Posted inଖେଳ

ଯେବେ ଶେଷଥର ପାଇଁ ମୁହାଁମୁହିଁ ହୋଇଥିଲେ CSK-MI, କିଏ ହୋଇଥିଲା ବିଜୟୀ

କୋଲକାତା,୨୩।୩: ଆଜି ଚେପକରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ ମୁହାଁମୁହିଁ ହେବେ। କିନ୍ତୁ ଆପଣ ଜାଣନ୍ତି କି ଶେଷ ଥର ପାଇଁ ଏହି ଦୁଇ ଦଳ ପରସ୍ପରର ସାମ୍ନା କରିବା ସମୟରେ କ’ଣ ଘଟିଥିଲା? ସେହି ମ୍ୟାଚରେ କେଉଁ ଦଳ ଜିତିଥିଲା? ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଥର ପାଇଁ IPL 2024 ସିଜିନରେ ମୁହାଁମୁହିଁ ହୋଇଥିଲେ। ଉଭୟ ଦଳ ୧୪ ଏପ୍ରିଲ ୨୦୨୪ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ 20 ରନରେ ପରାଜୟର ସାମ୍ନା କରିବାକୁ ପଡିଲା।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୪ ୱିକେଟ ହରାଇ ୨୦୬ ରନ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଅଧିନାୟକ ଋତୁରାଜ ଗାୟକୱାଡ 40 ବଲ ରେ ସର୍ବାଧିକ 69 ରନ କରିଥିଲେ। ଶିବମ ଦୁବେ ୩୮ ବଲରେ ୬୬ ରନରେ ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ମହେନ୍ଦ୍ର ସିଂହ ଧୋନି ୪ ବଲ ରେ ୨୦ ରନ କରି ଏକ ଭଲ ଫିନିସ ଦେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୨ଟି ୱିକେଟ ନେଇଥିଲେ। ଏହା ବ୍ୟତୀତ ଜେରାଲ୍ଡ କୋଏଟଜୀ ଏବଂ ଶ୍ରେୟସ ଗୋପାଳଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ଚେନ୍ନାଇ ସୁପର କିଙ୍ଗ୍ସର ୨୦୬ ରନ ଜବାବରେ, ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଭଲ ଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଓପନର ଇଶାନ କିଷନ ଏବଂ ରୋହିତ ଶର୍ମା ୭ ଓଭରରେ ୭୦ ରନ ଯୋଡିଥିଲେ। ବିଶେଷକରି, ରୋହିତ ଶର୍ମାଙ୍କ ଦମଦାର ଶୈଳୀ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା 63 ବଲ ରେ 105 ରନ ଅପରାଜିତ ରଖିଥିଲେ। ସେ ତାଙ୍କ ଇନିଂସରେ ୧୧ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ତିଲକ ବର୍ମା 20 ବଲରୁ 31 ରନ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟସମ୍ୟାନମାନେ ନିରାଶ କରିଥିଲେ। ତେଣୁ, ମୁମ୍ବାଇ ଇଣ୍ଡିଆନ୍ସ ଦଳ 20 ଓଭରରେ 6 ୱିକେଟ ବିନିମୟରେ ମାତ୍ର 186 ରନ କରିପାରିଲା। ଏହିପରି ଚେନ୍ନାଇ ସୁପର କିଙ୍ଗସ 20 ରନରେ ମ୍ୟାଚ ଜିତିଲା। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମାଥିଶା ପଥିରଣା ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଏହା ବ୍ୟତୀତ ତୁଷାର ଦେଶପାଣ୍ଡେ ଏବଂ ମୁସ୍ତାଫିଜୁର ରହମାନ ପ୍ରତ୍ୟେକେ ଗୋଟିଏ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri