କେଉଁଠି ଓ କେମିତି ରଖିବେ ପୂଜା ସାମଗ୍ରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି…

* ଜଳନ୍ତା ଦୀପକୁ କେବେବି ଖାଲିରେ ତଳେ ଥୋଇବା ଠିକ୍‌ ନୁହେଁ। ଅଳ୍ପ କିଛି ଅରୁଆ ଚାଉଳ ରଖି ତା’ଉପରେ ଦୀପ ଥୋଇପାରିବେ କିମ୍ବା ଦୀପଷ୍ଟାଣ୍ଡ ଉପରେ ରଖି ଦୀପକୁ ଜଳାଇପାରିବେ।

* ଶାଳଗ୍ରାମଙ୍କୁ ମଧ୍ୟ ଖାଲିରେ ତଳେ ନ ରଖି ସର୍ବଦା ସଫା ରେଶମୀ କପଡ଼ା ଉପରେ ରଖିବା ଦରକାର।

* ପୂଜା ଘରେ କୌଣସି ମଣି କିମ୍ବା ରତ୍ନ ପଥରକୁ ରଖିବାକୁ ଚାହୁଁଥିଲେ, ତାହାକୁ ମଧ୍ୟ ସଫା କପଡ଼ା ଉପରେ ରଖିବା ଆବଶ୍ୟକ।

* ଦେବୀଦେବଙ୍କ ମୂର୍ତ୍ତିକୁ ସର୍ବଦା କାଠ କିମ୍ବା ପିତଳର ଖଟୁଲି ହେଉ କିମ୍ବା କୌଣସି ଆସ୍ଥାନ ଉପରେ ନାଲି ରଙ୍ଗର ସଫା କପଡ଼ା ପକାଇ ତା’ଉପରେ ରଖିବା ଉତ୍ତମ ହୋଇଥାଏ।

* କେବଳ ମୂର୍ତ୍ତି ନୁହେଁ, ଦେବୀଦେବଙ୍କର ବସ୍ତ୍ର ଓ ଆଭୂଷଣକୁ ମଧ୍ୟ ଚଟାଣ ଉପରେ ସେମିତି ଥୋଇବା ଠିକ୍‌ ନୁହେଁ। ଏହାକୁ ପରିଷ୍କାର ସ୍ଥାନରେ ପଲିଥିନ୍‌ ହେଉ ଅବା କାଗଜରେ ଭଲ ଭାବେ ଗୁଡ଼ାଇକି ରଖିବା ଦରକାର।

* ଶଙ୍ଖକୁ ବି ସର୍ବଦା କାଠ ହେଉ ଅବା ପିତଳର ଶଙ୍ଖ ଷ୍ଟାଣ୍ଡ କିମ୍ବା ସଫା କପଡ଼ା ଉପରେ ରଖିବା ଶୁଭ ହୋଇଥାଏ।

* ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଫୁଲକୁ ବି ତଳେ ନ ରଖି କୌଣସି ପବିତ୍ର ଧାତୁ କିମ୍ବା ସ୍ବଚ୍ଛ ପାତ୍ରରେ ରଖିବା ଦରକାର।

* କଳସକୁ ମଧ୍ୟ ଖାଲି ଚଟାଣରେ ନ ରଖି ପିତଳ ଥାଳି ଉପରେ ରଖିପାରିବେ।