ବନ୍ଧା ହେଲେ ପୁରୁଷ ବନ୍ଧୁ ନୟନ

ସୁନ୍ଦରଗଡ଼,୨୦ା୭(ଜୟନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ସବ୍‌ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସ୍ନିଗ୍‌ଧା ପ୍ରଧାନ(୨୪)ଙ୍କ ହତ୍ୟା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାତଯୋରିଆ ଗ୍ରାମର ନୟନ ସେଠ(୨୬)। ସ୍ନିଗ୍‌ଧାଙ୍କୁ ଛୁରୀ ଭୂଷି ହତ୍ୟା କରିବା ପରେ ତାଙ୍କ ମୋବାଇଲ ଫୋନରୁ ଅଭିଯୁକ୍ତ ମୃତାଙ୍କ ମା’ଙ୍କୁ ଫୋନରେ ହତ୍ୟାକାଣ୍ଡ ସ୍ଥାନର ଲୋକେଶନ ପଠାଇଥିଲେ। ଏପରିକି ସ୍ନିଗ୍‌୍‌ଧାଙ୍କୁ କେହି ହତ୍ୟା କରିଥିବା ମେସେଜ ପଠାଇ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୁକ୍ତ ନୟନ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ତାଙ୍କ ବିରୋଧରେ ହତ୍ୟା ( ଦଫା ୩୦୨) ଓ ପ୍ରମାଣ ନଷ୍ଟ (ଦଫା ୨୦୧) ଅଭିଯୋଗରେ ଏକ ମାମଲା (ନଂ.୧୩୬/୨୦୨୩) ରୁଜୁ କରିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ସହିତ ମୋବାଇଲ ଫୋନ ଓ ଏକ ସ୍କୁଟିକୁ ଜବତ କରିଥିବା ନେଇ ସୁନ୍ଦରଗଡ ସଦର ଏସ୍‌ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ସ୍ନିଗ୍‌ଧା ବର୍ଷେ ହେବ ତେଲେନଡିହି ସବ୍‌ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟରଭାବେ ଚାକରି କରୁଥିଲେ। ଏହାମଧ୍ୟରେ ନୟନଙ୍କ ସହ ତାଙ୍କର ବନ୍ଧୁତା ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ନୟନ ଭିନ୍ନ ଜାତି ହୋଇଥିବାରୁ ତାଙ୍କ ସହ ବିବାହ ପାଇଁ ସ୍ନିଗ୍‌ଧାଙ୍କ ପରିବାର ଲୋକେ ରାଜି ହୋଇ ନ ଥିଲେ। ଫଳରେ ଗତ ଦେଢ ମାସ ପୂର୍ବରୁ ଉଭୟ କିଛି ଦିନ ଅନ୍ୟତ୍ର ଚାଲି ଯାଇଥିଲେ। ହେଲେ ବାପାଙ୍କ ଅସୁସ୍ଥତାଥିବା ଦର୍ଶାଇ ସ୍ନିଗ୍‌ଧାଙ୍କ ମା’ ଝିଅକୁ ଘରକୁ ଫେରିଆସିବାକୁ କହିବାପରେ ସେମାନେ ଫେରିଆସିଥିଲେ। ପରେ ସେମାନେ କେବଳ ହ୍ବାଟସ୍‌ଆପରେ କଥା ହେଉଥିଲେ। ଅପରପକ୍ଷରେ ସ୍ନିଗଧା ଲେଫ୍ରିପଡା ଅଞ୍ଚଳର ଅନ୍ୟ ୨ଜଣ ଯୁବକଙ୍କଠାରୁ କିଛି ଟଙ୍କା ଉଧାର ଆଣିଥିଲେ। ସେମାନଙ୍କ ସହ ମଧ୍ୟ ହ୍ବାଟସଆପ୍‌ରେ କଥା ହେଉଥିବା ନୟନ ଜାଣିବା ପରେ ତାଙ୍କ ସହ କଥା ନ ହେବାକୁ ଚାହୁଁଥିଲେ। ଇତିମଧ୍ୟରେ ସ୍ନିଗଧାଙ୍କ ସହିତ ନୟନଙ୍କର ବିବାହ ଯେମିତି ନ ହେବ ସେ ନେଇ ସ୍ନିଗଧାଙ୍କ ପରିବାର ଲୋକେ ପୂଜପାଠ କରୁଥିଲେ। ଏହା ନୟନ ଜାଣି ପାରି ସ୍ନିଗଧାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ରବିବାର ଛୁଟି ଥିବାରୁ ସ୍ନିଗ୍‌ଧା ହେମଗିର ଟିକିଲିପଡାରେ ରହୁଥିବା ତାଙ୍କ ଘରକୁ ଯାଇ ସୋମବାର ସକାଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ଲେଫ୍ରିପଡା ଆସିଥିଲେ। ସ୍ନିଗ୍‌ଧା ତେଲନଡିହି ଭଡାଘରକୁ ନ ଯାଇ ଲେଫ୍ରିପଡା ବସଷ୍ଟାଣ୍ଡରେ କାମ ଅଛି କହି ଓହ୍ଲାଇ ଥିଲେ। ଏହା ପରେ ତାଙ୍କ ପୁରୁଷ ବନ୍ଧୁ ନୟନ ଏକ ସ୍କୁଟିରେ ଆସିଥିଲେ। ସେଠାରୁ ସେମାନେ ସୁରୁଗୁଡା ମନ୍ଦିର ପଟକୁ ଯାଇଥିଲେ। ହେଲେ ସେଠାରେ ଲୋକ ଗହଳି ଥିବାରୁ ସେମାନେ ସେଠାରୁ ଚାଲି ଆସି ଲେଫ୍ରିପଡା-କୁରୁମକେଲ ରାସ୍ତାର ବେଲସରିଆପଡା ଜଙ୍ଗଲ ନିକଟସ୍ଥ ଏକ ବୁଦାମୂଳେ ଅଟକି କଥା ହୋଇଥିଲେ। ଏହି ସମୟରେ ସ୍ନିଗ୍‌ଧା ନୟନଙ୍କୁ ଜଣେ ଯୁବକଙ୍କ ଠାରୁ ଉଧାରୀ ଆଣିଥିବା ୨୦ହଜାର ଟଙ୍କା ଫେରାଇବା ପାଇଁ ଦେଇଥିଲେ। ହେଲେ ନୟନ ସେହି ଯୁବକଙ୍କୁ ଟଙ୍କା ଫେରାଇବାକୁ ମନା କରିବା ସହ ମୁଁ ସେ କଥା ବୁଝିବି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ନୟନ ପୂର୍ବ ପ୍ରସ୍ତୁତି ହୋଇ ଘରୁ ସାଙ୍ଗରେ ଧରିଆସିଥିବା ଛୁରିରେ ସ୍ନିଗ୍‌ଧାଙ୍କ ପେଟ, ପିଠି ଓ ଛାତିକୁ ଭୁସି ହତ୍ୟା କରିଥିଲେ। ମଙ୍ଗଳବାର ସକାଳେ ବେଲସରିଆପଡା ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପରିବାର ଲୋକଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ଏହା ସ୍ନିଗଧାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ଏହାପରେ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭହୋଇଥିଲାା ପୁରୁଷବନ୍ଧୁ ନୟନଙ୍କ ମୋବାଇଲ ଫୋନ ସୁଇଚ ଅଫ୍‌ ଥିବାରୁ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥାଇପାରେ ବୋଲି ପ୍ରଥମେ ପୋଲିସ ସନ୍ଦେହ କରୁଥିଲା। ହେଲେ ପରେ ନୟନଙ୍କ ଫୋନ ଅନ୍‌ ହେବାପରେ ପୋଲିସ ସେହି ନମ୍ବରର ଲୋକେଶନ ଟ୍ରାକିଙ୍ଗ କରି ତାଙ୍କୁ ସୁନ୍ଦରଗଡ-ଝାରସୁଗୁଡା ମଧ୍ୟରେ ଥିବା ଭଷ୍ମାଠାରେ କାବୁ କରି ଥାନାକୁ ଆଣିଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri