ଟମାଟୋ ଫ୍ଲୁ

ଗୋଟିଏ ଫୁଲ ବଗିଚାରେ ଗ୍ରୀଷ୍ମଋତୁରେ ଛୋଟ ଛୋଟ ଗଛ ଝାଉଁଳି ଯାଉଥିବା ବେଳେ ଅତ୍ୟଧିକ ବର୍ଷାରେ ଚେର ପଚିଯାଇ ବି ଗଛ ନଷ୍ଟ ହୋଇଯାଆନ୍ତି। ସେହିପରି ଋତୁ ପରିବର୍ତ୍ତନ ସମୟରେ ଶିଶୁମାନେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ଶିଶୁରୋଗର କାରଣ ଅନୁଧ୍ୟାନ କଲେ ଦେଖାଯାଏ ଜୀବାଣୁ, ଭୂତାଣୁ, ପରାଙ୍ଗପୁଷ୍ଟ, ଫଙ୍ଗସ୍‌, ରିକେଟ୍‌ସିଆ ଇତ୍ୟାଦି ପ୍ରଧାନ।
ଭୂତାଣୁମାନଙ୍କ ପ୍ରାଦୁର୍ଭାବ ଅତ୍ୟଧିକ ଉଷ୍ମତା ଓ ଆର୍ଦ୍ର ଜଳବାୟୁରେ ଦେଖାଯାଏ ଯେପରି ଗ୍ରୀଷ୍ମ ଓ ବର୍ଷାଋତୁରେ।
ଅଳ୍ପ କିଛିଦିନ ହେବ କେରଳର କୋଲମ୍‌ ସହରରେ ୮୨ଜଣ ୫ ବର୍ଷର କମ୍‌ ଶିଶୁଙ୍କ ଦେହରେ ଏକ ନୂତନ ରୋଗ ଦେଖାଦେଲା ଯାହାକି ବହୁ ଶୀଘ୍ର ବ୍ୟାପିବାରେ ଲାଗିଲା। ନିକଟସ୍ଥ କର୍ନାଟକ ଓ ତାମିଲନାଡୁକୁ ଏହି ରୋଗ ଯେପରି ନ ବ୍ୟାପେ ରାଜ୍ୟ ସରକାର ସତର୍କଦୃଷ୍ଟି ରଖିଛନ୍ତି। ଉକ୍ତ ରୋଗରେ ୫ବର୍ଷର କମ୍‌ ଶିଶୁମାନଙ୍କ ଦେହରେ ପାଣିଫୋଟକା ଆକାରର ଲାଲଦାଗ ବାହାରେ , ଯାହାକି ଟମାଟୋ ରଙ୍ଗର ଦେଖାଯାଏ। ତେଣୁ ଏହାକୁ ଟମାଟୋ ଫ୍ଲୁ ନାମ ଦିଆଗଲା।
କାରଣ: ଟମାଟୋ ଫ୍ଲୁ ରୋଗର କାରଣ ଠିକ୍‌ ଭାବରେ ଜଣା ନ ପଡ଼ିଲେ ମଧ୍ୟ ଏହା ଭୂତାଣୁଜନିତ ବୋଲି ସନ୍ଦେହ କରାଯାଉଛି। କେତେକେ ଏହାକୁ ଚିକେନ୍‌ ଗୁନିଆ ଓ ଡେଙ୍ଗୁ ରୋଗର ପ୍ରତିକ୍ରିୟା ବୋଲି ସନ୍ଦେହ କରୁଛନ୍ତି। ଲିଚୁ ଫଳ ସହିତ ଏନ୍‌ସେଫାଲାଇଟିସ ରୋଗ, କୁକୁଡ଼ା ସହିତ ବାର୍ଡ ଫ୍ଲୁ ରୋଗର ଯେପରି ସମ୍ପର୍କ ରହିଛି, ଟମାଟୋ ଫ୍ଲୁ ର ଟମାଟୋ ସହିତ କୌଣସି ସମ୍ପର୍କ ନାହିଁ। ଟମାଟୋ ଫ୍ଲୁ ର ହ୍ୟାଣ୍ଡ ଫୁଟ୍‌ ମାଉଥ୍‌ ଡିଜିଜ୍‌ ସହିତ ଅନେକ ସାମଞ୍ଜସ୍ୟ ରହିଛି ଯାହାକି ଓଡ଼ିଶାରେ ବ୍ୟାପକ ଭାବେ ଦେଖାଦେଇଛି। ଏହା ଏକ ଭୂତାଣୁଜନିତ ରୋଗ, ଯାହାକି କଟ୍‌ସାକି A-16, ଏଣ୍ଟେରୋଭାଇରସ୍‌ A71 ଦ୍ୱାରା ହୋଇଥାଏ। କଟ୍‌ସାକି A6 ଭୂତାଣୁ କିଶୋର କିଶୋରୀଙ୍କ ଠାରେ ମଧ୍ୟ ରୋଗ କରାଇଥାଏ।
ବୟସ ଓ ଲିଙ୍ଗ: ୬ମାସରୁ ପାଞ୍ଚବର୍ଷ ବୟସର ଶିଶୁମାନଙ୍କୁ ଦେଖାଯାଏ। ଆମ ରାଜ୍ୟର ୯ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କଠାରେ ମଧ୍ୟ ଦେଖାଯାଉଛି। ଏଥିରେ ଲିଙ୍ଗ ଭେଦ ଦେଖାଯାଏ ନାହିଁ, ବାଳକ ବାଳିକାକୁ ସମପରିମାଣରେ ଏହା ଦେଖାଯାଏ।
ଇନ୍‌କ୍ୟୁବେଶନ ସମୟ: ଭୂତାଣୁ ଶରୀରରେ ପ୍ରବେଶ କରିବାଠାରୁ ୩ରୁ ୬ଦିନ ମଧ୍ୟରେ ରୋଗ ଦେହରେ ଦେଖାଯାଏ।
ରୋଗର ଲକ୍ଷଣ: ଲକ୍ଷଣ ପ୍ରଥମେ ଅତ୍ୟଧିକ ଜ୍ୱର ହୁଏ। ଗଳାରେ ଯନ୍ତ୍ରଣା ହୁଏ ଓ ଭୋକ ହୁଏ ନାହିଁ। ଶିଶୁଟି ମାନ୍ଦା ରହେ। ମୁଖ ଗହ୍ବର, ଜିଭ ଓ ଦାନ୍ତ ମାଢିରେ କ୍ଷତ ସୃଷ୍ଟି ଯାହା ଚତୁଃପାର୍ଶ୍ୱ ଗାଢ ଲାଲ୍‌ ଦେଖାଯାଏ ଓ ମଧ୍ୟ ଅଂଶଟି ଧଳା ଦେଖାଯାଏ। ଶିଶୁର ବାନ୍ତି ହୁଏ, ଲାଳ ବାହାରେ ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ହସ୍ତ, ପଦର ଉପରି ଭାଗରେ ଓ କଟିର ନିମ୍ନଭାଗରେ ପାଣି ଫୋଟକା ପରି କ୍ଷତ ସୃଷ୍ଟି କରେ, ଯାହାକି କେତେକାଂଶରେ ହାଡ଼ଫୁଟି କିମ୍ବା ଚିକେନ୍‌ ପକ୍ସର ଭ୍ରମ ସୃଷ୍ଟି କରେ। ଶିଶୁଟି ଖାଦ୍ୟ ଖାଇପାରେ ନାହିଁ। ଜଳ ଶୁଷ୍କତା ଦେଖାଦିଏ। ଶିଶୁଟି ଦୁର୍ବଳ ହୋଇପଡେ ଓ ଚିଡ଼ିଚିଡ଼ା ହୁଏ। ଜ୍ୱର ଅଧିକ ହୋଇ ଜ୍ୱର ପିହୁଳା ହୋଇପାରେ। ଆଣ୍ଠୁ ଗଣ୍ଠି ଫୁଲିବା ସହିତ ଯନ୍ତ୍ରଣା ହୁଏ। ପେଟ ଟାଣିଧରେ, ବାନ୍ତି, ତରଳ ଝାଡ଼ା, କାଶ ଥଣ୍ଡା ଓ ଛିଙ୍କ ଲାଗିରହେ। କେତେକ ସ୍ଥଳରେ ପାଦ ଓ ଆଣ୍ଠୁ ଉପରେ, କହୁଣି ଉପରେ ଫୋଟକା ଅଧିକ ଦେଖାଯାଏ।
ରୋଗ ଚିହ୍ନଟ: ୧. ହାତ, ପାଦ, ପିଚା ନିକଟରେ ପାଣି ଫୋଟକା ପରି ଘା’ ଓ ପାଟି ଭିତରେ ଘା’ ହିଁ ଏହି ରୋଗକୁ ଚିହ୍ନିତ କରେ।
୨. ହାଡ଼ଫୁଟି ରୋଗ ଗୋଟିଏ ଦିନ ଅଳ୍ପ ଜ୍ୱର ପରେ ଯାହାକି ଛାତି ପେଟରେ ଅଧିକ ହୋଇଥାଏ।
୩. ମିଳିମିଳା ରୋଗ ୪ ଦିନ ଜ୍ୱର ହେବା ପରେ କପାଳ, କାନର ପଶ୍ଚାତ୍‌ ଭାଗରୁ ଆରମ୍ଭ ହୋଇ ମୁଖ, ବେକ, ଛାତି ଓ ଗୋଡ଼ ଆଡ଼କୁ ଯାଇଥାଏ। ଏଥିରେ ପାଣି ଫୋଟକା ହୁଏ ନାହିଁ।
୪. ଖରାଦିନିଆ ବଥ ଏଗୁଡିକ ଦେହରେ ଯେକୌଣସି ସ୍ଥାନରେ ହୋଇଥାଏ ଓ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନ ଥାଏ।
୫. ଫ୍ଲୁ ରୋଗ ଓ କରୋନା ରୋଗ ଜ୍ୱର, ଥଣ୍ଡା, କାଶ, ଛିଙ୍କ, ଦେହ ହାତ ତଥା ନିଉଓମାନିଆ (କରୋନା ସ୍ଥଳେ) ହୋଇଥାଏ, କିନ୍ତୁ ଦେହରେ ପାଣି ଫୋଟକା ହୁଏନାହିଁ।
ଚିକିତ୍ସା: ଲକ୍ଷଣ ଦେଖି ଚିକିତ୍ସା କରାଯାଏ। ଶତକଡା ୩୦% ରୁ ୪୦% ବିନା ଚିକିତ୍ସାରେ ଭଲହୋଇ ଯାଇପାରନ୍ତି। ରୋଗ ସମ୍ପୂର୍ଣ୍ଣ ଭଲ ହେବାକୁ ୭ରୁ ୧୦ଦିନ ଲାଗେ।
କେବେ ଡାକ୍ତରଙ୍କ ନିକଟକୁ ନେବେ:
– ଶିଶୁଠାରେ ୭ ଦିନରୁ ଅଧିକ ଦିନ ରୁଗ୍‌ଣତା ରହିଲେ, ଅତ୍ୟଧିକ ବାନ୍ତି ହୋଇ ଜଳଶୁଷ୍କତା ଦେଖାଦେଲେ, ପରିସ୍ରା ୮ଘଣ୍ଟାରୁ ଅଧିକ ସମୟ ନ ହେଲେ, ଅଧିକ ଜ୍ୱର ହୋଇ ଶିଶୁ ନିସ୍ତେଜ ରହିଲେ ତୁରନ୍ତ ଡାକ୍ତରଖାନା ନେବା ଆବଶ୍ୟକ।
ଜ୍ୱର ପାଇଁ ପାରାସିଟାମଲ ପ୍ରତି କି.ଗ୍ରା. ଓଜନ ପାଇଁ ୧୫କି.ଗ୍ରା .,ପାଟିରେ ବ୍ୟଥା କମାଇବା ଔଷଧ ଲଗାଇବା ଦରକାର। ଆଣ୍ଟିବାୟୋଟିକ୍‌ ସେକେଣ୍ଡାରି ସଂକ୍ରମଣ ହେଲେ ଦିଆଯାଏ। ଟମାଟୋ ଖାଇବାରେ କୌଣସି ମନା ନାହିଁ। ଦେହରେ କୁଣ୍ଡିଆ ଓ ଯନ୍ତ୍ରଣା କମାଇବାକୁ କାଲାମିନ୍‌ ଲୋଶନ ଲଗାଇବା ଦରକାର।
ପ୍ରତିଷେଧକ: ଏହା ଏକ ଭୂତାଣୁଜନିତ ରୋଗ। ଏଥିପାଇଁ କୌଣସି ପ୍ରତିଷେଧକ ଟିକା ନାହିଁ। ସଂସ୍ପର୍ଶ ଦ୍ୱାରା ଏହା ବ୍ୟାପିଥାଏ। ଶିଶୁର ଲାଳ, ଝାଡ଼ା, କ୍ଷତରୁ ବାହାରୁଥିବା ଲସିକା ଦେହରେ ଲାଗିଲେ ଲୁଗାପଟା, ବାସନକୁସନ, ମଳର ସଂସ୍ପର୍ଶରେ ଆସିଲେ ଏହା ବ୍ୟାପେ।
ଶିଶୁକୁ ଅନ୍ୟ ଶିଶୁଙ୍କଠାରୁ ଦୂରେଇ ରଖନ୍ତୁ। ଆଇସୋଲେସନ୍‌ ହିଁ ଏହାର ବ୍ୟାପ୍ତିକୁ ପ୍ରତିରୋଧ କରିଥାଏ। ଖାଦ୍ୟ ଖୁଆଇବା, ଡାଇପର ବଦଳାଇବା ପରେ ହାତ ଭଲ ଭାବରେ ଧୋଇବା ଆବଶ୍ୟକ। ଶିଶୁଟିର ଚଳପ୍ରଚଳ ସ୍ଥାନଟିକୁ ବ୍ଲିଚିଂ ପାଉଡର ମିଶା ଜଳରେ ପୋଛିବା ଦରକାର। ଶିଶୁର ବ୍ୟବହୃତ ବାସନକୁସନକୁ ଗରମପାଣିରେ ଧୋଇବା ଓ ଡାଇପରକୁ ଏଣେତେଣେ ନ ଫୋପାଡ଼ି ଉପଯୁକ୍ତ ସ୍ଥାନରେ ଫିଙ୍ଗିବା ଆବଶ୍ୟକ। ଏହି ରୋଗ ପ୍ରତି ସର୍ତକତା ଅବଲମ୍ବନ କଲେ ଏହାର ବ୍ୟାପକତା ରୋକାଯାଇପାରିବ।

ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ
– ଶିଶୁରୋଗ ବିଶେଷଜ୍ଞ
ଜାତୀୟ ସ୍ବାସ୍ଥ୍ୟ ମିଶନ
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri