PM କିଷାନର ଆଗାମୀ କିସ୍ତି ଟଙ୍କାକୁ ଅପେକ୍ଷା କରିଛନ୍ତି କି? ଜାଣନ୍ତୁ କେବେ ଆସିବ, ଏଭଳି ଯାଞ୍ଚ କରନ୍ତୁ Status

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୨୦ତମ କିସ୍ତି ଖୁବଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିପାରେ। ତେବେ ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ତଥାପି ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଟଙ୍କା ଆସିବା ନେଇ ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହି କିସ୍ତି ଜୁନ ୨୦୨୫ ରେ ଆସିପାରେ ବୋଲି ଆଶା କରାଯାଉଛି।

PM-Kisan Samman Nidhi Yojana କ’ଣ?
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଯାହା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ରାଶି ତିନୋଟି ସମାନ କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କର କ୍ଷୁଦ୍ର କୃଷି ଆବଶ୍ୟକତା ଯେପରିକି ବିହନ, ସାର, ଜଳସେଚନ ଇତ୍ୟାଦି ପୂରଣ କରିବା ଏବଂ ସେମାନଙ୍କ ଆୟକୁ ସ୍ଥିରତା ପ୍ରଦାନ କରିବା। ଏହି ଯୋଜନା ଅଧୀନରେ, ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ପଠାଯାଏ।

ଯୋଜନାର ଲାଭ କିଏ ପାଇପାରିବେ?
-ଏହି ଯୋଜନାର ଲାଭ କେବଳ ସେହି ଚାଷୀଙ୍କ ପାଇଁ ଉପଲବ୍ଧ ଯାହାଙ୍କ ନାମରେ ଚାଷ ଜମି ପଞ୍ଜିକୃତ। କିନ୍ତୁ କିଛି ଶ୍ରେଣୀ ଏଥିରୁ ବାଦ ଦିଆଯାଇଛି
-ସଂସ୍ଥାଗତ ଜମି ମାଲିକ: ଯଦି ଜମି କୌଣସି ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ନାମରେ ଥାଏ ତେବେ କୌଣସି ଯୋଗ୍ୟତା ନାହିଁ।
-ସରକାରୀ କର୍ମଚାରୀ: ରାଜ୍ୟ ଏବଂ କେନ୍ଦ୍ର ସରକାରୀ କର୍ମଚାରୀ (ଶ୍ରେଣୀ ୪ ଏବଂ ମଲ୍ଟି-ଟାସ୍କିଂ ଷ୍ଟାଫ ବ୍ୟତୀତ) ଏହି ଯୋଜନା ପାଇଁ ଅଯୋଗ୍ୟ।
-ବୃତ୍ତିଗତ: ପଞ୍ଜିକୃତ ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଓକିଲମାନଙ୍କୁ ଏହି ଯୋଜନାର ପରିସରରୁ ବାଦ ଦିଆଯାଇଛି।
-ଆୟକର ଦେଉଥିବା ଚାଷୀ: ଯେଉଁମାନେ ପୂର୍ବ ମୂଲ୍ୟାୟନ ବର୍ଷରେ ଆୟକର ଦେଇଛନ୍ତି ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ।

Status କିପରି ଯାଞ୍ଚ କରିବେ?
-ପ୍ରଥମେ PM-KISANର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
-ହୋମପେଜରେ ‘Farmer Corner’ ବିଭାଗରେ କ୍ଲିକ କରନ୍ତୁ।
-ସେଠାରୁ ‘Beneficiary List’ ବିକଳ୍ପ ଚୟନ କରନ୍ତୁ।
-ଏବେ ଫର୍ମରେ ଆପଣଙ୍କର ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ବିବରଣୀ ପୂରଣ କରନ୍ତୁ।
-ତା’ପରେ ‘Get Report’ ବଟନ ଉପରେ କ୍ଲିକ କରନ୍ତୁ।
-ଏହା ପରେ, ଆପଣଙ୍କ ସ୍କ୍ରିନରେ ଆପଣଙ୍କ ଗାଁର ସମସ୍ତ ହିତାଧିକାରୀ ଚାଷୀଙ୍କ ତାଲିକା ଦେଖାଯିବ। ଆପଣ ଏଥିରେ ଆପଣଙ୍କର ନାମ ଖୋଜିପାରିବେ।

ଏପର୍ଯ୍ୟନ୍ତ କିସ୍ତି:
-୧୯ତମ କିସ୍ତି: ୨୪ ଫେବୃଆରୀ ୨୦୨୫ରେ ପ୍ରକାଶିତ ହୋଇଥିଲା, ଯାହା ୯.୮ କୋଟି ଚାଷୀଙ୍କୁ ଲାଭ ଦେଇଥିଲା, ଯେଉଁଥିରୁ ୨.୪ କୋଟି ମହିଳା ଥିଲେ।
-୧୮ତମ କିସ୍ତି: ଅକ୍ଟୋବର ୨୦୨୪ରେ ଦିଆଯାଇଥିଲା।
-୧୭ତମ କିସ୍ତି: ଜୁନ ୨୦୨୪ରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା।
-ଏହି ଅନୁସାରେ, ୨୦ତମ କିସ୍ତି ଜୁନ ୨୦୨୫ରେ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri