Posted inଜାତୀୟ

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ ସ୍ରଷ୍ଟାଙ୍କୁ ଚିହ୍ନଟ କରିବେ ବୋଲି କେନ୍ଦ୍ରର ସୂଚନା ପ୍ରଯୁକ୍ତି (ଆଇଟି) ରୁଲ୍ସ, ୨୦୨୧ରେ ନିୟମ ରହିଛି। ହ୍ବାଟ୍ସଆପ୍‌ ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜକରି ଏକ ପିଟିଶନ ଦାଖଲ କରିଛି। ବୁଧବାର ଏହାର ଶୁଣାଣିବେଳେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କୀର୍ତ୍ତିମାନ ସିଂ ଯୁକ୍ତି ବାଢ଼ିଥିଲେ, ମେସେଜ୍‌ଗୁଡ଼ିକୁ ଟ୍ରେସ୍‌ କରିବା ବର୍ତ୍ତମାନର ଆବଶ୍ୟକତା। ହ୍ବାଟ୍ସଆପ୍‌ ଏହା ପୂର୍ବରୁ ଆମେରିକା କଂଗ୍ରେସରେ କଡ଼ା ପ୍ରଶ୍ନର ସମ୍ମୁଖୀନ ହୋଇସାରିଛି। ହ୍ବାଟ୍ସଆପ୍‌ର ଓକିଲ ତେଜସ୍‌ କାରିଆ କହିଥିଲେ, ମେସେଜ୍‌ ଏନ୍‌କ୍ରିପ୍ସନ ବନ୍ଦ କରିବାକୁ କହିଲେ ଭାରତରେ ଅପରେଶନ୍‌ ବନ୍ଦ କରିଦେବୁ। କାରଣ ଏହି ଏନ୍‌କ୍ରିପ୍ସନ ପାଇଁ ଆମ ଉପରେ ୟୁଜର୍ସ ଭରସା କରି ଆପ୍‌କୁ ବ୍ୟବହାର କରିଥାନ୍ତି। ୟୁଜର୍ସଙ୍କ ମେସେଜ୍‌ଗୁଡ଼ିକୁ ଟ୍ରେସ୍‌ କଲେ କଣ୍ଟେଣ୍ଟର ଏନ୍‌କ୍ରିପ୍ସନ୍‌ ଏବଂ ୟୁଜର୍ସଙ୍କ ପ୍ରିଭେସି ନୂ୍ୟନ ହୋଇଯିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଓ ୨୧ର ଉଲ୍ଲଂଘନ। ପୃଥିବୀର କୌଣସି ଦେଶରେ ଏପରି ନିୟମ ନାହିଁ। ଏପରି କି ବ୍ରାଜିଲରେ ମଧ୍ୟ ନାହିଁ ବୋଲି କାରିଆ କହିଥିଲେ। ସେ ଆହୁରି କହିଥିଲେ, ଆମକୁ ଏକ ସମ୍ପୂର୍ଣ୍ଣ ଚେନ୍‌ ରଖିବାକୁ ପଡ଼ିବ। କେଉଁ ମେସେଜ୍‌ଗୁଡ଼ିକୁ ଡିକ୍ରିପ୍ଟ କରିବାକୁ ପଡ଼ିବ ତାହା ଆମକୁ ଜଣାନାହିଁ। ଅର୍ଥାତ୍‌ ଅନେକ କୋଟି ମେସେଜ୍‌କୁ ବର୍ଷ ବର୍ଷ ଧରି ଷ୍ଟୋର କରି ରଖିବାକୁ ପଡ଼ିବ ବୋଲି ସେ କହିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ କହିଥିଲେ, ପ୍ରିଭେସି ଅଧିକାରଗୁଡ଼ିକ ନିରଙ୍କୁଶ ନୁହେଁ। କେଉଁଠି ନା କେଉଁଠି ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ଆସନ୍ତା ଅଗଷ୍ଟ ୧୪ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।
ପ୍ରକାଶ ଯେ, ମେଟା, ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ଟେକ୍‌ ଜାଏଣ୍ଟଗୁଡ଼ିକ ଭାରତରେ ନିୟାମକ ଯାଞ୍ଚ ନାମରେ ଅନେକ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଗତବର୍ଷ ଜାନୁଆରୀରୁ ଜୁନ୍‌ ମଧ୍ୟରେ ମେଟା ପ୍ଲାଟ୍‌ଫର୍ମଗୁଡ଼ିକରୁ ମୋଟ ୭୦,୬୧୨ କଣ୍ଟେଣ୍ଟକୁ ହଟାଇବାକୁ ଭାରତୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ୬୩,୫୮୬ ଆଇନଗତ ପ୍ରକ୍ରିୟା ସମ୍ପର୍କିତ ଅନୁରୋଧ ହୋଇଥିବାବେଳେ ଅବଶିଷ୍ଟ ‘ଏମର୍ଜେନ୍ସି ଡିସ୍‌କ୍ଲୋଜର ରିକ୍ୱେଷ୍ଟ’ ଥିଲା। ଇତିମଧ୍ୟରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଏଲନ୍‌ ମସ୍କଙ୍କ ଏକ୍ସ’ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କେତେକ ରାଜନୈତିକ ପୋଷ୍ଟକୁ ହଟାଇଦେଇଥିବା କହିଛି। ତେବେ କମିଶନଙ୍କ ଏପରି ଅର୍ଡରକୁ ନେଇ ଏକ୍ସ’ ଅସନ୍ତୋଷ ବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri