Categories: ଫୁରସତ

ବର ଆସିଲେ ଓଟ ଚଢ଼ି

ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ ପ୍ରକାର ଯୋଜନା କରୁଛନ୍ତି। ନିକଟରେ ମହାରାଷ୍ଟ୍ରରେ ହୋଇଥିବା ଏକ ବିବାହ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ଏଥିରେ ବର ଘୋଡ଼ୀ କିମ୍ବା ସୁସଜ୍ଜିତ କାର୍‌ରେ ନ ଆସି, କନିଆ ଘରକୁ ଆସିଥିଲେ ଓଟରେ ବସି। ଘଟଣାଟି ହେଉଛି ମହାରାଷ୍ଟ୍ର ସୋଲେଗାଓ୍ବଁର। ବିବାହ ଦିନ ବର ରୋଶଣୀ ଧରି ଆସିବା ସହ ସୋସିଆଲ ଡିଷ୍ଟାନ୍ସିଂ ମେଣ୍ଟେନ୍‌ କରିବା ଲାଗି ଏକ ନୂଆ ଉପାୟ ବାହାର କରି ଓଟ ପିଠିରେ ବସି ଆସିଥିଲେ। ଅକ୍ଷୟ ବରପେ ନାମକ ଏହି ବର ବିବାହରେ ଆସିଥିବା କୌଣସି ବ୍ୟକ୍ତିଙ୍କଠାରୁ କରୋନା ସଂକ୍ରମଣ ନ ହେଉ ସେଥିପାଇଁ ଏଭଳି ଅଭିନବ ଯୋଜନା କରିଥିଲେ। ଓଟର ବନ୍ଦୋବସ୍ତ କରିବା ପାଇଁ ତାଙ୍କୁ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ବରଯାତ୍ରୀ ମଧ୍ୟ ସୋସିଆଲ୍‌ ଡିଷ୍ଟାନ୍ସ ମେଣ୍ଟେନ୍‌ କରି ନାଚ କରିଥିଲେ। ଝିଅଘର ବି କରୋନା କଟକଣା ମାନି ସବୁ ବନ୍ଦୋବସ୍ତ କରିଥିଲେ। ଆଖପାଖରେ ଏହି କରୋନା ପ୍ରୁଫ ବିବାହ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଉ ସମସ୍ତେ ବହୁତ ପ୍ରଶଂସା ବି କରିଛନ୍ତି।

Share