଉଁଆଡ଼େ ନିଖୋଜ ହୋଇଛନ୍ତି। ବଡ଼ ମହୁଲଡିହା ଗ୍ରାମର ସମରା ମୁଣ୍ଡାଙ୍କ ଝିଅ ଶିବାନୀ (୧୩), ଦାସ ମୁଣ୍ଡାଙ୍କ ଝିଅ ସୁଭଦ୍ରା (୧୫) ଏବଂ ରାଘବ ମୁଣ୍ଡାଙ୍କ ଝିଅ କୁନି (୧୪) ନିଖୋଜ ହୋଇଛନ୍ତ। ଏନେଇ ପରିବାର ପକ୍ଷରୁ ଘଟଗାଁ ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ସମରା ମୁଣ୍ଡା କହିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଏହି ୩ ନିଖୋଜ ନାବାଳିକାଙ୍କୁ ତୁରନ୍ତ ଖୋଜି ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି।


