Posted inଫୁରସତ

ଏମିତି ଘର, ଯେଉଁଠି ପ୍ରତ୍ୟେକ ଜିନିଷ ଦେଖିବାକୁ ମିଳେ ଓଲଟା

ଘର ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ନିଜ ଘରକୁ ଭିନ୍ନ ତଥା ଅନନ୍ୟ କରିବାକୁ ଚାହିଁଥାନ୍ତି। ସେମାନେ ଏହାର ଡିଜାଇନ, ରଙ୍ଗ ଏବଂ ଫଟୋ ପାଇଁ ବିପୁଳ ଅର୍ଥ ବି ବ୍ୟୟ କରିଥାନ୍ତି। ଏହିପରି ଗୋଟିଏ ଘର ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଘରର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯିଏ ଏହି ଘର ଦେଖୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

ଏହି ଘରର ଡିଜାଇନ ଅନ୍ୟ ଘରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉକ୍ତ ଘରର ଆଉ ଏକ ବିଶେଷ କଥା ହେଲା ଏହି ଘରଟି ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ସହିତ ଜଡ଼ିତ। ଯେଉଁଭଳି ଭାବରେ କରୋନା ମହାମାରୀ ଦୁନିଆର ସବୁକିଛି ବିଚଳିତ କରିଦେଇଛି, ସହିଭଳି ଏହି ଘର ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାଣନ୍ତୁ ଏହି ଘରର ସ୍ବତନ୍ତ୍ରତା ବିଷୟରେ…

କଲମ୍ବିଆର ରାଜଧାନୀ ବୋଗୋଟା ନିକଟ ଗୁଆଟାଭିଟାରେ ଏକ ନିଆରା ଘର ନିର୍ମାଣ କରାଯାଇଛି। ଅଷ୍ଟ୍ରିଆରେ ରହୁଥିବା ଫ୍ରିଜ୍‌ ସ୍କୋଲ ଏହି ଅନନ୍ୟ ଘରର ପରିକଳ୍ପନା କରିଛନ୍ତି। ଘରର ସବୁକିଛି ଓଲଟା। ଯାହା ବହୁତ ଅଦ୍ଭୁତ ଦେଖାଯାଉଛି। ଏହି ଘରର ଛାତ ଉପରେ ଚାଲିଲେ ସେମାନଙ୍କର ଫଟୋ ଦେଖିବା ପରେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଚଟାଣରେ ଚାଲୁଥିବା ବ୍ୟକ୍ତି ଘରର ଛାତ ଉପରେ ଚାଲିବା ପରି ଦୃଶ୍ୟମାନ ହୁଏ। ଘରେ ରଖାଯାଇଥିବା ଆସବାବପତ୍ର ସବୁ ଓଲଟା ଦେଖାଯାଏ। ଯେମିତି ଏହା ଛାତରେ ରଖାଯାଇଛି ଦେଖାଯାଏ।

୨୦୧୫ରେ ଏପରି ଘର ତିଆରି କରିବାର କଳ୍ପନା ସ୍କୋଲ୍‌ଙ୍କ ମୁଣ୍ଡକୁ ଜୁଟିଥିଲା। ଯେତେବେଳେ ସେ ତାଙ୍କ ନାତି ସହିତ ଅଷ୍ଟ୍ରିଆ ଯାଉଥିଲେ, ସେତେବେଳେ ସେ ଏକ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ଯାହା ଅନ୍ୟ ଘରଠାରୁ ବହୁତ ଅଲଗା ଏବଂ ଅନନ୍ୟ। ଯେତେବେଳେ ସେ ଏକ ଓଲଟା ଘର ନିର୍ମାଣ ବିଷୟରେ ପରିବାର ଲୋକଙ୍କୁ କହିଥିଲେ, ସମସ୍ତେ ତାଙ୍କ କଥାରେ ହସିଥିଲେ ଏବଂ କେହି ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ପାଗଳ ଭାବିଥିଲେ।

ସ୍କୋଲ୍‌ କୁହନ୍ତି, ଯେବେଠାରୁ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିଛି, ସେବେଠାରୁ ଏହା ମୋର ଘର ନିର୍ମାଣ କାର୍ଯ୍ୟ ଉପରେ  ପ୍ରଭାବ ପକାଇଛି। ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ଧରି ବଜାରଘାଟ ବନ୍ଦ ହେତୁ ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ପାଇବାରେ ଏକ ସମସ୍ୟା ଦେଖାଦେଇଥିଲା। ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟ ଏତେଦିନ ଲାଗିଲା। ବର୍ତ୍ତମାନ ଏହି ଘର ଜାନୁୟାରୀ ୨୦୨୨ରେ ସମ୍ପୂର୍ଣ୍ଣ ହୋଇଛି। ଏହି ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଏହି ଘରେ ଫଟୋ ଉଠାଇ ସେମାନେ ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri