Posted inଖେଳ

EXPLAINED: କେବେ ଏବଂ କିପରି ଫେରସ୍ତ ପାଇବେ IPL ୨୦୨୫ର ଟିକେଟ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା…  

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପିଟିଆଇ ଅନୁଯାୟୀ, ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ଜଣେ ଶୀର୍ଷ ଅଧିକାରୀ ଏହି ନିଷ୍ପତ୍ତିକୁ ନିଶ୍ଚିତ କରି କହିଛନ୍ତି ଯେ ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ସର୍ବୋପରୀ। ଆଇପିଏଲ୍‌ର ବାକି ୧୭ଟି ମ୍ୟାଚ୍‌ କେବେ ଆୟୋଜନ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଏହି ସମୟରେ ଅନେକ ପ୍ରଶଂସକ ଏହି ମ୍ୟାଚ୍‌ଗୁଡ଼ିକୁ ଉପଭୋଗ କରିବା ପାଇଁ ଟିକେଟ କିଣିଥିଲେ, କିନ୍ତୁ ମ୍ୟାଚ୍‌ ବାତିଲ ହେବା ପରେ, ସେମାନେ ଏବେ କିପରି ଟଙ୍କା ଫେରସ୍ତ ପାଇବେ ଏବଂ ଏଥିପାଇଁ କିପରି ଆବେଦନ କରିବେ ସେନେଇ ଚିନ୍ତିତ ଅଛନ୍ତି। ଏପରି ପରିସ୍ଥିତିରେ ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା।
ଆଇପିଏଲ ୨୦୨୫ର ଶେଷ ମ୍ୟାଚ୍‌ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା, କିନ୍ତୁ ଯାନ୍ତ୍ରିକ ସମସ୍ୟା ଦର୍ଶାଇ ମ୍ୟାଚ ଅଧାରୁ ବନ୍ଦ କରିଦିଆଯାଇଥିଲା। ପ୍ରଶଂସକମାନଙ୍କୁ ମଧ୍ୟ ଷ୍ଟାଡିୟମରୁ ବାହାରକୁ ପଠାଯାଇଥିଲା। ଏହା ପରେ ପରଦିନ ବିସିସିଆଇ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।
କ’ଣ କୁହେ ରିଫଣ୍ଡ ନିୟମ?
ଇଣ୍ଡିଆନ ପ୍ରିମିୟର ଲିଗ ନିୟମ ଅନୁଯାୟୀ, ଯଦି ମ୍ୟାଚ ବାତିଲ କିମ୍ବା ସ୍ଥଗିତ ରଖାଯାଏ ଏବଂ ସେହି ଦିନ ଷ୍ଟାଡିୟମରେ କୌଣସି ମ୍ୟାଚ୍‌ରେ ଗୋଟିଏ ବି ବଲ ପକାଯାଏ ନାହିଁ। ତେବେ ମ୍ୟାଚ ଟିକେଟ ଫେରସ୍ତ କରାଯାଇପାରିବ। ଅନ୍ୟ କୌଣସି ପରିସ୍ଥିତିରେ ମ୍ୟାଚ ପୁଣି ହେବାର କୌଣସି ସମ୍ଭାବନା ନ ଥାଏ। ଏହାର ଅର୍ଥ ହେଉଛି ଯଦି ମ୍ୟାଚ୍‌ ସମୟରେ ବର୍ଷା ହୁଏ କିମ୍ବା ସୁରକ୍ଷା କାରଣରୁ ମ୍ୟାଚ ବନ୍ଦ ହୋଇଯାଏ, ତେବେ ଟିକେଟ ଟଙ୍କା ଫେରସ୍ତ ମିଳେନାହିଁ। ଏହା ସତ୍ତ୍ୱେ ଯଦି ଆୟୋଜକ ଫ୍ରାଞ୍ଚାଇଜ କିମ୍ବା କ୍ରିକେଟ ସଂଘ ଚାହାନ୍ତି ତେବେ ସେମାନେ ଟଙ୍କା ଫେରସ୍ତ କରିପାରିବେ। ପୂର୍ବରୁ ଏଭଳି ମଧ୍ୟ ଦେଖାଯାଇଛି।
କିପରି ଫେରସ୍ତ ପାଇବେ? (How to get refund for IPL ୨୦୨୫ Tickets)
ଯଦି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୫ରେ କୌଣସି ମ୍ୟାଚ୍‌ ଖେଳାଯାଇପାରେ ନାହିଁ, ତେବେ ଏଥିପାଇଁ ଟଙ୍କା ଫେରସ୍ତ ପାଇବା ପ୍ରକ୍ରିୟା କଷ୍ଟକର ନୁହେଁ। ରିପୋର୍ଟ ଅନୁସାରେ ଯଦି ଆପଣ ଅନଲାଇନରେ ଟିକେଟ କିଣିଛନ୍ତି ତେବେ ଆପଣଙ୍କୁ ଏହାର ଟଙ୍କା ଫେରସ୍ତ ମିଳିବ। ଯଦି ଆପଣ ନ ମିଳେ ତେବେ ଆପଣ ଟିକେଟ, ପରିଚୟ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦାଖଲ କରି ଏଥିପାଇଁ ଆବେଦନ କରିପାରିବେ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣିଛନ୍ତି, ତେବେ ନିର୍ଦ୍ଧାରିତ ସମୟରେ କାଉଣ୍ଟରକୁ ଯାଇ ଟିକେଟ ଦେଖାଇଲେ ଆପଣ ଟଙ୍କା ଫେରସ୍ତ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri