Posted inଫୁରସତ

ପକ୍ଷୀ ଆସିବାର ବେଳ

ଶୀତରେ ବଢେ ସମ୍ଭାର: ଶୀତ ଆସିଲେ ବଢେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର। ନୀଳାମ୍ବୁ ଚିଲିକା ସମଗ୍ର ବିଶ୍ୱରେ ପକ୍ଷୀତୀର୍ଥ ଭାବେ ସୁପରିଚିତ। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଓଡ଼ିଶାର ଚିଲିକା ହ୍ରଦର ନଳବଣ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ ଅଭୟାରଣ୍ୟ। ବିଶେଷକରି ପ୍ରତିବର୍ଷ ଶୀତଦିନେ ଅକ୍ଟୋବର ମାସରୁ ହିଁ ଚିଲିକା ହ୍ରଦକୁ ଦେଶବିଦେଶର ପକ୍ଷୀମାନଙ୍କ ଆଗମନ ହୋଇଥାଏ। ଅତ୍ୟଧିକ ଶୀତରୁ ରକ୍ଷାପାଇବା, ଚିଲିକାରେ ଉପଯୁକ୍ତ ଜଳବାୟୁ, ପରିବେଶ ଓ ପ୍ରଚୁର ପରିମାଣର ଖାଦ୍ୟ ମିଳୁଥିବାରୁ ବିଦେଶାଗତ ପକ୍ଷୀମାନେ ଏଠାରେ କିଛି ମାସ ଧରି ସମୟ ବିତାଇଥାନ୍ତି। ମିଳିତ ଜାତିସଂଘ ଆନୁକୂଲ୍ୟରେ ୧୯୭୨ ମସିହାରେ ଇରାନର ରାମସରଠାରେ ଅନ୍ତର୍ଜାତୀୟ ହ୍ରଦ ଗୁଡ଼ିକଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ସମ୍ମିଳନୀରେ ଭାରତର ଚିଲିକା ହ୍ରଦକୁ ଆଲୋଚନା ପରିସରଭୁକ୍ତ କରାଯାଇଥିଲା। ଏହାକୁ ପକ୍ଷୀ ଅଭୟାରଣ୍ୟ କୁହାଗଲା। ତେବେ ୧୯୮୧ମସିହାଠାରୁ ଭାରତ ସରକାର ଚିଲିକାର ରକ୍ଷଣାବେକ୍ଷଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ନଳବଣର ସୁରକ୍ଷା ପାଇଁ ପଦକ୍ଷେପ ନେଇଆସୁଛନ୍ତି। ଚିଲିକାହ୍ରଦ ଭିତରେ ଥିବା ପ୍ରାୟ ୧୫.୫୩ ବର୍ଗ କିଲୋମିଟର ପରିମିତ ନଳବଣ ଅଞ୍ଚଳକୁ ୧୯୮୭ମସିହାରେ ପକ୍ଷୀ ଅଭୟାରଣ୍ୟ ଭାବେ ସରକାର ଘୋଷଣା କରିଛନ୍ତି। ନଳବଣର ବିଶେଷତ୍ୱ ହେଲା ଏହି ଅଞ୍ଚଳ ବହୁଳ ପରିମାଣରେ ବୁଦୁବୁଦିଆ ନଳଘାସ ଓ ସନ୍ତସନ୍ତିଆ ପରିବେଶରେ ପରିପୂର୍ଣ୍ଣ। ଏଠାରେ ଦେଶୀ ଓ ବିଦେଶୀ ପକ୍ଷୀମାନେ ନିରାପଦରେ ବିଚରଣ ଓ ସ୍ବଚ୍ଛନ୍ଦରେ ପ୍ରଜନନ କ୍ରିୟା ସଂପାଦିତ କରିଥାନ୍ତି। ପକ୍ଷୀ ସୁରକ୍ଷାଲାଗି ନଳବଣର ପରିବେଶର ଚାରିଦିଗରେ ଚାରୋଟି ଓ୍ବାଚଟାଓ୍ବାର ନିର୍ମାଣ କରାଯାଇଛି। କିନ୍ତୁ ପକ୍ଷୀମାନଙ୍କ ଆଗମନ ସମୟରେ ଚିଲିକା ନଳବଣ ନିଷିଦ୍ଧା ଅଞ୍ଚଳକୁ ପ୍ରବେଶ କରିବା ନିଷେଧ।
ସୁରକ୍ଷା – ବର୍ଷର ବିଭିନ୍ନ ସମୟରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କ ତରଫରୁ ପକ୍ଷୀ ସୁରକ୍ଷା ନେଇ ମଙ୍ଗଳାଯୋଡ଼ି, ସୋରଣ, ସାତପଡ଼ା, ନୂଆପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗି, କାଳୁପଡ଼ା, କଣାସ ଆଦି ଏକାଧିକ ସ୍ଥାନରେ ପକ୍ଷୀ ସୁରକ୍ଷା ଶିବିର କରାଯାଇଥାଏ। ପକ୍ଷୀ ସୁରକ୍ଷା ପାଇଁ ଚଳିତବର୍ଷ ୨୦ଟି ଦଳଗଠନ ହୋଇଛି। ପ୍ରତି ଟିମ୍‌ରେ ଜଣେ ଫରେଷ୍ଟର, ଗାର୍ଡଙ୍କ ସହ ୩ଜଣ ସ୍କ୍ବାଡ୍‌ ସଜାଗ ରହିଛନ୍ତି। ବାଲୁଗାଁରେ ଏକ ମୋବାଇଲ ସ୍କ୍ବାଡ୍‌ ଓ ଟାଙ୍ଗୀରେ ଏକ ଓ୍ବାଟର ସ୍କ୍ବାଡ୍‌ ଗଠନ କରାଯାଇଛି। ଏପରିକି ଚିଲିକା ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର କେତେକ ଗାଁରେ ପକ୍ଷୀ ସୁରକ୍ଷା କମିଟି ଗଠନ କରାଯାଇଛି। ପକ୍ଷୀସୁରକ୍ଷା ନେଇ ବିଭିନ୍ନ ସମୟରେ ନାନାପ୍ରକାରର ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ। ଅନେକ ସମୟରେ କେତେକ ଶିକାରୀ ଚିଲିକା ଜଳରେ ଜାଲ, ଫାଶ, ସନ୍ତସନ୍ତିଆ ସ୍ଥାନରେ କଇଁଫୁଲରେ ବିଷଦେଇ, ଆକାଶରେ ପକ୍ଷୀଉଡ଼ିବା ସମୟରେ ଗୁଳିଫୁଟାଇ ପକ୍ଷୀ ଶିକାର କରୁଥିବା ନଜିର ରହିଛି। ତେବେ ପକ୍ଷୀ ସୁରକ୍ଷାକାରୀମାନେ ଶିକାରୀଙ୍କ ଉପରେ ନଜର ରଖିଥାନ୍ତି।
କେମିତି ଆସନ୍ତି- ପକ୍ଷୀ ଗବେଷକଙ୍କ ମତରୁ ଜଣାପଡ଼େ, ବିଭିନ୍ନ ପ୍ରଜାତିର ପକ୍ଷୀ ନିର୍ଦ୍ଦିଷ୍ଟ ଗତିପଥରେ ଉଡ଼ିଉଡ଼ି ଭୂ-ଭାଗରେ ଥିବା ନଦୀ, ହ୍ରଦ, ସମୁଦ୍ର ଓ ପର୍ବତକୁ ଚିହ୍ନ ରୂପେ ନିରୁପଣ କରି ଚିଲିକାକୁ ଆସିଥାନ୍ତି। ବିସ୍ମୟକର କଥା ହେଲା ପକ୍ଷୀ ଉଡ଼ାଣ ସମୟରେ ଅଳ୍ପ ଉଚ୍ଚରୁ ଉଡ଼ିବା ଆରମ୍ଭକରି ଆକାଶ ବକ୍ଷରେ ପ୍ରାୟ୯୦ମିଟର ଉଚ୍ଚତା ଯାଏ ଉଡ଼ିଥାନ୍ତି। ତେବେ ବିଭିନ୍ନପକ୍ଷୀଙ୍କ ଭିନ୍ନଭିନ୍ନ ବେଗ ରହିଛି। କେତେକ ପକ୍ଷୀ ଘଣ୍ଟାପ୍ରତି ଅନୂ୍ୟନ ୨୫୦ରୁ ୩୦୦କିମି ଦୂର ପର୍ଯ୍ୟନ୍ତ ଉଡ଼ିପାରିଥାନ୍ତି। ମାତ୍ର ବିଦେଶାଗତ ପକ୍ଷୀମାନେ ଚିଲିକାକୁ ଆସିବାକୁ ଗୋଟିଏ ଦିନରେ ପ୍ରାୟ ୮ରୁ ୧୦ଘଣ୍ଟା ପର୍ଯ୍ୟନ୍ତ ଉଡ଼ିଥାନ୍ତି। ଏହି ଅତିଥି ପକ୍ଷୀମାନେ ଚିଲିକାକୁ ପ୍ରାୟ ପର୍ଯ୍ୟାୟ କ୍ରମେ ଅକ୍ଟୋବର ଓ ଆଶ୍ୱିନ ମାସ(ସେପ୍ଟେମ୍ବର) ଦ୍ୱିତୀୟ ପକ୍ଷରୁ ଆସିଥାନ୍ତି ଏବଂ ଫାଲ୍‌ଗୁନ (ମାର୍ଚ୍ଚ ମାସ ଶେଷସୁଦ୍ଧା)ଫେରିଯାନ୍ତି। ରୁଷିଆ, ଆମେରିକା, ଇସ୍ରାଇଲ, ଜାପାନ, ଅଷ୍ଟ୍ରେଲିଆ, ମ୍ୟାନ୍‌ମାର, ନେପାଳ, ଇରାକ, ଲିବିୟା, ସାଇବେରିଆ, ପାକିସ୍ତାନ, ଭୂଟାନ, ଚାଇନା, ବାଂଲାଦେଶ ଓ କାସ୍ପିଆନ ସାଗର ଆଦି ବିଭିନ୍ନ ସ୍ଥାନରୁ ବିଦେଶାଗତ ପକ୍ଷୀମାନେ ଚିଲିକା ହ୍ରଦକୁ ଆସିଥାନ୍ତି। କିଛି ବର୍ଷ ପୂର୍ବେ ୨୨୫ ପ୍ରଜାତିର ପକ୍ଷୀ ଚିଲିକାକୁ ଆସୁଥିଲେ, ମାତ୍ର ସମୟକ୍ରମେ ବିଭିନ୍ନ ସମସ୍ୟା ଯୋଗୁ ୨୦୦୮ ମସିହା ପକ୍ଷୀଗଣନା ଅନୁସାରେ ମୋଟ ୧୬୮ପ୍ରଜାତିର ପକ୍ଷୀ ଆସିଥିଲେ। ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପକ୍ଷୀଙ୍କ ମଧ୍ୟରେ – ବାଜପକ୍ଷୀ, ହଂସରାଳୀ, ପାଣିକୁଆ, ଘଟରୀ, ଚନ୍ଦା, କରଞ୍ଜା, ମାଛରଙ୍କା, ବଗ ଇତ୍ୟାଦି ଅନ୍ୟତମ। ତେବେ ୨୦ପ୍ରଜାତିର ବ୍ରାଜକ ପକ୍ଷୀଙ୍କ ମଧ୍ୟରୁ ଗହିରା ଲାଞ୍ଜା ଓ ମାଟିଆ ଗେଣ୍ଡିଙ୍କ ସଂଖ୍ୟା ଅଧିକ ହୋଇଥାଏ। ସାଧାରଣତଃ ଜୁନ୍‌ରୁ ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ କେତେକ ପକ୍ଷୀ ଅଣ୍ଡା ଦେଇ
ସେଥିରୁ ଛୁଆ
କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ ହାତୀଙ୍କ ସୁରକ୍ଷାସ୍ଥଳୀ ଭାବେ ପରିଚିତ। କିନ୍ତୁ ଏବେ କୋଚିଳାଖାଇ, ମୟୂର, ଚିଲ, ଶୁଆ ଆଦି ରଙ୍ଗବେରଙ୍ଗ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ପାଇଁ ଏହା ପାଲଟିଛି ନିରାପଦ ଆଶ୍ରୟସ୍ଥଳ। କୁଲଡ଼ିହାରେ ଏବେ ୨୫୪ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି। ବାଂଲାଦେଶ, ଦକ୍ଷିଣଆଫ୍ରିକା, ଆଣ୍ଡାମାନ ନିକୋବର, ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ହିମାଳୟ ଆଦି ସ୍ଥାନରୁ ମାଇଲ୍‌ ମାଇଲ୍‌ ଦୂର ଅତିକ୍ରମ କରି କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚିଥାନ୍ତି ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ। ସେମାନଙ୍କ ମଧ୍ୟରେ ମାଲାବାର ଟ୍ରୋଗନ, ହାର୍ଟ ସ୍ପେଟେଡ ଉଡ୍‌ପେକର, କ୍ରିମ୍‌ସନ ସନ୍‌ବାର୍ଡ଼, ଭାର୍ଣ୍ଣାଇ ହ୍ୟାଙ୍ଗିଙ୍ଗ ପାରୋଟ, ହ୍ବାଇଟ୍‌ ରୋମ ସାମା, ବ୍ଲ୍ୟୁ ବିୟାଡ଼ ବିଲଟର, ବ୍ୟୁ ବିୟାଡ଼ କିଙ୍ଗଫିସର, ଭେଲଭେଟ୍‌ ଫୋଣ୍ଡେଡ୍‌ ନାଟାଜ, ରୋକି ମିନିଭେଟ, ପିନ୍‌ଷ୍ଟ୍ରିପ୍ଟ ଟିଟ୍‌ ବାବ୍‌ଲର, ବ୍ଲାକ କେଷ୍ଟେଡ଼ ବୁଲବୁଲ, ବ୍ଲାକନେକ ମୋନାରକ, ବ୍ଲ୍ୟୁ କେପ୍‌ ରୋକପ୍ରାସ, ଫରେଷ୍ଟ ୱାକ୍‌ଟେଇ, ଏସିଆନ ପାରାଡାଇଜ୍‌ ଫ୍ଲାଇକେଟର, ଇଣ୍ଡିଆଟ୍‌ ପିଟା, ୟେଲୋ ରୁମ୍ପଡ ଫ୍ଲାଏକେଚର, ବାର୍‌ ଭଲଙ୍ଗଡ ଫ୍ଲାଏକେଚର ଭଳି ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛି। ଅଭୟାରଣ୍ୟ ଗଡ଼ସିମୁଳିଆ, କାଞ୍ଜିପାଣି, ମେଛକୁଣ୍ଡ, ଚେମଚଟା, ଋଷିଆ ଆଦି ଜଳାଶୟରେ ଉପରୋକ୍ତ ବିଦେଶାଗତ ପକ୍ଷୀମାନେ ବସବାସ କରିଥାନ୍ତି। କୁଲଡ଼ିହାରେ କ୍ରମାଗତ ଭାବେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ପରିବେଶବିତ୍‌ ଓ ବନବିଭାଗ ପାଇଁ ଏହା ଶୁଭ ସୂଚନା ବୋଲି କୁହାଯାଉଛି। କୁଲଡ଼ିହାରେ ପକ୍ଷୀ ଶିକାର ହ୍ରାସ ପାଇଥିବାରୁ ଏହା ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଏଠାକୁ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢୁଥିବାରୁ ସେମାନଙ୍କ ବଂଶବୃଦ୍ଧି ପାଇ ବନବିଭାଗ ବିଶେଷ ଭାବେ ଦୃଷ୍ଟି ଦେଇଆସୁଛି। ପ୍ରାକୃତିକ ପରିବେଶ ମଧ୍ୟରେ ବନ୍ୟଜନ୍ତୁଙ୍କୁ ଦେଖି ପର୍ଯ୍ୟଟକମାନେ ବିଭୋର ହୋଇଥାନ୍ତି। ଏଥିସହ ରହଣି, ବୋଟିଂ,ଶୀତଦିନେ ଗରମପାଣି ବ୍ୟବସ୍ଥା, ଜୀବଜନ୍ତୁ ଟ୍ରାକିଂ ସହ ପର୍ଯ୍ୟଟକଙ୍କ ନିମନ୍ତେ ଗାଇଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସ କହନ୍ତି, ପ୍ରାୟ ୧୦ ବର୍ଷ ପୂର୍ବରୁ ଏଠାକୁ ବିଭିନ୍ନ ଦେଶରୁ ରଙ୍ଗବେରଙ୍ଗର ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଶେଷ କରି ଶୀତ ଏବଂ ଗ୍ରୀଷ୍ମ ସମୟରେ ସେମାନେ ଆସିଥାନ୍ତି। ଜଙ୍ଗଲସ୍ଥିତ ଜଳାଶୟ ପାର୍ଶ୍ୱରେ ଥିବା ଗଛ, ବୁଦାମୂଳ ଆଦି ଜାଗାକୁ ବେଶୀ ପସନ୍ଦ କରିଥାନ୍ତି। ଏଥିସହିତ କୁଲଡ଼ିହାରେ ଥିବା ବଡ଼ ବଡ଼ ଗଛର ଫୁଲ ଓ ଫଳ ଏହି ବିଦେଶାଗତ ପକ୍ଷୀଙ୍କର ଅତି ପ୍ରିୟ। କେତେକ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟକୁ ନିରାପଦ ସ୍ଥାନ ମନେକରି ନିଜ ଦେଶକୁ ଫେରି ନ ଥାନ୍ତି। ସେମାନେ ଏଠାରେ ବସା ବାନ୍ଧି, ଅଣ୍ଡା ଦେଇ ସଂଖ୍ୟା ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରୁ ମାଲବାର୍‌ ଟ୍ରୋଗନ୍‌ ଅନ୍ୟତମ। ପାହାଡିଆ ଅଞ୍ଚଳରେ ଥିବା ଲୋକଙ୍କ ଦ୍ୱାରା ପକ୍ଷୀଗୁଡ଼ିକୁ ଶୀକାର କରାଯାଉଛି। ଏହାକୁ ରୋକାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।
ବିଦେଶାଗତ ପକ୍ଷୀଙ୍କ ଅତିଥି ଶାଳା ସାତକୋଶିଆ : ମହାନଦୀର ସାତକୋଶିଆ ଗଣ୍ଡରେ ଶୀତ ଋତୁରେ ବିଦେଶୀଗତ ପକ୍ଷୀଙ୍କ ସମାଗମ ହେଉଛି। ୨୦୧୮-୧୯ ବର୍ଷରେ ଏଠାକୁ ୨୦୭୫ ପକ୍ଷୀ ଆସିଥିବାବେଳେ ୨୦୧୯-୨୦ରେ ୨୩୦୧ ପକ୍ଷୀ ଆସିଥିଲେ । ୨୦୧୮-୧୯ ବର୍ଷରେ ୧୨ ପ୍ରଜାତିର ପକ୍ଷୀ ଆସିଥିବାବେଳେ ୨୦୧୯-୨୦ରେ ୩୯ ପ୍ରଜାତିର ପକ୍ଷୀ ଆସିଛନ୍ତି । ପ୍ରତିବର୍ଷ ଏଠାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ି ଚାଲିଛି । ନୟାଗଡ, ବୌଦ୍ଧ, କଟକ ଓ ଅନୁଗୂଳ ଜିଲାର ଅଂଶବିଶେଷକୁ ନେଇ ଗଠିତ ହୋଇଛି ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ। ଏହି ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅଭାୟରଣ୍ୟ ମଧ୍ୟରେ ମହାନଦୀର ସାତକୋଶିଆ ଗଣ୍ଡ ରହିଛି । ଏଠାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର ଅନ୍ୟତମ । ଏହି ପକ୍ଷୀ ମଧ୍ୟପ୍ରଦେଶର ଚମ୍ବଲ ଓ ପୋଙ୍ଗ ଡ୍ୟାମ ଅଞ୍ଚଳରେ ଦେଖାଯାନ୍ତି । ସେହିପରି ଓଡିଶା ଚନ୍ଦକା ଡିଭିଜନର ମୁଣ୍ଡୁଳୀ ଓ ଅନୁଗୂଳ ଡିଭିଜନ ର ଟିକରପଡା ସହ ସାତକୋଶିଆ ଗଣ୍ଡର ବଡମୂଳଠାରେ ଦେଖିବାକୁ ମିଳୁଛି । ମହାନଦୀର ସାତକୋଶିଆ ଗଣ୍ଡ ଇଣ୍ଡିଆନ ସ୍କିମର ସମେତ ଅନ୍ୟ ବିଦେଶାଗତ ପକ୍ଷୀଙ୍କ ରହଣୀ ପାଇଁ ଉପଯୁକ୍ତ ସ୍ଥାନ ପାଲଟିଛି । ଏଠାର ଶିତଋତୁର ପରିବେଶ ଓ ଖାଦ୍ୟର ସୁବିଧା ବିଦେଶାଗତ ପକ୍ଷୀଙ୍କୁ ଟାଣି ଆଣୁଛି । ଇଣ୍ଡିଆନ ସ୍କିମର ଶିତଋତୁକୁ ଛାଡିଦେଲେ ଅନ୍ୟ ସମୟ ମୁଣ୍ଡୁଳୀକୁ ଚାଲି ଯାଆନ୍ତି । ତେବେ ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ବିଦେଶାଗତ ପକ୍ଷୀଙ୍କ ବିଚରଣର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ଅନ୍ୟପକ୍ଷେ ଏଠାରେ ଇଣ୍ଡିଆନ ସ୍କିମର ଦଳ ଦଳ ହୋଇ ବିଚରଣ କରିଥାନ୍ତି । ଗୋଟିଏ ଦନଳରେ ଅତିକମରେ ୫୦ରୁ ୬୦ ପକ୍ଷୀ ରହିଥାନ୍ତି । ଯଦି ଆବାସସ୍ଥଳୀରେ ଭୟର ପରିବେଶ ଦେଖାଦିଏ ଇଣ୍ଡିଆନ ସ୍କିମରଙ୍କୁ ଆଉ ଦେଖିବାକୁ ମିଳେନା । ଏଣୁ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ମହାନଦୀର ବଡମୂଳଠାରୁ ଆଠମଲ୍ଲିକର ବିନିକେଇ ଘାଟ ପର୍ଯ୍ୟନ୍ତ ସାତେକୋଶ ବା ୨୨ କମି ପରିବ୍ୟାପ୍ତ ଗଣ୍ଡରେ ପକ୍ଷୀଙ୍କ ସୁରକ୍ଷା ପାଇଁ ନୌାକା ଚଳାଚଳ ଓ ମାଛ ମତ୍ସ୍ୟଜିବୀଙ୍କୁ ମାଛ ଧରିବା ବାରଣ ରହିଛି ।
ପକ୍ଷୀଙ୍କ ଦ୍ୱାରା ଉପକାର-ଶୀତଋତୁରେ ଚିଲିକାହ୍ରଦ ଉପକୂଳବର୍ତ୍ତୀ ଧାନବିଲରୁ ପକ୍ଷୀମାନେ ଦୈନିକ ପ୍ରାୟ୧୨କୁଇଣ୍ଟାଲ ପୋକ ନିପାତ କରିଥାନ୍ତି । ପକ୍ଷୀଙ୍କ ମଳରେ ପ୍ରଚୁର କ୍ୟାଲସିୟମ ମିଳୁଥିବାରୁ ଚିଲିକାରେ ମତ୍ସ୍ୟସମ୍ପଦ ବୃଦ୍ଦି ଘଟିଥାଏ। ପୁଣି ଚିଲିକାରେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ଯୋଗୁ ସେମାନଙ୍କ ମଳତ୍ୟାଗରେ ପ୍ରାୟ ୫୦ଟନରୁ ଊଦ୍ଧ୍ୱର୍ର୍ ଯବକ୍ଷାରଯାନ ଓ ଫସଫରସ ପରିପୂର୍ଣ୍ଣ ଚିଲିକା ଅଭ୍ୟନ୍ତର ଓ ଶସ୍ୟକ୍ଷେତ୍ର ଜମିରେ ଜୈବିକ ଅଭିବୃଦ୍ଧି ଘଟାଇଥାଏ। ଚିଲିକାରେ ବାସକରୁଥିବା ମଇଁଷିଙ୍କ ପିଠିରେ ଚଢ଼େଇମାନେ ବସିବା ସହିତ ବିଭିନ୍ନ ପୋକ ଓ ଟିଙ୍କ ଖାଇଥାନ୍ତି। ଚିଲିକା ଜଳରେ ହଂସପକ୍ଷୀଙ୍କ ବିଚରଣ ଦ୍ୱାରା ପାଣିରେ ପ୍ରଚୁର ଅମ୍ଳଜାନ ମିଳିଥାଏ। ବହୁଳମାତ୍ରାରେ ପକ୍ଷୀଙ୍କ ଆଗମନ ଯୋଗୁ ଚିଲିକାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ, ମାତ୍ର କରୋନା କଟକଣା ଯୋଗୁ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିବା ବେଳେ ଚିଲିକା ହ୍ରଦର ପରିବେଶରେ ଜୈବବିବଧତା ପାଇଁ କିଛି ମାତ୍ରାରେ ପରିବର୍ତ୍ତନ ଘଟିଥିବାର ନଜିର ରହଛି।
ପକ୍ଷୀଙ୍କ ଖାଦ୍ୟ- ଦୂବହଂସ, ରାଜହଂସ, ଗୟାହଂସ ଏମାନେ ପ୍ରାୟ ଅଳ୍ପକାଦୁଆ ବା ଶୁଖିଲା ସନ୍ତସନ୍ତିଆ ସ୍ଥାନରୁ ଦୂବଘାସ ଖାଦ୍ୟଭାବେ ଗ୍ରହଣ କରିଥାନ୍ତି ଚା’ଚଢେଇ ଖୁବ କମଜଳରେ କାଦୁଅ ପରିବେଶରୁ ମାଟିରେ ଥିବା ଛୋଟଛୋଟ ଗେଣ୍ଡା, ଶାମୁକା, ପୋକଜୋକକୁ ଖାଦ୍ୟରୂପେ ସଂଗ୍ରହ କରିଥାନ୍ତି। ତୁଳସୀ ଗେଣ୍ଡି ଚଢ଼େଇ ୧ରୁ ୨ମିଟର ଜଳଭିତରୁ ଗୁଳ୍ମ ପୋକଜୋକ ପ୍ରଭୃତି ସଂଗ୍ରହ କରିଥାନ୍ତି। ଅଞ୍ଜନା, ବଗ ଓ ଜଟିଆବଗ ମାଛ, ଜଳଜ ସାପକୁ ଖାଇବାକୁ ଭଲପାଆନ୍ତି । ସେହିପରି ଚିଲ, ଛଞ୍ଚାଣ, କୁରୁବଳ ଆଦି ଶିକାରୀ ପକ୍ଷୀମାନେ ମାଛ, ଛୋଟଛୋଟ ସରୀସୃପ, ସମୟେ ସମୟେ ଛୋଟଛୋଟ ପକ୍ଷୀଙ୍କୁ ବି ଶିକାର କରି ଖାଇଥାନ୍ତି। ସାଧାରଣତଃ ପକ୍ଷୀମାନେ ଖାଦ୍ୟଭାବେ-ଚୂନାମାଛ, ନଳଫୁଲ, ଦଳ, ପୋକଜୋକେ, ଗେଣ୍ଡା, ଶାମୁକା ଆଦି ନାନାପ୍ରକାର ଜଳଦ ଖାଦ୍ୟ ଖାଇଥାନ୍ତି। ତେବେ ସିନ୍ଦୁରା ଫାଟିବା ପୂର୍ବରୁ ପକ୍ଷୀମାନେ ସେମାନଙ୍କ ବିଶ୍ରାମ ସ୍ଥଳ ଛାଡ଼ି ଖାଦ୍ୟ ଅନ୍ବେଷଣରେ ଚଳପ୍ରଚଳ କରୁଥାନ୍ତି। ସନ୍ଧ୍ୟାକୁ ନିଜ ବାସସ୍ଥଳୀକୁ ଫେରିଥାନ୍ତି।
ପକ୍ଷୀ ସୁରକ୍ଷା- ବର୍ଷର ବିଭିନ୍ନ ସମୟରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କ ତରଫରୁ ପକ୍ଷୀ ସୁରକ୍ଷା ନେଇ ମଙ୍ଗଳାଯୋଡ଼ି, ସୋରଣ, ସାତପଡ଼ା, ନୂଆପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗି, କାଳୁପଡ଼ା, କଣାସ ଆଦି ଏକାଧିକ ସ୍ଥାନରେ ପକ୍ଷୀ ସୁରକ୍ଷା ଶିବିର କରାଯାଇଥାଏ। ପକ୍ଷୀ ସୁରକ୍ଷା ପାଇଁ ଚଳିତବର୍ଷ ୨୦ଟି ଦଳଗଠନ ହୋଇଛି। ପ୍ରତି ଟିମ୍‌ରେ ଜଣେ ଫରେଷ୍ଟର, ଗାର୍ଡଙ୍କ ସହ ୩ଜଣ ସ୍କ୍ବାଡ ସଜାଗ ରହିଛନ୍ତି। ବାଲୁଗାଁରେ ଏକ ମୋବାଇଲ ସ୍କ୍ବାଡ ଓ ଟାଙ୍ଗୀରେ ଏକ ଓ୍ବାଟର ସ୍କ୍ବାଡ ଗଠନ କରାଯାଇଛି। ଏପରିକି ଚିଲିକା ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର କେତେକ ଗାଁରେ ପକ୍ଷୀ ସୁରକ୍ଷା କମିଟି ଗଠନ କରାଯାଇଛି। ପକ୍ଷୀସୁରକ୍ଷା ନେଇ ବିଭିନ୍ନ ସମୟରେ ନାନାପ୍ରକାରର ଜନସଚେତନତା କାଯର୍‌ୟକ୍ରମ କରାଯାଇଥାଏ। ଅନେକ ସମୟରେ କେତେକ ଶିକାରୀ ଚିଲିକା ଜଳରେ ଜାଲ, ଫାଶ, ସନ୍ତସନ୍ତିଆ ସ୍ଥାନରେ କଇଁଫୁଲରେ ବିଷଦେଇ, ଆକାଶରେ ପକ୍ଷୀଉଡ଼ିବା ସମୟରେ ଗୁଳିଫୁଟାଇ ପକ୍ଷୀ ଶିକାର କରୁଥିବା ନଜିର ରହିଛି। ତେବେ ପକ୍ଷୀ ସୁରକ୍ଷାକାରୀମାନେ ଶିକାରୀଙ୍କ ଉପରେ ନଜର ରଖିଥାନ୍ତି।
ଶୀତରେ ଆସନ୍ତି ଖରାଦିନେ ଯାଆନ୍ତି: ଓ୍ବାଇଲ୍‌ଡ ଓଡ଼ିଶା ଉପାଧ୍ୟକ୍ଷ ନନ୍ଦକିଶୋର ଭୁଜବଳ କୁହନ୍ତି, କିଛି ବର୍ଷ ପୂର୍ବେ ଚିଲିକାକୁ ପ୍ରାୟ ସେପ୍ଟେମ୍ବର ମାସରୁ ବିଦେଶାଗତ ପକ୍ଷୀମାନେ ଆସୁଥିଲେ, ମାତ୍ର ପରିବେଶରେ କିଛି ପରିବର୍ତ୍ତନ ଯୋଗୁ ଏବେ ନଭେମ୍ବର ମାସରୁ ଆସୁଛନ୍ତି। ଚିଲିକାରେ ପ୍ରାୟ ଜୁନ୍‌ରୁ ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ପକ୍ଷୀମାନେ ଅଣ୍ଡାଦେଇ ଛୁଆ ଫୁଟାଇଥାନ୍ତି। ତେବେ ମାର୍ଚ୍ଚମାସ ଆଡ଼କୁ ଅନେକ ବିଦେଶୀ ପକ୍ଷୀ ନିଜ ଅଞ୍ଚଳକୁ ଫେରିଯାଆନ୍ତି। ପରିବେଶବିତ୍‌ ଶଶାଙ୍କଶେଖର ଦାଶ କୁହନ୍ତି, ଚିଲିକାର ପ୍ରାକୃତିକ ପରିବେଶରେ ବର୍ଷର ସବୁଦିନେ ଅନେକଜାତିର ପକ୍ଷୀ ରୁହନ୍ତି। ଶୀତଋତୁରେ ପର୍ଯ୍ୟାୟକ୍ରମେ ବିଦେଶୀ ପକ୍ଷୀମାନେ ଦଳଦଳ ହୋଇ ଆସନ୍ତି, ପୁଣି ଖରାଦିନ ଆରମ୍ଭରେ ସେହିପରି ପର୍ଯ୍ୟାୟକ୍ରମେ ଫେରିଯାଆନ୍ତି। ଆଉ କେତେକ ପକ୍ଷୀ ବିଭିନ୍ନ କାରଣରୁ ଫେରି ନ ପାରି ଚିଲିକାର ପରିବେଶରେ ନିଜକୁ ଖାପଖୁଆଇ ରୁହନ୍ତି।
ଚିଲିକା ବ୍ୟତୀତ ହୀରାକୁଦ ଜଳଭଣ୍ଡାର, ଅଂଶୁପାହ୍ରଦ, ଭିତରକନିକାର ବଗଗହଣ, କେନ୍ଦ୍ରାପଡ଼ାର ଜମ୍ବୁ ବତିଘର, ପୁରୀର କାଦୁଆମୁହାଣ, ଜଗତ୍‌ସିଂହପୁରର ହରିଶପୁର, କୋଣାର୍କର ସମୁଦ୍ର ଓ ନଦୀ ଅଞ୍ଚଳ, ନିଆଳିର ଶିଖରଘାଟ, ନୟାଗଡ଼ର କୁଆଁରିଆ, ପାରାଦୀପର ପିପିଏଲ ପରିସର ପୋଖରୀ,ବରୁଣେଇ ମୁହାଣ, ନିଳଗିରି ଓ ଔପଦା ଅଞ୍ଚଳର କୁଲଡିହା ଅଭୟାରଣ୍ୟ, ସାତଭାୟା, ରାଇପାଟିଆ, ମଗରକନ୍ଦା, ମୟୂରଭଞ୍ଜର କାଳଡ୍ୟାମ, ବାଲେଶ୍ୱରର ରୁଷିଆ ଡ୍ୟାମ, ମହାନଦୀର ସାତକୋଶିଆ ଗଣ୍ଡ ଆଦି ଓଡ଼ିଶାର ଅନେକସ୍ଥାନକୁ ଶୀତଦିନେ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଥାଏ।
-ବନବିହାରୀ ବେହେରା
ମାନସ ବିଶ୍ୱାଳ, ଲୋକନାଥ ମିଶ୍ର, କୈଳାଶ ପଟ୍ଟନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri