ନୂଆ ତାଲିକା ବାହାରିଲେ ଘର ମିଳିବ, ଶୁଣିଶୁଣି ବିତିଲାଣି ୫ ବର୍ଷ

ତେନ୍ତୁଳିଖୁଣ୍ଟି, ୧୪।୭(ଚିଦାନନ୍ଦ ସାହୁ): ଗରିବଙ୍କ ପାଇଁ ଆସୁଛି ସରକାରୀ ଯୋଜନା। କିନ୍ତୁ ସେମାନଙ୍କୁ ମିଳୁନି। ଆଗକୁ ମିଳିବ ବୋଲି କହି ଦିନ ଗଡ଼ି ଚାଲୁଛି। କିନ୍ତୁ ଯୋଜନାର ସୁଫଳ ପାଉନାହାନ୍ତି ହିତାଧିକାରୀ। ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡା ଗ୍ରାମର ସରୋଜିନୀ ଖରାଙ୍କ କ୍ଷେତ୍ରରେ।
୨୦୧୬ରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ଯୋଜନା ହେବା ଦିନରୁ ସରୋଜିନୀଙ୍କୁ ମିଳୁଛି କେବଳ ପ୍ରତିଶ୍ରୁତି। କିନ୍ତୁ ଆଜି ଯାଏ ତାହା ପୂରଣ ହୋଇପାରିନି। ବର୍ତ୍ତମାନ ସରୋଜିନୀଙ୍କ ଗୋଟିଏ କୋଠରି ବିଶିଷ୍ଟ ଘର ରହିଛି। ପୁଅ, ବୋହୂ, ନାତୁଣୀ, କିଡ୍‌ନୀ ରୋଗାକ୍ରାନ୍ତ ପୁଅ, ଏକୋଇଶ ବର୍ଷୀୟ ଝିଅ ସେଥିରେ ରହୁଛନ୍ତି। ଦିନ ଯେମିତି ସେମିତି ବିତିଯାଉଥିଲେ ମଧ୍ୟ ରାତି ହେଲେ କିଏ କେଉଁ ପଡ଼ୋଶୀ ଘରେ ଶୋଇବ ଚିନ୍ତା। ବିବାହିତ ପୁଅ ବୋହୂ ଓ ନାତୁଣୀ ଘରେ ଶୋଉଥିବା ବେଳେ ଅନ୍ୟମାନେ ଅନ୍ୟ ଘରେ ରାତିରେ ଶୋଇବାକୁ ବାଧ୍ୟ ହୁଅନ୍ତି। କାହା ଘରେ ଅତିଥି ଆସିଥିଲେ ଚିନ୍ତାଜନକ ପରିସ୍ଥିତି। କିଡ୍‌ନୀ ରୋଗୀଙ୍କ ପାଇଁ ସ୍ବଚ୍ଛ ବାତାବରଣ ଆବଶ୍ୟକ କିନ୍ତୁ ସେଥିରୁ ମଧ୍ୟ ପରିବାର ବଞ୍ଚତ୍ତ। ତାଙ୍କ ଘରର ସ୍ଥିତି ଓ ପରିବାର ବୋଝ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହାପରେ ସେତେବେଳେ ତେନ୍ତୁଳିଖୁଣ୍ଟି ବିଡିଓ ଦାୟିତ୍ୱରେ ଥିବା ପାପଡାହାଣ୍ଡି ବିଡିଓ ସରୋଜିନୀଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଗାମୀ ତାଲିକାରେ ନିଶ୍ଚିତଭାବେ ଘର ପାଇବ ବୋଲି ସେ ସରୋଜିନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ତିନିବର୍ଷ ବିତିଯାଇଥିଲେ ମଧ୍ୟ ସରୋଜିନୀ ଘର ପାଇ ନାହାନ୍ତି। ଗତ ମାସରେ ପଞ୍ଚାୟତର ୨ଶହରୁ ଊଦ୍ଧର୍‌ବଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ମିଳିଲା। ତଥାପି ସେଥିରେ ସରୋଜିନୀ ଖରାଙ୍କ ନାମ ନାହିଁ। ତାଲିକାରେ କିନ୍ତୁ ଅନ୍ୟ ଦୁଇ ଜଣ ସରୋଜିନୀଙ୍କ ନାମ ଦେଖି ନିଜକୁ ହତଭାଗୀ ବୋଲି କହିଛନ୍ତି ସରୋଜିନୀ ଖରା। କିଛିଦିନ ତଳେ ଜଣେ ଆସି ଡକ୍ୟୁମେଣ୍ଟ ଦିଅ, ଆଗାମୀ ତାଲିକାରେ ତୁମ ନାମ ଅଛି ଘର ଆସିବା ନେଇ ପ୍ରତିଶ୍ରୁତି ବୋଲି ସରୋଜିନୀ କହିଛନ୍ତି। ତେବେ ଆଗାମୀ ତାଲିକା କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ବାମୀ ମୃତ୍ୟୁ ପୂର୍ବରୁ ଘର ପାଇଁ ଲୋକପ୍ରତିନିଧିଙ୍କ ସମେତ ଅନେକ ଅଧିକାରୀ ଅନୁରୋଧ କରିଥିଲେ। ସ୍ବାମୀ ତାଙ୍କ ଜୀବନକାଳରେ ଘର ଟିଏ ପାଇପାରିଲେନି ବୋଲି ସରୋଜିନୀ କହିଛନ୍ତି। ଏ ନେଇ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଜଏନ କରିବା ପୂର୍ବରୁ ତାଲିକା ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ଏଭଳି କିଛି ଯୋଗ୍ୟ ହିତାଧିକାରୀଙ୍କ ଦୁଃଖ ନଜରକୁ ଆସିଛି। କ’ଣ କରିହେବ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri