କେବେ ମିଳିବ କରୋନାରୁ ମୁକ୍ତି, ବିଶେଷଜ୍ଞ କହିଲେ ଏଭଳି …

ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ବେଲଗାମ୍‌ ହେବାରେ ଲାଗିଥିବାବେଳେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିବା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ କରୋନା ମହାମାରୀରୁ କେବେ ମୁକ୍ତି ମିଳିବ ସେ ନେଇ ବିଶେଷଜ୍ଞ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଜୁନ୍‌ରେ ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ରହିବ। ଏହାପରେ ଏକମାସ ମଧ୍ୟରେ ଏହା ଥମିବା ଆରମ୍ଭ କରିବ। ତେବେ ଏହି ସମୟ ମଧ୍ୟରେ ବେଶ୍‌ ସତର୍କ ରହିବାକୁ ପଡ଼ିବ। କରୋନା ଭୂତାଣୁ ଏବେ ବାୟୁରେ ବ୍ୟାପୁଥିବାରୁ ସାବଧାନତା ସହିତ ସମସ୍ତ ମାର୍ଗଦର୍ଶିକାକୁ ପାଳନ କରିବାକୁ ପଡ଼ିବ। ବିଶେଷ ଭାବେ ମାସ୍କ୍‌ ପିନ୍ଧିବାକୁ ଗୁରୁତ୍ୱଦେବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କେତେକ ଚିକିତ୍ସା ବିଶେଷଜ୍ଞ ଏଭଳି ମତପୋଷଣ କରିଛନ୍ତି। ସତର୍କ ଏବଂ ସଚେତନ ରହିଲେ ସଂକ୍ରମଣ ଆଶଙ୍କା କମିଯିବ ବୋଲି ଜିଏସ୍‌ଭିଏମ୍‌ ମେଡ଼ିକାଲ କଲେଜର ପୂର୍ବତନ ପ୍ରଫେସର ଡ. ଏସ୍‌.କେ. କଟିଆର କହିଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ୪ ଗୁଣା ଅଧିକ ପ୍ରସ୍ତୁତିର ଆବଶ୍ୟକତା ରହିଥିବା କାନପୁରର ପୂର୍ବତନ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ଆର୍‌.ପି. ଯାଦବ କହିଛନ୍ତି। ସେହିପରି ସାବଧାନତା ଅବଲମ୍ବନ କଲେ ସଂକ୍ରମଣ କମିବ ବୋଲି ଆଇଏମ୍‌ଏ ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଚିକିତ୍ସକ ଡ. ଏ.ସି. ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଆମେରିକା-ଇରାନର ଶାନ୍ତି ଚୁକ୍ତିକୁ ବିଶ୍ୱର ସ୍ବାଗତ

ଓ୍ବାଶିଂଟନ,୧୫ା୬: ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ବାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ…

ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri