ନୂଆଦିଲ୍ଲୀ,୨୬।୩: ଦିଲ୍ଲୀରେ ଭାଜପା ସରକାର ଗଠନ ହେବା ପରେ ପୁଣି ଥରେ ଆରୋପ ଏବଂ ପ୍ରତ୍ୟାରୋପର ଧାରା ଆରମ୍ଭ ହୋଇଛି। ଭାଜପା ଦିଲ୍ଲୀ ବିଧାନସଭାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବାବା ସାହେବ ଭୀମରାଓ ଆମ୍ବେଡକର ଏବଂ ଭଗତ ସିଂହଙ୍କ ଫଟୋର ସ୍ଥାନ ପରିବର୍ତ୍ତନ କରିଛି। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଚୌକି ପଛରେ ଭୀମରାଓ ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ଦେଖାଯାଉନାହିଁ। ଏହାକୁ ନେଇ ଆପ ନେତା ଆତିଶୀ ସରକାରଙ୍କୁ ଦଳିତ ବିରୋଧୀ ବୋଲି କହିଛନ୍ତି। କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଫଟୋ ଲଗାଇବା ସମ୍ପର୍କରେ କ’ଣ ନିୟମ ଅଛି ଜାଣନ୍ତି କି?
ସାଧାରଣତଃ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଏବଂ ବାବା ସାହେବ ଆମ୍ବେଡକରଙ୍କ ଭଳି ମହାପୁରୁଷଙ୍କ ଫଟୋ ଲଗାଯାଇଥାଏ। ଏହା ବ୍ୟତୀତ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଫଟୋ ଲଗାଯାଇଥାଏ। ଏହି ପରମ୍ପରା ବହୁ ଦିନ ଧରି ଚାଲିଆସିଛି। ଏବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ କାହାର ଫଟୋ ଲାଗିବ ସେ ବିଷୟରେ ନିୟମ କ’ଣ? କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ କାହାର ଫଟୋ ଲଗାଯିବ ଏବଂ କାହାର ନୁହେଁ ସେ ବିଷୟରେ ସମ୍ବିଧାନରେ କୌଣସି ନିୟମ କିମ୍ବା ବ୍ୟବସ୍ଥା ନାହିଁ। ରାଜ୍ୟ ସରକାର ନିଜ ସୁବିଧା ଅନୁସାରେ ନିଷ୍ପତ୍ତି ନିଅନ୍ତି ଯେ କାହାର ଫଟୋ ଲଗାଯିବ ଏବଂ କାହାର ଫଟୋ ଲଗାଯିବ ନାହିଁ। କିନ୍ତୁ କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏ ସମ୍ପର୍କରେ ନିୟମ ଅଛି।
କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ସହିତ ବର୍ତ୍ତମାନର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା ପାଇଁ ନିର୍ଦ୍ଦେଶ ରହିଛି। ଏଥିପାଇଁ ଆବଶ୍ୟକୀୟ ସୂଚନା ଏବଂ ଫଟୋଗ୍ରାଫ PIB ଦ୍ୱାରା ପ୍ରଦାନ କରାଯାଇଛି। ଯାହାକୁ ସମସ୍ତ କାର୍ଯ୍ୟାଳୟ ପାଳନ କରିବା ଆବଶ୍ୟକ।

