ଯୁବଗୋଷ୍ଠୀ ଏକତ୍ରିତ ହେଲେ ଅଞ୍ଚଳର ପରିବର୍ତ୍ତନ ଆସେ

ଜୁନାଗଡ଼,୧୪।୧(ସୁନୀଲ କୁମାର ସିଂହ):କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି, ପରମ୍ପରା ଓ
ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ‘ଚିଙ୍ଗୁଡିସର ଲୋକମହୋତ୍ସବ’ ମହାସମାରୋହରେ ଉଦଘାଟିତ
ହୋଇଯାଇଛି।
ସ୍ଥାନୀୟ ବିବେକାନନ୍ଦ ୟୁଥ କ୍ଲବର ୧୦ମ ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ଉପଲକ୍ଷେ ଏହାକୁ ଆୟୋଜନ କରାଯାଇଛି। ଏହି ଅବସରରେ ସକାଳରେ ଜୁନାଗଡ଼ ମା’ ଲଙ୍କେଶ୍ବରୀଙ୍କ ମନ୍ଦିର ଠାରୁ ଚିଙ୍ଗୁଡିସର ଲୋକ
ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ନାନ୍ଦୋଲ ଜୋନର
ଜିଲା ପରିଷଦ ସଦସ୍ୟ ଲାଲ ବାହାଦୂର ଜାନୀଙ୍କ ଦ୍ୱାରା ଅନୁଷ୍ଠାନର ପତକା ଉତୋଳନ କରାଯାଇଥିଲା।
ଅପରାହ୍ନରେ ଜିଲା ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ
ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଏକ ଆଲୋଚନା ଚକ୍ର (ଗାଁ ହାଲ ଚାଲ କାର୍ଯ୍ୟକ୍ରମ )
ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲା ପରିଷଦ ଉପ୍ଯଯଯକ୍ଷା ସୁଧିରା ମେହେର, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ସ୍ଥାନୀୟ ସରପଞ୍ଚ ଲୋପାମୁଦ୍ରା ବାଗ ପ୍ରମୁଖ ଯୋଗଦେଇଥିଲେ। ଚିଙ୍ଗୁଡିସର ପଞ୍ଚାୟତ ଗଠନ ହେବାରେ ଏଠାକାର ଯୁବ ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା
ରହିଛି । ଯୁବଗୋଷ୍ଠୀ ଏକତ୍ରିତ ହୋଇପାରିଲେ କେମିତି ପଞ୍ଚାୟତ ତଥା ଅଞ୍ଚଳରେ ରେ ପରିବର୍ତ୍ତନ ଆସେ ତାହା ଏଠାରେ ଦେଖିବାକୁ ମିଳେ। ଯାହାର ପ୍ରମାଣ ଏହି ବିବେକାନନ୍ଦ ୟୁଥ କ୍ଲବ ବୋଲି ବିଧାୟକ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ। ସେହିପରି ଆଗାମୀ ଦିନରେ ଚିଙ୍ଗୁଡିସର ପଞ୍ଚାୟତରେ ଉଚ୍ଚ ଶିକ୍ଷାର ପ୍ରସାର
ପାଇଁ ଏକ ହାଇସ୍କୁଲ ସ୍ଥାପନ କରାଯିବା ନେଇଁ ସେ କହିଥିଲେ। କାର୍ଯ୍ୟକ୍ରମକୁ କ୍ଲବର ସଭାପତି ବିନୟ କୁମାର ସାହୁ ଓ ସମ୍ପାଦକ ହିମାଂଶୁ ପୁଝାରୀ ପରିଚାଳନା କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ୫ ବ୍ୟକ୍ତି ବିଶେଷଙ୍କୁ ବିବେକାନନ୍ଦ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଏହି କ୍ରମରେ ବିବେକାନନ୍ଦ ଶିକ୍ଷା ସମ୍ମାନରେ ଜାତୀୟ ପୂରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର, କ୍ରୀଡା ସମ୍ମାନରେ ଅର୍ନ୍ତଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଲୋକକଳା ସମ୍ମାନରେ ସର୍ବେଶ୍ୱର ଭୋଇ, ସାମ୍ବାଦିକତା ସମ୍ମାନରେ ଧରିତ୍ରୀର ଜିଲ୍ଲା ପ୍ରତିନିଧି ଉତ୍ତମ କୁମାର ଦାଶ, କୃଷି ସମ୍ମାନରେ ମନ୍ମଥ ସାହୁ ଓ ସମାଜସେବା ସମ୍ମାନରେ ଯଶୋବନ୍ତ ରଣାଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ପରେ ମସିଗାଁର କଳାକାରଙ୍କ ଦ୍ୱାରା ଘୁମୁରା, ପ୍ରତିଭା ଅନୁଷ୍ଠାନ ପକ୍ଷରୁ ସିଙ୍ଗାରୀ ଓ ବଜାଶାଳ ନୃତ୍ୟ ପରିବେଷଣ ହୋଇଥିଲା। ଯାହାକି ବେଶ ଚିତା କର୍ଷକ ହୋଇଥିଲା। ଏହାପରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ ମେହେର, ବେଣୁ ବାଗ, ଅନୁ ବନ୍ଧନ, ଖୋଲାନନ୍ଦ ଝାଙ୍କର, ଲିପ୍ସା ଦଣ୍ଡସେନା, ସୁଧାମୟୀ ପଣ୍ଡା,ନିତେଶ ଯୋଶୀ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକ ମିଶ୍ରଙ୍କ ଦ୍ୱାରା ବିବେକାନନ୍ଦ ୟୁଥ କ୍ଲବ ର ନୂତନ କୋଠା ଉଦଘାଟନ ହୋଇଥିଲା। ଏହି ମହୋତ୍ସବକୁ ପରିଚାଳନାରେ ସ୍ଥାନୀୟ କ୍ଲବର କାର୍ଯ୍ୟକର୍ତ୍ତା ମନୋରଞ୍ଜନ ପୁଝାରୀ, ଅରବିନ୍ଦ ବାଗ,କଲ୍ୟାଣ ପୁଝାରୀ,ବିଶିକେଶନ ବିଶ୍ୱାଲ,ଗୁରୁବାରୁ ପୁଝାରୀ,ପିତାମ୍ବର ପୁଝାରୀ ପ୍ରମୁଖ ସକ୍ରିୟ ଦାୟିତ୍ୱ ତୁଲାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri