Posted inଜାତୀୟ

ସରସ୍ବତୀ ଯେତେବେଳେ ଜ୍ଞାନ ବାଣ୍ଟୁଥିଲେ…କେଉଁ ନେତାଙ୍କୁ ଇସାରାରେ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ଲୋବାଲ ଫିଣ୍ଟେକ ଫେଷ୍ଟରେ ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଜିଓ କନଭେନସନ ସେଣ୍ଟରରେ ମୋଦି ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି କେଉଁ ନେତାଙ୍କୁ ଇସାରା କରି ଏହି ବୟାନ ଦେଇଛନ୍ତି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ମୋଦି କହିଛନ୍ତି, ଯେତେବେଳେ ମାଆ ସରସ୍ବତୀ ଜ୍ଞାନ ବାଣ୍ଟୁଥିଲେ, କିଛି ଲୋକ ରାସ୍ତାରେ ଠିଆ ହୋଇଥିଲେ। ବର୍ତ୍ତମାନ ଭାରତରେ ଉତ୍ସବର ଋତୁ ଆରମ୍ଭ ହୋଇଛି। ନିକଟରେ ଜନ୍ମାଷ୍ଟମୀ ପର୍ବ ଆଡମ୍ଭର ସହକାରେ ପାଳନ କରାଯାଇଛି। ଲୋକମାନେ ଏତେ ଖୁସି ଅଛନ୍ତି ଯେ ଅର୍ଥନୀତି ଏବଂ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବାର ଦେଖାଦେଇଛି।

ଲୋକଙ୍କୁ ସମ୍ବୋଧିତ କରି ପିଏମ ମୋଦି ଆହୁରି କହିଛନ୍ତି, ସ୍ବପ୍ନର ସହର ମୁମ୍ବାଇରେ ଗ୍ଲୋବାଲ ଫିଣ୍ଟେକ ଫେଷ୍ଟିଭାଲ ଅନୁଷ୍ଠିତ ହେଉଛି। ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ଭାରତକୁ ଆସୁଥିଲେ ଏବଂ ଆମର ସାଂସ୍କୃତିକ ବିବିଧତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ଲୋକମାନେ ଭାରତକୁ ଆସଲେ, ସେମାନେ ଆମର ଫିଣ୍ଟେକ ବିବିଧତା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ବିମାନ ବନ୍ଦରରେ ଅବତରଣ ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ଭାରତର ଫିଣ୍ଟେକ ବିପ୍ଳବ ସବୁଆଡେ ଦୃଶ୍ୟମାନ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ଫିଣ୍ଟେକ କ୍ଷେତ୍ରରେ ୩୧ ବିଲିୟନ ଡ଼ଲାର୍‌ ବିନିଯୋଗ ହୋଇଛି।

ପ୍ରଧାନମନ୍ତ୍ରୀ ଭାରତରେ ଶସ୍ତା ମୋବାଇଲ ଫୋନ, ଡାଟା ଏବଂ ଜିରୋ ବାଲାନ୍ସ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଉଲ୍ଲେଖ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆପଣଙ୍କ ମନେ ଥିବ ଯେ ପୂର୍ବରୁ କିଛି ଲୋକ ସଂସଦରେ ଠିଆ ହୋଇ ପଚାରୁଥିଲେ। ଯେଉଁମାନେ ନିଜକୁ ବହୁତ ଶିକ୍ଷିତ ବୋଲି ଭାବୁଥିଲେ ସେମାନେ ପଚାରୁଥିଲେ। ଯେତେବେଳେ ସରସ୍ବତୀ ତାଙ୍କୁ ଜ୍ଞାନ ବାଣ୍ଟୁଥିଲେ, ସେତେବେଳେ ସେ ରାସ୍ତାରେ ଠିଆ ହୋଇଥିଲେ। ସେମାନେ କହୁଛନ୍ତି ଭାରତରେ ଏତେ ସଂଖ୍ୟକ ବ୍ୟାଙ୍କ ଶାଖା, ଇଣ୍ଟରନେଟ ଏବଂ ବ୍ୟାଙ୍କ ନାହିଁ। ଏପରିକି ସେମାନେ କହିଛନ୍ତି ଯେ ଭାରତରେ ବିଦ୍ୟୁତ ବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri