Posted inଫୁରସତ

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେଉଁ ଦିନ ଶବଦାହ ହୋଇ ନ ଥାଏ ସେହି ଦିନ ଗାଁର ଜଣେ କିମ୍ବା ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥାଏ। ଏହି କାରଣରୁ ଏହି ଗାଁର ଲୋକମାନେ ଏହାକୁ ଏକ ଭୟଙ୍କର ତଥା ଅଭିଶପ୍ତ ଶ୍ମଶାନ ଭାବରେ ବିବେଚନା କରନ୍ତି।

ଗୟାସପୁର ଶ୍ମଶାନ ସରଜୁ ଏବଂ ଗଣ୍ଡକ ନଦୀ କୂଳରେ ଅବସ୍ଥିତ। ସିଓ୍ବାନର ଲୋକମାନେ ପରିତ୍ରାଣ ପାଇବା ପାଇଁ ଏହି ସ୍ଥାନକୁ ଅତ୍ୟନ୍ତ ଶୁଭ ବୋଲି ଭାବନ୍ତି। ଏହି କାରଣରୁ ପ୍ରତିଦିନ ସର୍ବାଧିକ ୧୦ କିମ୍ବା ଅତି କମରେ ୧ କିମ୍ବା ୨ ମୃତ ଦେହ ଜଳିଥାଏ। କେବଳ ଗାଁର ଲୋକେ ନୁହନ୍ତି, ଆଖାପାଖ କିଛି ଗାଁର ଲୋକେ ମଧ୍ୟ ଶବଦାହ ପାଇଁ ଆସିଥାନ୍ତି।

ସ୍ଥାନୀୟ ଲୋକ କହିଛନ୍ତି, ଗୟାସପୁର ଶବଦାହ ଏକ ଅଭିଶପ୍ତ ସ୍ଥାନ। ଶତାବ୍ଦୀ ପୂର୍ବରୁ ଜଣେ ସାଧୁଙ୍କ ପାଦ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବୁଡ଼ିଯିବା ସମୟରେ ସାଧୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିଲେ, ତଥାପି ଉକ୍ତ ଗାଁର ଲୋକମାନେ ଭୟ ଯୋଗୁ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ନ ଥିଲେ। ଏହା ପରେ, ମରିବା ପୂର୍ବରୁ, ସାଧୁ ଶବଦାହକୁ ଅଭିଶାପ ଦେଇଥିଲେ ଯେ, ପ୍ରତିଦିନ ଏଠାରେ କାହାର ମୃତଦେହ ପୋଡ଼ାଯିବ। ସେବେଠାରୁ ପ୍ରତିଦିନ ଏଠାରେ ଜୁଇ ଜଳିଥାଏ। ଯେଉଁ ଦିନ କୌଣସି ସ୍ଥାନରୁ ମୃତଦେହ ଏହି ଶ୍ମଶାନକୁ ଆସେ ନାହିଁ, ଅଥନି ଗାଁର ଜଣେ କେହି ଲୋକଙ୍କର ମୃତ୍ୟୁ ହୋଇଥାଏ।

କୁହାଯାଏ, ଗତ ପାଞ୍ଚ ବର୍ଷ ମଧ୍ୟରେ କେବେ ବି ଫାଙ୍କା ପଡ଼ିନି ଏହି ଶ୍ମଶାନ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri