କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ….

ସମ୍ବଲପୁର,୭।୧୨: ଏସିଏଫଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍‌ ରେବତୀ ରମଣ ଯୋଶୀ । ତାଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି । ରବିବାର ବିଳମ୍ବିତ ରାତି ଯାଏ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ତାଙ୍କୁ ପଚରାଉଚରା ସହ କାଗଜପତ୍ର ଯାଞ୍ଚ ହୋଇଥିଲା । କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ଏସିଏଫ୍‌ ।
ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ ଚାଲିଥିଲା। ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ଠାବ ହୋଇଛି । ଭୁବନେଶ୍ୱରରେ ଗୋଟିଏ, ସମ୍ବଲପୁର ଟାଉନରୁ ମିଳିଛି ୩ଟି ଫ୍ଲାଟ । ସମ୍ବଲପୁର ଓ ବରଗଡ଼ରୁି ୭ଟି ପ୍ଲଟ ଓ ୧୫୦ ଗ୍ରାମ ସୁନା ଠାବ ହୋଇଛ।

ଦୁର୍ନୀତି ନିବାରଣ ବିଭାଗର ୩ ଜଣ ଭିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି, ସମ୍ବଲପୁରଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ସମ୍ବଲପୁର ଓ ବରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା। ସେଥିମଧ୍ୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କରେ ଥିବା ସରକାର କ୍ୱାର୍ଟର୍ସ, ସମ୍ବଲପୁର କାର୍ଯ୍ୟାଳୟ ଚାମ୍ବର, ସମ୍ବଲପୁରର ଅଇଁଠାପାଲିସ୍ଥିତ ତାଙ୍କର ତିନି ମହଲା କୋଠା, ସମ୍ବଲପୁର ବ୍ରିଜଧାମମ ହାଉସିଂ ସୋସାଇଟି, କାହ୍ନେୟା ବ୍ଲକରେ ସ୍ଥାନ ଫ୍ଲାଟ ନମ୍ବର ଜି-୫, ଓ ଜି-୬, ସମ୍ବଲପୁର ଫାର୍ମ ରୋଡ, ସିଟି ପ୍ରାଇଡ ଆପାର୍ଟମେଣ୍ଟ ବିଲଡିଂ ଫ୍ଲାଟ ନମ୍ବର ଏ-୪୦୬, ସମ୍ବଲପୁର-ଝିରସୁଗୁଡା ରାସ୍ତା ସମ୍ବଲପୁରର ମାଲିପାଲିରେ ଏକ ମହଲା ବିଶିଷ୍ଟ ବ୍ୟବସାୟିକ କୋଠା, ବରଗଡ଼ ଜିଲା ପଦ୍ମପୁରର ଥିବା ଏକ ମହଲା କୋଠା, ବରଗଡ଼ ଜିଲା ବିଜେପୁର ବଲଣ୍ଡା ଯୋଶୀଙ୍କ ପୈତୃକ ଘର ଅନ୍ତର୍ଭୁକ୍ତ। ଚଢ଼ାଉ ବେଳେ ପ୍ରାଥମିକ ପର୍ଯାୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କସ୍ଥିତ ସରକାର କ୍ୱାର୍ଟର୍ସରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୨ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ୧ ମାସର ଦରମା ବନ୍ଦ, ଜାଣନ୍ତୁ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ପୁରୀ,୨୨।୧( ଅଜିତ୍‌ କୁମାର ମହାନ୍ତି): ଆକ୍ସନ ମୋଡରେ ଜିଲା ଶିକ୍ଷାଧିକାରୀ। ପୁରୀ ଜିଲାର ୭୨ ଜଣ ପ୍ରଧାନଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଏକମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ...

ଗଣତନ୍ତ୍ର ଦିବସରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା! ଟାର୍ଗେଟରେ ରାଜଧାନୀ ସମେତ ରାମ ମନ୍ଦିର, ଆଲର୍ଟରେ ଏଜେନ୍ସି

ନୂଆଦିଲ୍ଲୀ,୨୨।୧: ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଭାରତର ବିଭିନ୍ନ ସହରରେ ସତର୍କତା ଜାରି କରାଯାଇଛି।...

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ସରକାର

ଭୁବନେଶ୍ୱର,୨୨।୧: ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ୩୧୫...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

‘ମୁଁ ବିବାହିତ’…ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ଆମିର ଖାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ନିକଟରେ ତାଙ୍କ ପ୍ରେମିକା ଗୌରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri