କେବେ ସରିବ ଏହି ରାସ୍ତା ନିର୍ମାଣ, ବଢୁଛି ଅସନ୍ତୋଷ

ଗଞ୍ଜାମ,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୯ ନଂ ଓ୍ବାର୍ଡର ବରପଲି ଗ୍ରାମର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଉ ମାତ୍ର ଦିନ କେଇଟା ପରେ ଗ୍ରାମରେ ଥିବା ମହାଦେବ ମନ୍ଦିରରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରିବେ। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।