ଯଦି ମହିଳାଙ୍କ ବଦଳରେ ପୁରୁଷମାନଙ୍କର ଋତୁସ୍ରାବ ହୁଅନ୍ତା, ତେବେ ଦୁନିଆ କିପରି ହୋଇଥାନ୍ତା ?

ନୂଆଦିଲ୍ଲୀ: ୪୭ ବର୍ଷ ପୂର୍ବେ ‘Ms. Magazine’ରେ ଗ୍ଲୋରିଆ ଷ୍ଟେନମଙ୍କ ନିବନ୍ଧ “ଯଦି ପୁରୁଷଙ୍କୁ ମାସିକ ଋତୁସ୍ରାବ ହେଉଥାନ୍ତା” ପ୍ରକାଶିତ ହୋଇଥିଲା, ଯେଉଁଥିରେ ସମାଜରେ ମହିଳାଙ୍କ ପ୍ରତି ଋତୁସ୍ରାବ ନେଇ ଥିବା ପକ୍ଷପାତମୂଳକ ଦୃଷ୍ଟିକୋଣ ଓ ବୈଷମ୍ୟକୁ ତୀକ୍ଷ୍ଣ ଭାବେ ଉପସ୍ଥାପନ କରାଯାଇଥିଲା। ଷ୍ଟେନମ କହିଛନ୍ତି, ଯଦି ପୁରୁଷଙ୍କୁ ଋତୁସ୍ରାବ ହେଉଥାନ୍ତା, ତାହା ପୁରୁଷତ୍ୱର ପ୍ରତୀକ ହୋଇଥାନ୍ତା। ପୁରୁଷମାନେ ଏହାର ଦୀର୍ଘତା ଓ ତୀବ୍ରତା ନେଇ ଗର୍ବ କରିଥାନ୍ତେ, ଏହାକୁ ଧାର୍ମିକ ଉତ୍ସବ ଓ ପାରିବାରିକ ଭୋଜି ସହ ଜଡ଼ିତ କରାଯାଇଥାନ୍ତା।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସାନିଟାରୀ ପ୍ୟାଡ୍‌ ମାଗଣା ହୋଇଥାନ୍ତା ଏବଂ ସରକାର ଏହାର ଖର୍ଚ୍ଚ ବହନ କରିଥାନ୍ତେ। ପୁରୁଷମାନେ ଖେଳରେ ଉନ୍ନତ ପ୍ରଦର୍ଶନ ଓ ଅଧିକ ଅଲିମ୍ପିକ ପଦକ ଜିତିବାରେ ଋତୁସ୍ରାବକୁ କାରଣ ଦର୍ଶାଇଥାନ୍ତେ। ସେନା ଜେନେରାଲ ଓ ରାଜନେତାମାନେ ଋତୁସ୍ରାବକୁ ପୁରୁଷମାନଙ୍କ ଶ୍ରେଷ୍ଠତ୍ୱର ପ୍ରମାଣ ଭାବେ ଉପସ୍ଥାପନ କରି ମହିଳାଙ୍କୁ ରାଜନୀତି ଓ ଧର୍ମରେ ଉଚ୍ଚ ପଦବୀରୁ ବଞ୍ଚିତ କରିଥାନ୍ତେ।

ଷ୍ଟେନମ ଏକ ଘଟଣା ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଜଣେ ମହିଳା ସାର୍ବଜନିକ ମଞ୍ଚରେ ଋତୁସ୍ରାବ ହେବା ସତ୍ତ୍ୱେ ଏହାକୁ ସକାରାତ୍ମକ ଭାବେ ଉପସ୍ଥାପନ କରି ପୁରୁଷମାନଙ୍କୁ ଗର୍ବ କରିବାକୁ କହିଥିଲେ। ସେ ଯୁକ୍ତି ଦେଇଛନ୍ତି ଯେ ଶକ୍ତିଶାଳୀ ଗୋଷ୍ଠୀ ନିଜର ଆଧିପତ୍ୟ ପ୍ରମାଣ କରିବା ପାଇଁ ଯେକୌଣସି ଜିନିଷ ବ୍ୟବହାର କରେ, ଯେପରି ପୁରୁଷଙ୍କୁ ‘ଶକ୍ତ’ କହି କମ ଦରମା ଓ ଅଧିକ ଶାରୀରିକ କାମ ଦିଆଯାଇଥିଲା, ଆଉ ମହିଳାଙ୍କୁ ‘ଦୁର୍ବଳ’ କହି ନିମ୍ନ ଦରମାରେ ରଖାଯାଇଥିଲା।

ସେ ପ୍ରଶ୍ନ ଉଠାଇଛନ୍ତି, ଯଦି ଋତୁସ୍ରାବ ନଥାନ୍ତା, ତେବେ ମହିଳାଙ୍କୁ କିପରି ଅଦକ୍ଷ ବୋଲି ଗଣାଯାଇଥାନ୍ତା? ଏହା ସମାଜରେ ଗଭୀର ବୈଷମ୍ୟ ଓ ପୁରୁଷକେନ୍ଦ୍ରିକ ମାନସିକତାକୁ ପ୍ରତିଫଳିତ କରେ। ଷ୍ଟେନମଙ୍କ ନିବନ୍ଧ ଆଜି ମଧ୍ୟ ସାମାଜିକ ନ୍ୟାୟ ଓ ଲିଙ୍ଗ ସମାନତା ଉପରେ ଚିନ୍ତନକୁ ପ୍ରେରଣା ଦେଇଚାଲିଛି।

gloria steinem article if could mensturate

(ଆମେରିକୀୟ ସାମ୍ବାଦିକ ଏବଂ ଲେଖିକା ଗ୍ଲୋରିଆ ଷ୍ଟାଇନେମ୍)


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜେଲ୍‌ରୁ ବାହାରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୧୪।୩: ଲଦାଖରେ ହିଂସା ଘଟଣାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର…

LPG ସଙ୍କଟକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ…

ନୂଆଦିଲ୍ଲୀ,୧୪।୧: ଆସାମର ସିଲଚରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଉତ୍ତେଜନା ଏବଂ ଯୁଦ୍ଧ ଭଳି…

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri