Posted inଖେଳ

କାଠରେ ନୁହେଁ ଆଲୁମୁନିୟମ ବ୍ୟାଟ୍‌ରେ ଖେଳୁଥିଲେ ଏହି ଖେଳାଳି

କ୍ରିକେଟରେ ସାଧାରଣତଃ କାଠରେ ତିଆରି ବ୍ୟାଟ୍‌ ବ୍ୟବହାର କରାଯାଏ। ହେଲେ କ୍ରିକେଟ ଇତିହାସରେ ଏମିତି ଜଣେ ଖେଳାଳି ଥିଲେ, ସେ ଆଲୁମୁନିୟମ ବ୍ୟାଟ୍‌ରେ ବ୍ୟାଟିଂ କରିଥିଲେ। ଘଟଣାଟି ହେଲା ୧୯୭୯ ମସିହାର। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୨୩୨ ରନ୍‌ରେ ୮ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ୯ ନମ୍ବର ବ୍ୟାଟ୍ସମ୍ୟାନ ଡେନିସ ଲିଲି ପ୍ରଥମ ଦିନ ଶେଷ ସୁଦ୍ଧା ୧୧ ରନ କରି ଅପରାଜିତ ଥାନ୍ତି। ଏ ପର୍ଯ୍ୟନ୍ତ ସେ ସାଧାରଣ କାଠ ବ୍ୟାଟ ବ୍ୟବହାର କରୁଥିଲେ। ପର ଦିନ ବ୍ୟାଟିଂ କରିବାକୁ ଆସିଥିବା ଲିଲିଙ୍କ ହାତରେ ଥିଲା ଆଲୁମୁନିୟମ ବ୍ୟାଟ୍‌ । ଦ୍ୱିତୀୟ ଦିବସରେ ଇଆନ ବୋଥାମଙ୍କ ଓଭରର ଚତୁର୍ଥ ବଲକୁ ଲିଲି ଡ୍ରାଇଭ୍‌ କରିଥିଲେ। ଖୁବ୍‌ ଜୋରରେ ଶବ୍ଦ ହୋଇଥିଲା। ହେଲେ ସୀମା ରେଖା ଅତିକ୍ରମ କରିବାରେ ବିଫଳ ହୋଇଥିଲା ବଲ। ଏଣୁ ପଡ଼ିଆ ମଝିକୁ ଦୁଇଟି କାଠ ବ୍ୟାଟ୍‌ ପଠାଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଗ୍ରେଗ ଚାପେଲ। ମାତ୍ର ଏହାକୁ ଅସ୍ବୀକାର କରିଥିଲେ ଲିଲି। ଏହାପରେ ଇଂଲଣ୍ଡ ଅଧିନାୟକ ମାଇକ ବ୍ରେଲି ଅମ୍ପାୟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଫିଲ୍ଡ ଅମ୍ପାୟରଙ୍କ ସହ ଦୀର୍ଘ ସମୟର ଆଲୋଚନା ପରେ ଲିଲି ରାଜି ହୋଇଥିଲେ କାଠ ବ୍ୟାଟରେ ଖେଳିବାକୁ। ସେ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ତାଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ମାତ୍ର ୧୩୮ ରନ୍‌ କରିବାକୁ ସମର୍ଥ ହୋଇଥିଲା। ସେ ୪ ଉଇକେଟ ନେଇଥିଲେ।

ଏହା ଥିଲା ତାଙ୍କର ଜଣେ ସାଙ୍ଗ ତଥା ପୂର୍ବତନ କ୍ଲବ କ୍ରିକେଟରଙ୍କ ବ୍ୟାଟ। ମାର୍କେଟିଂ କରିବା ହିଁ ଏହା ପଛର ଏକମାତ୍ର ଉଦ୍ଦେଶ୍ୟ ଥିଲା। ଉଲ୍ଲେଖଥାଉ କି, ସେତେବେଳେ କ୍ରିକେଟରେ ବ୍ୟବହୃତ ହେଉଥିବା ବ୍ୟାଟ କେଉଁଥିରେ ତିଆରି ହେବା ଦରକାର, ତା’ଉପରେ କୌଣସି ସ୍ପଷ୍ଟ ଆଇସିସି ନିୟମ ନ ଥିଲା। ତେବେ ସେ ପୂର୍ବରୁ ମଧ୍ୟ ଆଲୁମୁନିୟମ ବ୍ୟାଟ୍‌ ବ୍ୟବହାର କରିଥିଲେ। ମ୍ୟାଚ୍‌ ୧୨ ଦିନ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯୋଇଥିବା ଟେଷ୍ଟରେ ସେ ଆଲୁମୁନିୟମ ବ୍ୟାଟ ବ୍ୟବହାର କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri