Posted inଖେଳ

କାଠରେ ନୁହେଁ ଆଲୁମୁନିୟମ ବ୍ୟାଟ୍‌ରେ ଖେଳୁଥିଲେ ଏହି ଖେଳାଳି

କ୍ରିକେଟରେ ସାଧାରଣତଃ କାଠରେ ତିଆରି ବ୍ୟାଟ୍‌ ବ୍ୟବହାର କରାଯାଏ। ହେଲେ କ୍ରିକେଟ ଇତିହାସରେ ଏମିତି ଜଣେ ଖେଳାଳି ଥିଲେ, ସେ ଆଲୁମୁନିୟମ ବ୍ୟାଟ୍‌ରେ ବ୍ୟାଟିଂ କରିଥିଲେ। ଘଟଣାଟି ହେଲା ୧୯୭୯ ମସିହାର। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୨୩୨ ରନ୍‌ରେ ୮ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ୯ ନମ୍ବର ବ୍ୟାଟ୍ସମ୍ୟାନ ଡେନିସ ଲିଲି ପ୍ରଥମ ଦିନ ଶେଷ ସୁଦ୍ଧା ୧୧ ରନ କରି ଅପରାଜିତ ଥାନ୍ତି। ଏ ପର୍ଯ୍ୟନ୍ତ ସେ ସାଧାରଣ କାଠ ବ୍ୟାଟ ବ୍ୟବହାର କରୁଥିଲେ। ପର ଦିନ ବ୍ୟାଟିଂ କରିବାକୁ ଆସିଥିବା ଲିଲିଙ୍କ ହାତରେ ଥିଲା ଆଲୁମୁନିୟମ ବ୍ୟାଟ୍‌ । ଦ୍ୱିତୀୟ ଦିବସରେ ଇଆନ ବୋଥାମଙ୍କ ଓଭରର ଚତୁର୍ଥ ବଲକୁ ଲିଲି ଡ୍ରାଇଭ୍‌ କରିଥିଲେ। ଖୁବ୍‌ ଜୋରରେ ଶବ୍ଦ ହୋଇଥିଲା। ହେଲେ ସୀମା ରେଖା ଅତିକ୍ରମ କରିବାରେ ବିଫଳ ହୋଇଥିଲା ବଲ। ଏଣୁ ପଡ଼ିଆ ମଝିକୁ ଦୁଇଟି କାଠ ବ୍ୟାଟ୍‌ ପଠାଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଗ୍ରେଗ ଚାପେଲ। ମାତ୍ର ଏହାକୁ ଅସ୍ବୀକାର କରିଥିଲେ ଲିଲି। ଏହାପରେ ଇଂଲଣ୍ଡ ଅଧିନାୟକ ମାଇକ ବ୍ରେଲି ଅମ୍ପାୟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଫିଲ୍ଡ ଅମ୍ପାୟରଙ୍କ ସହ ଦୀର୍ଘ ସମୟର ଆଲୋଚନା ପରେ ଲିଲି ରାଜି ହୋଇଥିଲେ କାଠ ବ୍ୟାଟରେ ଖେଳିବାକୁ। ସେ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ତାଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ମାତ୍ର ୧୩୮ ରନ୍‌ କରିବାକୁ ସମର୍ଥ ହୋଇଥିଲା। ସେ ୪ ଉଇକେଟ ନେଇଥିଲେ।

ଏହା ଥିଲା ତାଙ୍କର ଜଣେ ସାଙ୍ଗ ତଥା ପୂର୍ବତନ କ୍ଲବ କ୍ରିକେଟରଙ୍କ ବ୍ୟାଟ। ମାର୍କେଟିଂ କରିବା ହିଁ ଏହା ପଛର ଏକମାତ୍ର ଉଦ୍ଦେଶ୍ୟ ଥିଲା। ଉଲ୍ଲେଖଥାଉ କି, ସେତେବେଳେ କ୍ରିକେଟରେ ବ୍ୟବହୃତ ହେଉଥିବା ବ୍ୟାଟ କେଉଁଥିରେ ତିଆରି ହେବା ଦରକାର, ତା’ଉପରେ କୌଣସି ସ୍ପଷ୍ଟ ଆଇସିସି ନିୟମ ନ ଥିଲା। ତେବେ ସେ ପୂର୍ବରୁ ମଧ୍ୟ ଆଲୁମୁନିୟମ ବ୍ୟାଟ୍‌ ବ୍ୟବହାର କରିଥିଲେ। ମ୍ୟାଚ୍‌ ୧୨ ଦିନ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯୋଇଥିବା ଟେଷ୍ଟରେ ସେ ଆଲୁମୁନିୟମ ବ୍ୟାଟ ବ୍ୟବହାର କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri