ଟମାଟୋ ଫ୍ଲୁ

ଗୋଟିଏ ଫୁଲ ବଗିଚାରେ ଗ୍ରୀଷ୍ମଋତୁରେ ଛୋଟ ଛୋଟ ଗଛ ଝାଉଁଳି ଯାଉଥିବା ବେଳେ ଅତ୍ୟଧିକ ବର୍ଷାରେ ଚେର ପଚିଯାଇ ବି ଗଛ ନଷ୍ଟ ହୋଇଯାଆନ୍ତି। ସେହିପରି ଋତୁ ପରିବର୍ତ୍ତନ ସମୟରେ ଶିଶୁମାନେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ଶିଶୁରୋଗର କାରଣ ଅନୁଧ୍ୟାନ କଲେ ଦେଖାଯାଏ ଜୀବାଣୁ, ଭୂତାଣୁ, ପରାଙ୍ଗପୁଷ୍ଟ, ଫଙ୍ଗସ୍‌, ରିକେଟ୍‌ସିଆ ଇତ୍ୟାଦି ପ୍ରଧାନ।
ଭୂତାଣୁମାନଙ୍କ ପ୍ରାଦୁର୍ଭାବ ଅତ୍ୟଧିକ ଉଷ୍ମତା ଓ ଆର୍ଦ୍ର ଜଳବାୟୁରେ ଦେଖାଯାଏ ଯେପରି ଗ୍ରୀଷ୍ମ ଓ ବର୍ଷାଋତୁରେ।
ଅଳ୍ପ କିଛିଦିନ ହେବ କେରଳର କୋଲମ୍‌ ସହରରେ ୮୨ଜଣ ୫ ବର୍ଷର କମ୍‌ ଶିଶୁଙ୍କ ଦେହରେ ଏକ ନୂତନ ରୋଗ ଦେଖାଦେଲା ଯାହାକି ବହୁ ଶୀଘ୍ର ବ୍ୟାପିବାରେ ଲାଗିଲା। ନିକଟସ୍ଥ କର୍ନାଟକ ଓ ତାମିଲନାଡୁକୁ ଏହି ରୋଗ ଯେପରି ନ ବ୍ୟାପେ ରାଜ୍ୟ ସରକାର ସତର୍କଦୃଷ୍ଟି ରଖିଛନ୍ତି। ଉକ୍ତ ରୋଗରେ ୫ବର୍ଷର କମ୍‌ ଶିଶୁମାନଙ୍କ ଦେହରେ ପାଣିଫୋଟକା ଆକାରର ଲାଲଦାଗ ବାହାରେ , ଯାହାକି ଟମାଟୋ ରଙ୍ଗର ଦେଖାଯାଏ। ତେଣୁ ଏହାକୁ ଟମାଟୋ ଫ୍ଲୁ ନାମ ଦିଆଗଲା।
କାରଣ: ଟମାଟୋ ଫ୍ଲୁ ରୋଗର କାରଣ ଠିକ୍‌ ଭାବରେ ଜଣା ନ ପଡ଼ିଲେ ମଧ୍ୟ ଏହା ଭୂତାଣୁଜନିତ ବୋଲି ସନ୍ଦେହ କରାଯାଉଛି। କେତେକେ ଏହାକୁ ଚିକେନ୍‌ ଗୁନିଆ ଓ ଡେଙ୍ଗୁ ରୋଗର ପ୍ରତିକ୍ରିୟା ବୋଲି ସନ୍ଦେହ କରୁଛନ୍ତି। ଲିଚୁ ଫଳ ସହିତ ଏନ୍‌ସେଫାଲାଇଟିସ ରୋଗ, କୁକୁଡ଼ା ସହିତ ବାର୍ଡ ଫ୍ଲୁ ରୋଗର ଯେପରି ସମ୍ପର୍କ ରହିଛି, ଟମାଟୋ ଫ୍ଲୁ ର ଟମାଟୋ ସହିତ କୌଣସି ସମ୍ପର୍କ ନାହିଁ। ଟମାଟୋ ଫ୍ଲୁ ର ହ୍ୟାଣ୍ଡ ଫୁଟ୍‌ ମାଉଥ୍‌ ଡିଜିଜ୍‌ ସହିତ ଅନେକ ସାମଞ୍ଜସ୍ୟ ରହିଛି ଯାହାକି ଓଡ଼ିଶାରେ ବ୍ୟାପକ ଭାବେ ଦେଖାଦେଇଛି। ଏହା ଏକ ଭୂତାଣୁଜନିତ ରୋଗ, ଯାହାକି କଟ୍‌ସାକି A-16, ଏଣ୍ଟେରୋଭାଇରସ୍‌ A71 ଦ୍ୱାରା ହୋଇଥାଏ। କଟ୍‌ସାକି A6 ଭୂତାଣୁ କିଶୋର କିଶୋରୀଙ୍କ ଠାରେ ମଧ୍ୟ ରୋଗ କରାଇଥାଏ।
ବୟସ ଓ ଲିଙ୍ଗ: ୬ମାସରୁ ପାଞ୍ଚବର୍ଷ ବୟସର ଶିଶୁମାନଙ୍କୁ ଦେଖାଯାଏ। ଆମ ରାଜ୍ୟର ୯ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କଠାରେ ମଧ୍ୟ ଦେଖାଯାଉଛି। ଏଥିରେ ଲିଙ୍ଗ ଭେଦ ଦେଖାଯାଏ ନାହିଁ, ବାଳକ ବାଳିକାକୁ ସମପରିମାଣରେ ଏହା ଦେଖାଯାଏ।
ଇନ୍‌କ୍ୟୁବେଶନ ସମୟ: ଭୂତାଣୁ ଶରୀରରେ ପ୍ରବେଶ କରିବାଠାରୁ ୩ରୁ ୬ଦିନ ମଧ୍ୟରେ ରୋଗ ଦେହରେ ଦେଖାଯାଏ।
ରୋଗର ଲକ୍ଷଣ: ଲକ୍ଷଣ ପ୍ରଥମେ ଅତ୍ୟଧିକ ଜ୍ୱର ହୁଏ। ଗଳାରେ ଯନ୍ତ୍ରଣା ହୁଏ ଓ ଭୋକ ହୁଏ ନାହିଁ। ଶିଶୁଟି ମାନ୍ଦା ରହେ। ମୁଖ ଗହ୍ବର, ଜିଭ ଓ ଦାନ୍ତ ମାଢିରେ କ୍ଷତ ସୃଷ୍ଟି ଯାହା ଚତୁଃପାର୍ଶ୍ୱ ଗାଢ ଲାଲ୍‌ ଦେଖାଯାଏ ଓ ମଧ୍ୟ ଅଂଶଟି ଧଳା ଦେଖାଯାଏ। ଶିଶୁର ବାନ୍ତି ହୁଏ, ଲାଳ ବାହାରେ ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ହସ୍ତ, ପଦର ଉପରି ଭାଗରେ ଓ କଟିର ନିମ୍ନଭାଗରେ ପାଣି ଫୋଟକା ପରି କ୍ଷତ ସୃଷ୍ଟି କରେ, ଯାହାକି କେତେକାଂଶରେ ହାଡ଼ଫୁଟି କିମ୍ବା ଚିକେନ୍‌ ପକ୍ସର ଭ୍ରମ ସୃଷ୍ଟି କରେ। ଶିଶୁଟି ଖାଦ୍ୟ ଖାଇପାରେ ନାହିଁ। ଜଳ ଶୁଷ୍କତା ଦେଖାଦିଏ। ଶିଶୁଟି ଦୁର୍ବଳ ହୋଇପଡେ ଓ ଚିଡ଼ିଚିଡ଼ା ହୁଏ। ଜ୍ୱର ଅଧିକ ହୋଇ ଜ୍ୱର ପିହୁଳା ହୋଇପାରେ। ଆଣ୍ଠୁ ଗଣ୍ଠି ଫୁଲିବା ସହିତ ଯନ୍ତ୍ରଣା ହୁଏ। ପେଟ ଟାଣିଧରେ, ବାନ୍ତି, ତରଳ ଝାଡ଼ା, କାଶ ଥଣ୍ଡା ଓ ଛିଙ୍କ ଲାଗିରହେ। କେତେକ ସ୍ଥଳରେ ପାଦ ଓ ଆଣ୍ଠୁ ଉପରେ, କହୁଣି ଉପରେ ଫୋଟକା ଅଧିକ ଦେଖାଯାଏ।
ରୋଗ ଚିହ୍ନଟ: ୧. ହାତ, ପାଦ, ପିଚା ନିକଟରେ ପାଣି ଫୋଟକା ପରି ଘା’ ଓ ପାଟି ଭିତରେ ଘା’ ହିଁ ଏହି ରୋଗକୁ ଚିହ୍ନିତ କରେ।
୨. ହାଡ଼ଫୁଟି ରୋଗ ଗୋଟିଏ ଦିନ ଅଳ୍ପ ଜ୍ୱର ପରେ ଯାହାକି ଛାତି ପେଟରେ ଅଧିକ ହୋଇଥାଏ।
୩. ମିଳିମିଳା ରୋଗ ୪ ଦିନ ଜ୍ୱର ହେବା ପରେ କପାଳ, କାନର ପଶ୍ଚାତ୍‌ ଭାଗରୁ ଆରମ୍ଭ ହୋଇ ମୁଖ, ବେକ, ଛାତି ଓ ଗୋଡ଼ ଆଡ଼କୁ ଯାଇଥାଏ। ଏଥିରେ ପାଣି ଫୋଟକା ହୁଏ ନାହିଁ।
୪. ଖରାଦିନିଆ ବଥ ଏଗୁଡିକ ଦେହରେ ଯେକୌଣସି ସ୍ଥାନରେ ହୋଇଥାଏ ଓ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନ ଥାଏ।
୫. ଫ୍ଲୁ ରୋଗ ଓ କରୋନା ରୋଗ ଜ୍ୱର, ଥଣ୍ଡା, କାଶ, ଛିଙ୍କ, ଦେହ ହାତ ତଥା ନିଉଓମାନିଆ (କରୋନା ସ୍ଥଳେ) ହୋଇଥାଏ, କିନ୍ତୁ ଦେହରେ ପାଣି ଫୋଟକା ହୁଏନାହିଁ।
ଚିକିତ୍ସା: ଲକ୍ଷଣ ଦେଖି ଚିକିତ୍ସା କରାଯାଏ। ଶତକଡା ୩୦% ରୁ ୪୦% ବିନା ଚିକିତ୍ସାରେ ଭଲହୋଇ ଯାଇପାରନ୍ତି। ରୋଗ ସମ୍ପୂର୍ଣ୍ଣ ଭଲ ହେବାକୁ ୭ରୁ ୧୦ଦିନ ଲାଗେ।
କେବେ ଡାକ୍ତରଙ୍କ ନିକଟକୁ ନେବେ:
– ଶିଶୁଠାରେ ୭ ଦିନରୁ ଅଧିକ ଦିନ ରୁଗ୍‌ଣତା ରହିଲେ, ଅତ୍ୟଧିକ ବାନ୍ତି ହୋଇ ଜଳଶୁଷ୍କତା ଦେଖାଦେଲେ, ପରିସ୍ରା ୮ଘଣ୍ଟାରୁ ଅଧିକ ସମୟ ନ ହେଲେ, ଅଧିକ ଜ୍ୱର ହୋଇ ଶିଶୁ ନିସ୍ତେଜ ରହିଲେ ତୁରନ୍ତ ଡାକ୍ତରଖାନା ନେବା ଆବଶ୍ୟକ।
ଜ୍ୱର ପାଇଁ ପାରାସିଟାମଲ ପ୍ରତି କି.ଗ୍ରା. ଓଜନ ପାଇଁ ୧୫କି.ଗ୍ରା .,ପାଟିରେ ବ୍ୟଥା କମାଇବା ଔଷଧ ଲଗାଇବା ଦରକାର। ଆଣ୍ଟିବାୟୋଟିକ୍‌ ସେକେଣ୍ଡାରି ସଂକ୍ରମଣ ହେଲେ ଦିଆଯାଏ। ଟମାଟୋ ଖାଇବାରେ କୌଣସି ମନା ନାହିଁ। ଦେହରେ କୁଣ୍ଡିଆ ଓ ଯନ୍ତ୍ରଣା କମାଇବାକୁ କାଲାମିନ୍‌ ଲୋଶନ ଲଗାଇବା ଦରକାର।
ପ୍ରତିଷେଧକ: ଏହା ଏକ ଭୂତାଣୁଜନିତ ରୋଗ। ଏଥିପାଇଁ କୌଣସି ପ୍ରତିଷେଧକ ଟିକା ନାହିଁ। ସଂସ୍ପର୍ଶ ଦ୍ୱାରା ଏହା ବ୍ୟାପିଥାଏ। ଶିଶୁର ଲାଳ, ଝାଡ଼ା, କ୍ଷତରୁ ବାହାରୁଥିବା ଲସିକା ଦେହରେ ଲାଗିଲେ ଲୁଗାପଟା, ବାସନକୁସନ, ମଳର ସଂସ୍ପର୍ଶରେ ଆସିଲେ ଏହା ବ୍ୟାପେ।
ଶିଶୁକୁ ଅନ୍ୟ ଶିଶୁଙ୍କଠାରୁ ଦୂରେଇ ରଖନ୍ତୁ। ଆଇସୋଲେସନ୍‌ ହିଁ ଏହାର ବ୍ୟାପ୍ତିକୁ ପ୍ରତିରୋଧ କରିଥାଏ। ଖାଦ୍ୟ ଖୁଆଇବା, ଡାଇପର ବଦଳାଇବା ପରେ ହାତ ଭଲ ଭାବରେ ଧୋଇବା ଆବଶ୍ୟକ। ଶିଶୁଟିର ଚଳପ୍ରଚଳ ସ୍ଥାନଟିକୁ ବ୍ଲିଚିଂ ପାଉଡର ମିଶା ଜଳରେ ପୋଛିବା ଦରକାର। ଶିଶୁର ବ୍ୟବହୃତ ବାସନକୁସନକୁ ଗରମପାଣିରେ ଧୋଇବା ଓ ଡାଇପରକୁ ଏଣେତେଣେ ନ ଫୋପାଡ଼ି ଉପଯୁକ୍ତ ସ୍ଥାନରେ ଫିଙ୍ଗିବା ଆବଶ୍ୟକ। ଏହି ରୋଗ ପ୍ରତି ସର୍ତକତା ଅବଲମ୍ବନ କଲେ ଏହାର ବ୍ୟାପକତା ରୋକାଯାଇପାରିବ।

ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ
– ଶିଶୁରୋଗ ବିଶେଷଜ୍ଞ
ଜାତୀୟ ସ୍ବାସ୍ଥ୍ୟ ମିଶନ
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri