ଯୁବଗୋଷ୍ଠୀ ଏକତ୍ରିତ ହେଲେ ଅଞ୍ଚଳର ପରିବର୍ତ୍ତନ ଆସେ

ଜୁନାଗଡ଼,୧୪।୧(ସୁନୀଲ କୁମାର ସିଂହ):କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି, ପରମ୍ପରା ଓ
ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ‘ଚିଙ୍ଗୁଡିସର ଲୋକମହୋତ୍ସବ’ ମହାସମାରୋହରେ ଉଦଘାଟିତ
ହୋଇଯାଇଛି।
ସ୍ଥାନୀୟ ବିବେକାନନ୍ଦ ୟୁଥ କ୍ଲବର ୧୦ମ ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ଉପଲକ୍ଷେ ଏହାକୁ ଆୟୋଜନ କରାଯାଇଛି। ଏହି ଅବସରରେ ସକାଳରେ ଜୁନାଗଡ଼ ମା’ ଲଙ୍କେଶ୍ବରୀଙ୍କ ମନ୍ଦିର ଠାରୁ ଚିଙ୍ଗୁଡିସର ଲୋକ
ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ନାନ୍ଦୋଲ ଜୋନର
ଜିଲା ପରିଷଦ ସଦସ୍ୟ ଲାଲ ବାହାଦୂର ଜାନୀଙ୍କ ଦ୍ୱାରା ଅନୁଷ୍ଠାନର ପତକା ଉତୋଳନ କରାଯାଇଥିଲା।
ଅପରାହ୍ନରେ ଜିଲା ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ
ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଏକ ଆଲୋଚନା ଚକ୍ର (ଗାଁ ହାଲ ଚାଲ କାର୍ଯ୍ୟକ୍ରମ )
ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲା ପରିଷଦ ଉପ୍ଯଯଯକ୍ଷା ସୁଧିରା ମେହେର, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ସ୍ଥାନୀୟ ସରପଞ୍ଚ ଲୋପାମୁଦ୍ରା ବାଗ ପ୍ରମୁଖ ଯୋଗଦେଇଥିଲେ। ଚିଙ୍ଗୁଡିସର ପଞ୍ଚାୟତ ଗଠନ ହେବାରେ ଏଠାକାର ଯୁବ ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା
ରହିଛି । ଯୁବଗୋଷ୍ଠୀ ଏକତ୍ରିତ ହୋଇପାରିଲେ କେମିତି ପଞ୍ଚାୟତ ତଥା ଅଞ୍ଚଳରେ ରେ ପରିବର୍ତ୍ତନ ଆସେ ତାହା ଏଠାରେ ଦେଖିବାକୁ ମିଳେ। ଯାହାର ପ୍ରମାଣ ଏହି ବିବେକାନନ୍ଦ ୟୁଥ କ୍ଲବ ବୋଲି ବିଧାୟକ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ। ସେହିପରି ଆଗାମୀ ଦିନରେ ଚିଙ୍ଗୁଡିସର ପଞ୍ଚାୟତରେ ଉଚ୍ଚ ଶିକ୍ଷାର ପ୍ରସାର
ପାଇଁ ଏକ ହାଇସ୍କୁଲ ସ୍ଥାପନ କରାଯିବା ନେଇଁ ସେ କହିଥିଲେ। କାର୍ଯ୍ୟକ୍ରମକୁ କ୍ଲବର ସଭାପତି ବିନୟ କୁମାର ସାହୁ ଓ ସମ୍ପାଦକ ହିମାଂଶୁ ପୁଝାରୀ ପରିଚାଳନା କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ୫ ବ୍ୟକ୍ତି ବିଶେଷଙ୍କୁ ବିବେକାନନ୍ଦ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଏହି କ୍ରମରେ ବିବେକାନନ୍ଦ ଶିକ୍ଷା ସମ୍ମାନରେ ଜାତୀୟ ପୂରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର, କ୍ରୀଡା ସମ୍ମାନରେ ଅର୍ନ୍ତଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଲୋକକଳା ସମ୍ମାନରେ ସର୍ବେଶ୍ୱର ଭୋଇ, ସାମ୍ବାଦିକତା ସମ୍ମାନରେ ଧରିତ୍ରୀର ଜିଲ୍ଲା ପ୍ରତିନିଧି ଉତ୍ତମ କୁମାର ଦାଶ, କୃଷି ସମ୍ମାନରେ ମନ୍ମଥ ସାହୁ ଓ ସମାଜସେବା ସମ୍ମାନରେ ଯଶୋବନ୍ତ ରଣାଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ପରେ ମସିଗାଁର କଳାକାରଙ୍କ ଦ୍ୱାରା ଘୁମୁରା, ପ୍ରତିଭା ଅନୁଷ୍ଠାନ ପକ୍ଷରୁ ସିଙ୍ଗାରୀ ଓ ବଜାଶାଳ ନୃତ୍ୟ ପରିବେଷଣ ହୋଇଥିଲା। ଯାହାକି ବେଶ ଚିତା କର୍ଷକ ହୋଇଥିଲା। ଏହାପରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ ମେହେର, ବେଣୁ ବାଗ, ଅନୁ ବନ୍ଧନ, ଖୋଲାନନ୍ଦ ଝାଙ୍କର, ଲିପ୍ସା ଦଣ୍ଡସେନା, ସୁଧାମୟୀ ପଣ୍ଡା,ନିତେଶ ଯୋଶୀ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକ ମିଶ୍ରଙ୍କ ଦ୍ୱାରା ବିବେକାନନ୍ଦ ୟୁଥ କ୍ଲବ ର ନୂତନ କୋଠା ଉଦଘାଟନ ହୋଇଥିଲା। ଏହି ମହୋତ୍ସବକୁ ପରିଚାଳନାରେ ସ୍ଥାନୀୟ କ୍ଲବର କାର୍ଯ୍ୟକର୍ତ୍ତା ମନୋରଞ୍ଜନ ପୁଝାରୀ, ଅରବିନ୍ଦ ବାଗ,କଲ୍ୟାଣ ପୁଝାରୀ,ବିଶିକେଶନ ବିଶ୍ୱାଲ,ଗୁରୁବାରୁ ପୁଝାରୀ,ପିତାମ୍ବର ପୁଝାରୀ ପ୍ରମୁଖ ସକ୍ରିୟ ଦାୟିତ୍ୱ ତୁଲାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri