Posted inଖେଳ

୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…

ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ ଟିମ୍‌ କୋଲକାତାଠାରୁ ୩ ଉଇକେଟରେ ପରାସ୍ତ ହୋଇଛି। ଫଳରେ ୭ ବର୍ଷ ପରେ ଦୁଇଥରର ଆଇପିଏଲ୍‌ ଚାମ୍ପିୟନ କେକେଆର୍‌ ଫାଇନାଲରେ ପ୍ରବେଶ କରିଛି। ୨୦୧୨ରେ ପ୍ରଥମ ଥର କେକେଆର୍‌ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଟାଇଟଲ ହାସଲ କରିଥିଲା।

ଚେନ୍ନାଇର ଏମ୍‌ଏସ୍‌ ଚିଦାମ୍ବରମ ଷ୍ଟାଡିୟମ୍‌ରେ ସିଏସ୍‌କେ ବିପକ୍ଷରେ କେକେଆର୍‌ ଫାଇନାଲ ଖେଳିଥିଲା। ସେତେବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ରେ ଚେନ୍ନାଇ ୩ ଉଇକେଟ ହରାଇ ୧୯୦ରନ୍‌ର ସ୍କୋର କରିଥିଲା। ଜବାବରେ କୋଲକାତା ଟିମ୍‌ ଖରାପ ଆରମ୍ଭ କରିଥିଲା। ଖେଳାଳିମାନଙ୍କ ଉଇକେଟ ଯିବା ସତ୍ତ୍ୱେ ଦଳ ବିଜେତା ହୋଇଥିଲା। କେକେଆର୍‌କୁ ୭ ବଲ୍‌ରେ ୧୫ ରନ୍‌ର ଆବଶ୍ୟକତା ଥିଲା। ମଇଦାନରେ ମନୋଜ ତିଓ୍ବାରୀ ଏବଂ ଶାକିବ ଅଲ ହସନ ଥିଲେ। ଗୋଟିଏ ନୋ ବଲ୍‌(ଛକା) ପରେ ଦଳକୁ ୬ ବଲ୍‌ରେ ୮ ରନ୍‌ର ଆବଶ୍ୟକତା ଥିଲା। ମନୋଜ ଲଗାତାର ଦୁଇଟି ବଲ୍‌ରେ ଦୁଇଟି ଚୌକା ମାରି କେକେଆର୍‌କୁ ପ୍ରଥମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ କରିଥିଲେ।

୨୦୨୧ରେ ୨୦୧୨ର ଏହି ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି। ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଚେନ୍ନାଇକୁ କୋଲକାତା ଭେଟିବ। ଚେନ୍ନାଇ ଟିମ୍‌ର ପୂର୍ବ ମ୍ୟାଚ୍‌ ଖେଳିଥିବା ୬ ଖେଳାଳି ଅଛନ୍ତି। ସେମାନଙ୍କ ମଧରେ ଧୋନୀ, ସୁରେଶ ରାଇନା, ରବିନ୍ଦ୍ର ଜାଡେଜା ପ୍ରମୁଖ ଅଛନ୍ତି। ସେହିଭଳି କେକେଆର୍‌ ଟିମ୍‌ରେ ଶାକିବ ଏବଂ ସୁନୀଲ ନରେନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri