ପତ୍ର ହଲିଲେ ପାଓ୍ବାର ଛୁ’

ଗଁଦିଆ, ୧୭।୯ ପତ୍ର ହଲିଲେ ଚାଲିଯାଉଛି ପାଓ୍ବାର। ଘଣ୍ଟା ଘଣ୍ଟା ଧରି ବିଜୁଳିର ଦେଖାମିଳୁନି। ବିଭାଗୀୟ ଦୁର୍ବଳତା ଲୁଚାଇବାକୁ କେତେବେଳେ ପୁରୁଣା ତାର, ଯନ୍ତ୍ରାଂଶ ତ ଆଉ କେବେ ନିଅଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଉପରେ ଲଦି ଦିଆଯାଉଛି ଦୋଷ। ଗତ ଦଶନ୍ଧି ଭିତରେ ଏକାଧିକ ବିଜୁଳି ବିତରଣ ସଂସ୍ଥା ବଦଳିଛି ସତ, ହେଲେ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଭୋଗି ଚାଲିଛନ୍ତି ସମାନ ଯନ୍ତ୍ରଣା। ବର୍ଷର ଅଧିକାଂଶ ସମୟ ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ଅଞ୍ଚଳବାସୀ ସନ୍ତୁଳି ହେଉଥିବାବେଳେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଆଞ୍ଚଳିକ ବିଦ୍ୟୁତ୍‌ ଉପଭୋକ୍ତା ସଂଘ।
ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ଗଁଦିଆ। ହେଲେ ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକରେ ବିଦ୍ୟୁତ୍‌ ବିଭ୍ରାଟ ନିତିଦିନିଆ ହୋଇଛି। ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ ବିଚ୍ଛିନ୍ନ ଯୋଗୁ ବ୍ଲକର ପୂର୍ବାଞ୍ଚଳରେ ଥିବା ୧୫ ପଞ୍ଚାୟତ ସମେତ ମୋଟ ୨୯ ପଞ୍ଚାୟତର ୩୩ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତା ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବାଣିଜ୍ୟ ବ୍ୟବସାୟର ଅନ୍ୟତମ ପେଣ୍ଠସ୍ଥଳ ହେଉଛି ଗଁଦିଆ। ହେଲେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତା ଯୋଗୁ ବିଦ୍ୟୁତ୍‌ କାଟ ସମସ୍ୟା ବଢ଼ାଇଛି। ଅନ୍‌ଲାଇନ୍‌ ପାଠପଢ଼ା, ଜନସେବା କେନ୍ଦ୍ର, ବ୍ୟାଙ୍କ, ସେବା ସମବାୟ ସମିତି ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟ ପ୍ରଭାବିତ ହେଉଛି। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ (ଓଏସ୍‌ଇବି)ଠାରୁ ସେସୁ ଦାୟିତ୍ୱ ଗ୍ରହଣ କରିବା ପରେ ଲଗାତର ସମସ୍ୟା ବଢ଼ିଛି। ଏକ ଚତୁର୍ଥାଂଶ କର୍ମଚାରୀରେ ସେସୁ କାମଚଳା ଭାବେ ସେବା ଯୋଗାଇ ଚାଲିଥିଲା। ଏନ୍‌ଜେଏନ୍‌ ହାତକୁ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଆସିବା ପରେ ବି ଭିତ୍ତିଭୂମିରେ କୌଣସି ପରିବର୍ତ୍ତନ ହେଲାନାହିଁ। ଉପଭୋକ୍ତାଙ୍କ ସଂଖ୍ୟାଦୃଷ୍ଟିରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସଂଯୋଗ ଲାଗି ଦାବି ଉଠିବା ପରେ ଟୋଲରପଶି ନିକଟରେ ଏକ ସବ୍‌ଷ୍ଟେଶନ ନିର୍ମାଣ କରାଯାଇଥିଲା। ହେଲେ ଏହା ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ। ୨୦୧୪ରେ ଟୋଲରପଶି ସବ୍‌ଷ୍ଟେଶନରେ ୩ଟି ଫିଡର ତିଆରି କରାଯାଇ ଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ନିକଟରେ ଟାଟା ପାଓ୍ବାରକୁ ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ଦିଆଯିବା ପରେ ଭାଗ୍ୟ ବଦଳିବ ବୋଲି ଗ୍ରାହକମାନେ ଆଶା ବାନ୍ଧିଥିଲେ। ହେଲେ ଟାଟାପାଓ୍ବାର ବିଲ୍‌ ଆଦାୟକୁ ଗୁରୁତ୍ୱ ଦେଉଥିବାବେଳେ ସେବା ପ୍ରତି ଆଖି ବୁଜିଦେଇଛି। ଫଳରେ ନିହଲପ୍ରସାଦ ସେକ୍ସନର ୮ ହଜାର ୭୦୦, ଗଁଦିଆର ୧୦ ହଜାର ୫୦୦, ଯୋରନ୍ଦାର ୧୪ ହଜାର ଉପଭୋକ୍ତା ପ୍ରଭାବିତ ହେଉଛନ୍ତି। ସନ୍ଧ୍ୟା ହେଲେ ବେଗା, ଲାଉଲଇ, ଖଙ୍କିରା ପଞ୍ଚାୟତରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ କରି ଦିଆଯାଉଛି। ଅନ୍ଧାର ରାତିରେ ହାତୀ ପ୍ରଭାବିତ ଅଞ୍ଚଳବାସୀ ଭୟ ଆତଙ୍କରେ ରହୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏହାର ସମାଧାନ ଲାଗି ଆନ୍ତରିକତା ପ୍ରକାଶ ପାଉନାହିଁ। କମ୍ପାନୀ ବଦଳୁଛି ହେଲେ ଉପଭୋକ୍ତାଙ୍କ ଭାଗ୍ୟ ବଦଳୁ ନାହିଁ ବୋଲି ଲାଲା ଆଲୋକ ସିଂ, ପ୍ରଦୀପ୍ତ ଦାଶ ପ୍ରମୁଖ ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ପାଇଁ ଜନଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ଆଞ୍ଚଳିକ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରା କହିଛନ୍ତି, ଗୁଣ୍ଡିଚାପଡ଼ାରୁ ଢେଙ୍କାନାଳ କଲେଜ ବାଇପାସ୍‌ ଦେଇ ଗଁଦିଆ ବ୍ଲକର ଟୋଲରପଶିକୁ ୩୩ କେଭି ଲାଇନ୍‌ରେ ବିଦ୍ୟୁତ୍‌ ପହଞ୍ଚୁଛି। ଏହାର ସମୁଦାୟ ଦୂରତା ୬୫ କିଲୋମିଟର। ଫଳରେ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ବ୍ଲକର ଅନ୍ନପୁର ନିକଟରେ ନିର୍ମାଣାଧୀନ ଗ୍ରୀଡ୍‌ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏହା ପରେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।

ଆବଶ୍ୟକ କର୍ମଚାରୀ ନାହାନ୍ତି
ଉପଭୋକ୍ତାଙ୍କୁ ସେବା ଯୋଗାଇବା ବିଦ୍ୟୁତ୍‌ ବିତରଣ କମ୍ପାନୀର ପ୍ରମୁଖ କାର୍ଯ୍ୟ। ନିହଲପ୍ରସାଦ ସେକ୍ସନର ପ୍ରାୟ ୯,୦୦୦ ଉପଭୋକ୍ତାଙ୍କୁ ସେବା ଯୋଗାଇ ଦେବା ଲାଗି ମାତ୍ର ଜଣେ ଲାଇନମ୍ୟାନ ଏବଂ ଜଣେ ସହକାରୀ କର୍ମଚାରୀ ଅଛନ୍ତି। ହେଲେ ବକେୟା ଆଦାୟ କାର୍ଯ୍ୟରେ ୪ ଗୁଣା ଠିକା କର୍ମଚାରୀ ନିୟୋଜିତ ହେବ ଦୁର୍ଭାଗ୍ୟର ବିଷୟ।
-ଆଦ୍ୟବ୍ରତ ଅତନୁ ରଞ୍ଜନ ଆଏଚ୍‌, ଉପଭୋକ୍ତା

ଆଳ ଦେଖାଉଛନ୍ତି କର୍ମଚାରୀ
ବିଦ୍ୟୁତ୍‌ କାଟ୍‌ ବିଷୟରେ ପଚାରିଲେ କର୍ମଚାରୀମାନେ ଆଳ ଦେଖାଉଛନ୍ତି। ବିଭିନ୍ନ ବାହାନା କରି ଉପଭୋକ୍ତାଙ୍କୁ ଭୁଅଁା ବୁଲାଉଛନ୍ତି। ବକେୟା ଆଦାୟ ବେଳେ କର୍ମଚାରୀମାନେ ଯେଉଁଭଳି ତତ୍ପରତା ଦେଖାଉଛନ୍ତି, ବିଦ୍ୟୁତ୍‌ ସେବା ପ୍ରଦାନ କ୍ଷେତ୍ରରେ ସେହିଭଳି ଆଗ୍ରହ ଦେଖାଇଲେ ସମସ୍ୟାର ସମାଧାନ ହୋଇପାରନ୍ତା।
-ଅଶୋକ ପତି, ଆଞ୍ଚଳିକ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri