ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ କ’ଣ କରିବେ? ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ସୁଖ ଶାନ୍ତି ବଜାୟ ରଖିବା ସହ ଅଭାବ ଅନଟନରୁ ରକ୍ଷା ପାଇବା ପାଇଁ କ’ଣ ସବୁ କରିବା ଆବଶ୍ୟକ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* କୁହାଯାଏ, ଗୃହର ମୁଖ୍ୟ ଦ୍ୱାରର ଉପର ପାର୍ଶ୍ୱରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ସ୍ଥାପନ କଲେ ଘରେ ଶାନ୍ତି, ସମୃଦ୍ଧି ବଜାୟ ରହିଥାଏ।

* ଯଦି ଗୃହର ପୂର୍ବ ଦିଗରେ କିଛି ଦୋଷ ଥାଏ, ତେବେ ସେହି ଦିଗରେ ସୂର୍ଯ୍ୟଯନ୍ତ୍ର ସ୍ଥାପନ କଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ସେହିପରି ଗୃହର ପଶ୍ଚିମ ଦିଗରେ ଯଦି କିଛି ଦୋଷ ଥାଏ, ତା’ହେଲେ ସେହି ଦିଗରେ ବରୁଣ ଯନ୍ତ୍ର ସ୍ଥାପନ କରିବା ସହ ଶନିବାର ବ୍ରତ କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ଅନ୍ୟପକ୍ଷେ କୁହାଯାଏ, ମୁଖ୍ୟଦ୍ୱାରର ମଧ୍ୟଭାଗରେ ସ୍ବସ୍ତିକ ସ୍ଥାପନ କଲେ ଗୃହ ପ୍ରତି ଆସୁଥିବା ବିପଦ ଆପଣଛାଏଁ ଟଳିଯାଏ।

* ଗୃହର ମୁଖ୍ୟଦ୍ୱାର ଅନ୍ୟ ସବୁ ଦ୍ୱାର ତୁଳନାରେ ଟିକେ ବଡ଼ ଓ ଆକର୍ଷଣୀୟ ହୋଇଥିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇଥାଏ ବୋଲି ଅନେକେ ମତ ଦେଇଥାନ୍ତି।

* ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ, ରୋଷେଇ ଗୃହର ରଙ୍ଗ ହଳଦିଆ କିମ୍ବା ଗୋଲାପୀ କଲେ ସୁନ୍ଦର ଦେଖାଯିବା ସହ ଲକ୍ଷ୍ମୀଦେବୀ ପ୍ରସନ୍ନ ହୋଇଥାନ୍ତି।

* ତେବେ ରୋଷେଇ ଗୃହର ପୂର୍ବ, ପଶ୍ଚିମ ବା ଉତ୍ତରରେ ଡାଇନିଂ ରୁମ୍‌ ରଖିଲେ, ଏହାକୁ ଶୁଭ ବୋଲି କୁହାଯାଇଥାଏ।