‘କାହା ଟଙ୍କା ଧରାପଡ଼ିବା ଭୟରେ ଡରୁଛି ଭାଜପା’

ଭୁବନେଶ୍ବର, ୩୦।୧୧(ବ୍ୟୁରୋ): ସୋମବାର ସାରେ ପଦ୍ମପୁର ଜଗଦମ୍ବା କ୍ଲଥ୍‌ ଷ୍ଟୋରରେ ଜିଏସ୍‌ଟି ଚଢ଼ାଉ ସମୟରେ ଭାଜପାର ୩ ଜଣ ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଏବଂ କାଳନ୍ଦୀ ସାମଲ ଜାଣିଶୁଣି ଗଣ୍ଡଗୋଳ ଭିଆଇଥିବା ଅଭିଯୋଗ ଆଣିଛି ବିଜେଡି। ଏହି ମର୍ମରେ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇ ଉକ୍ତ ୩ଭାଜପା ନେତାଙ୍କୁ ପଦ୍ମପୁରରୁ ତଡ଼ିପାର କରିବା ସହ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି। ସେହିପରି ପଦ୍ମପୁରରେ ସର୍ଭେଲାନ୍ସ ବଢ଼ାଇବାକୁ ବିଜେଡି ଦାବି କରିଛି। ବିଜେଡି ପକ୍ଷରୁ କୁହାଯାଇଛି, ଜିଏସ୍‌ଟି ଟିମ୍‌ର ଜଣେ ମହିଳା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବା ସହ ଭାଜପା କର୍ମୀମାନେ ଗାଡ଼ି ପୋଡ଼ିଛନ୍ତି। କାହା ଟଙ୍କା ଧରାପଡ଼ିବା ଭୟରେ ଭାଜପା ଏଭଳି କାଣ୍ଡ କରିଛି ବୋଲି ବିଜେଡି ପ୍ରଶ୍ନ କରିଛି। କେଉଁ କେନ୍ଦ୍ରମନ୍ତ୍ରୀଙ୍କ ଟଙ୍କା ଧରାପଡ଼ିବାର ଭୟ ରହିଥିଲା। ଭାଜପା ଏସବୁ ପ୍ରଶ୍ନର ଉତ୍ତରଦେବା ଦରକାର ବୋଲି ବିଜେଡି କହିଛି। ସେହିପରି ଭାଜପା ନେତା ଦିଲୀପ କୁମାର ସେନାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶାସକ ଦଳ ଦାବି କରିଛି। ସେ ବିଜେଡି କର୍ମୀଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ପଦ୍ମପୁରରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ବିଜେଡି ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,୯।୨: ବିଧାୟକ ବାବୁ ସିଂଙ୍କ ଆବେଦନ ହାଇକୋର୍ଟରେ ଖାରଜ କରାଯାଇଛି। ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ କରାଯାଇଛି। ବିନା ଶୁଣାଣିରେ ମାମଲା ଖାରଜ କରିବାକୁ…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପ୍ରେମ ସପ୍ତାହରେ ପ୍ରେମିକଙ୍କୁ ହତ୍ୟା: ଗାଁରୁ ଆସିଥିବା ଟ୍ୟାକ୍ସି ଡ୍ରାଇଭର ପ୍ରେମିକଙ୍କୁ ହତ୍ୟାକଲେ ପାଲରେ କାମ କରୁଥିବା ପ୍ରେମିକା

ଭୁବନେଶ୍ୱର,୯।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଏବେ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ତଣ୍ଟି କାଟି ହତ୍ୟା କରିବା ଅଭିଯୋଗରେ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri