ସାଥୀ ଅଭିନେତା ବିଳମ୍ବରେ ଆସିବାରୁ ବେଲ୍ଟ ଧରି ଗୋଡ଼ାଇଥିଲେ ଏହି ବଲିଉଡ ଷ୍ଟାର

ବଲିଉଡ୍‌ ଷ୍ଟାରମାନେ ଫିଲ୍ମ ସେଟ୍‌ରେ ବିଳମ୍ବରେ ପହଞ୍ଚିବା କିଛି ନୂଆ କଥା ନୁହେଁ। କିନ୍ତୁ ଜଣେ ଏଭଳି ଅଭିନେତା ଥିଲେ କୋ ଷ୍ଟାର ବିଳମ୍ବରେ ସେଟ୍‌କୁ ଆସିଲେ ମାରିବାକୁ ଗୋଡ଼ାଇଥିଲେ। ତାହା ପୁଣି ବେଲ୍ଟରେ। ସେ ହେଉଛନ୍ତି ଦିବ୍ୟଂଗତ ଅଭିନେତା ଶଶି କପୁର। ଶଶି ଓ ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ବଲିଉଡ୍‌ରେ ୧୦ରୁ ଅଧିକ ଫିଲ୍ମରେ ଏକାଠି କାର୍ଯ୍ୟ କରିଛନ୍ତି। ସିହ୍ନା ପ୍ରତ୍ୟେକ ଦିନ ବିଳମ୍ବରେ ସେଟ୍‌କୁ ଆସୁଥିଲେ। ଏଥି ଯୋଗୁ ତାଙ୍କ କୋ ଷ୍ଟାରଙ୍କୁ ପ୍ରତ୍ୟେକ ଦିନ ଶୁଟିଂ ସେଟ୍‌ରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଏକଦା ସାଢ଼େ ୩ ଘଣ୍ଟା ପରେ ପହଞ୍ଚିଥିଲେ ସିହ୍ନା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବେଲ୍ଟ ଧରି ସିହ୍ନାଙ୍କୁ ଗୋଡ଼ାଇ ଥିଲେ ଶଶି।

ଏକ ସାକ୍ଷାତ୍‌କାରରେ ଏ ସମ୍ପର୍କରେ ସିହ୍ନା କହିଛନ୍ତି, ଥରେ ବିଳମ୍ବରେ ଆସିବା କାରଣରୁ ଶଶି ମୋତେ ବେଲ୍ଟ ସହ ମାରିବାକୁ ଗୋଡ଼ାଇଥିଲେ। ସମୟାନୁବର୍ତ୍ତିତା ଲାଗି ତମକୁ ଫିଲ୍ମ ମିଳିଛି। ଆଉ ମୋତେ ଦକ୍ଷତା ପାଇଁ ସେମାନେ ଫିଲ୍ମରେ ନେଇଥିବା କହିଥିଲି। ଏହାର ଉତ୍ତରରେ ମୋତେ ନିଲଜ କହିଥିଲେ ଶଶି। ତେବେ ମୁଁ ତାହା ମଜାକରେ କହିଥିଲି। ଆମ ମଧ୍ୟରେ ଭଲ ବନ୍ଧୁତା ଥିଲା। ଉଲ୍ଲେଖଥାଉ କି, ଶଶି କପୁର ଓ ଶତ୍ରୁଘ୍ନ ଏକାଠି ଶାନ, ଆ ଗଲେ ଲଗ ଜା, ଇଲଜାମ, ଗୌତମ ଗୋବିନ୍ଦା, ଭବାନି ଜଙ୍କଶନ, ଅମର ଶକ୍ତି, ଅତିଥି, ଚୋରି ଚୋରି ଫିଲ୍ମରେ କାମ କରିଥିଲେ।

Share