Categories: ଫୁରସତ

ଓଲଟି ପଡ଼ିଥିବା କଇଁଛ ପାଖେ ପହଞ୍ଚିଗଲେ ଦଳବଳ , ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟରେ ଅନେକ ଗୁଡ଼ିଏ କଇଁଛକୁ ଦେଖିବାକୁ ମିଳୁଛି। ତାହା ମଧ୍ୟରୁ ଏକ କଇଁଛ ପଛପଟକୁ ଓଲଟି ପଡ଼ିଥିବାରୁ ଅନେକ ବାର ଲେଉଟିବାକୁ ଚେଷ୍ଟା କରି ପାରୁ ନାହିଁ। ପରେ ଅନେକଗୁଡ଼ିଏ କଇଁଛ ତାହା ପାଖେ ଏକାଠି ହୋଇ ପିଠି ଲଗାଇ ତାକୁ ଉଠାଇବାକୁ ଚେଷ୍ଟା କରିଛନ୍ତି ଶେଷକୁ ସଫଳ ହୋଇଛନ୍ତିି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share