Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍‌ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?

ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଲୋକପ୍ରିୟ ଟେଲିଭିଜନ ଉଦ୍‌ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ ସମ୍ପର୍କକୁ ଲୁଚାଇ ରଖିଥିଲେ। ଏବେ ବୁମ୍‌ରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ପ୍ରସ୍ତୁତିରେ ଲାଗିଛନ୍ତି। ଏହାପୂର୍ବରୁ ସେ ଆଇସିସି ପକ୍ଷରୁ ଆୟୋଜିତ ଏକ ସାକ୍ଷାତକାରରେ ଭାଗନେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କାରଣ ଏହାର ହୋଷ୍ଟ ଥିଲେ ତାଙ୍କ ସ୍ତ୍ରୀ ସଞ୍ଜନା।

ବୁମ୍‌ରା ଯେତେବେଳେ ସାକ୍ଷାତକାର ପାଇଁ ପହଞ୍ଚିଛନ୍ତି ସଞ୍ଜନା ମଜାଳିଆ ଢ଼ଙ୍ଗରେ ‘ମୁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି’ ବୋଲି କହିଥିଲେ। ଜବାବରେ ବୁମ୍‌ରା ମୁଁ ବାସ୍‌ ପାଖରେ ହିଁ ଅଛି ବୋଲି କହିଥିବା ଦେଖାଯାଇଛି।

ସାକ୍ଷାତକାରରେ ବୁମ୍‌ରାଙ୍କୁ କିଛି ପୁରୁଣା ଫଟୋ ଦେଖାଯାଇ ତା’ ପଛରେ ଥିବା କାହାଣୀ ବିଷୟରେ ପଚରାଯାଇଥିଲା। ଗୋଟିଏ ଫଟୋ ବର୍ଡର-ଗାଭାସ୍କର ଟ୍ରଫିକୁ ନେଇଥିବା ବେଳେ ଆଉ ଗୋଟିଏ ଗୀଟାର ବଜାଇବାକୁ ନେଇ ପଚରାଯାଇଥିଲା। ସେହିଭଳି ସିକ୍ସ ପ୍ୟାକ୍‌ ଆବ୍ସକୁ ନେଇ ବୁମ୍‌ରାଙ୍କୁ ପ୍ରଶ୍ନ କରାଯାଇଥିଲା। ବିବାହର ମଧ୍ୟ ଏକ ଫଟୋ ଦେଖାଯାଇଥିଲା। ଫଟୋ ଦେଖି ବୁମ୍‌ରା ପଚାରିଥିଲେ ଏଥିରେ କିଏ ଅଛନ୍ତି, ପୂର୍ବରୁ ଦେଖିବା ଭଳି ଲାଗୁଛି? ଏହା ଶୁଣି ସଞ୍ଜନା ହସିଥିଲେ। ତେବେ ଏହା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଦିନ। ନିକଟରେ ହୋଇଛି। ଆପଣଙ୍କୁ ଏ ବିଷୟରେ ଜଣାଥିବ ବୋଲି ବୁମ୍‌ରା କହିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri