Posted inଜାତୀୟ

ଆଗକୁ ଭାଜପାରେ ଶିବରାଜଙ୍କ ଭବିଷ୍ୟତ କ’ଣ? ଦିଲ୍ଲୀ ଯିବେ ନା ରାଜଭବନ ସେନେଇ …

ଭୋପାଳ,୧୨।୧୨: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଘୋଷଣା ହୋଇଛି। ୩ ଥର ବିଧାୟକ ରହିଥିବା ମୋହନ ଯାଦବଙ୍କୁ ସର୍ବସମ୍ମତିକ୍ରମେ ଭାଜପା ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଶିବରାଜ ସିଂ ଚୌହ୍ବାନ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ଦେଇଛନ୍ତି। ଡିସେମ୍ବର ୧୩ରେ ମୋହନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ତାଙ୍କ ସହ ୨ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ। ଏମିତିରେ ଶିବରାଜଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେ ରାଜନୀତିରେ ଆଗକୁ କ’ଣ କରିବେ ତାହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି।

୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ଏବେ ପଦରେ ରହିବେ ନାହିଁ। ଏଣୁ ସେ କେନ୍ଦ୍ରୀୟ ରାଜନୀତି ଆଡକୁ ମୁହାଁଇବେ ନା ଭାଜପା ସଂଗଠନର କୌଣସି ପଦବୀରେ ରହିବେ ତାହା ପ୍ରଶ୍ନ ଘେରରେ। ଯଦି ସେ ସଂଗଠନ କିମ୍ବା କେନ୍ଦ୍ରରେ ରହିବେ ନାହିଁ ତେବେ କ’ଣ ସେ ରାଜଭବନ ଯିବେ ସେନେଇ ମଧ୍ୟ ଆଲୋଚନା ହେଉଛି। କାରଣ ନିର୍ବାଚନ ଫଳାଫଳ ଆସିବା ପରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ରଖି ଶିବରାଜ କହିଥିଲେ ଯେ ‘ଦିଲ୍ଲୀ ଯିବି ନାହିଁ’ ଏବଂ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟର ସମସ୍ତ ସିଟ୍‌ ଜିତି ଦେବାର ଅଛି।

ଚାରି ମାସ ପରେ ମଧ୍ୟପ୍ରଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ଶିବରାଜଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ। କାରଣ ତାଙ୍କ ପାଖରେ ରାଜ୍ୟବାସୀଙ୍କ ହୃଦୟ ଜିତିବା କଳା ରହିଛି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମହିଳା ଭୋଟରଙ୍କ ହୃଦୟ ଜିତି ସେ ରାଜନୀତିରେ ନିଜର ଦବ୍‌ଦବାକୁ ଜାହିର କରିଛନ୍ତି। ଏଣୁ ନିର୍ବାଚନ ପୂର୍ବରୁ କେନ୍ଦ୍ର ରାଜନୀତିରେ ତାଙ୍କୁ ପ୍ରମୁଖ ଭୂମିକା ଦିଆଯାଇପାରେ। ନରେନ୍ଦ୍ର ସିଂ ତୋମର ରାଜ୍ୟ ବିଧାନସଭା ବାଚସ୍ପତି ଭୂମିକା ତୁଲାଇବେ। ଏଣୁ ସେ କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ପ୍ରହଲ୍ଲାଦ ସିଂ ପଟେଲ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏଣୁ ଶିବରାଜଙ୍କୁ ମୋଦି ସରକାରଙ୍କ ନେତୃତ୍ୱରେ ମନ୍ତ୍ରୀ କରାଯିବାର ସମ୍ଭାବନା ଦେଖାଦେଇଛି। ହେଲେ ଏଥିଲାଗି ସେ ରାଜି ହେବେ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଶିବରାଜ ଭାଜପାର ସଂଗଠନ କାର୍ଯ୍ୟ ତଦାରଖ କରୁଥିଲେ। ଏଣୁ ପୁଣିଥରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଜେପି ନଡ୍ଡାଙ୍କ ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ମିଳିଛି। ଏମିତିରେ ଶିବରାଜ ପୁଣିଥରେ ସଂଗଠନରେ ସ୍ଥାନ ପାଇପାରନ୍ତି। କାରଣ ପୂର୍ବରୁ ଭାଜପା ଅନେକ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସଂଗଠନରେ ବଡ଼ ଦାୟିତ୍ୱ ଦେଇଛି।

ଶିବରାଜ କେନ୍ଦ୍ରରେ ମନ୍ତ୍ରୀ ଏବଂ ଭାଜପା ସଂଗଠନରେ ସ୍ଥାନ ନ ପାଇଲେ ତାଙ୍କ ପାଖରେ ରାଜଭବନର ବିକଳ୍ପ ରହିବ। ପୂର୍ବରୁ ଦଳ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଘୋଷଣା କରିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ଆନନ୍ଦୀ ବେନ୍‌ ପଟେଲଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। କଲ୍ୟାଣ ସିଂଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ଚୟନ କରାଯାଇଥିଲା। ଏଣୁ ଶିବରାଜ ସେଭଳି କିଛି ପଦ ଲାଗି ପ୍ରସ୍ତୁତ ରହିବେ କି ନା ତାହା କହିବା ମୁସ୍କିଲ ବୋଲି କୁହାଯାଉଛି। ତେବେ ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri