ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦରମା-ଭତ୍ତା କେତେ ମିଳେ? ଭାରତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏତେ…

ନୂଆଦିଲ୍ଲୀ,୧୬।୮: ଆମ ଦେଶ ୭୮ତମ ସ୍ବାଧୀନତାର ପର୍ବ ପାଳନ କରୁଛି। ତେବେ ସ୍ବାଧୀନତା ପୂର୍ବରୁ ଭାରତ ବିଭାଜନ ହୋଇଥିଲା। ଯେଉଁଥିରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ଗଠନ ହୋଇଥିଲା। ତେବେ କୌଣସି କୌଣସି କାରଣରୁ ସୋସିଆଲ ମିଡିଆରେ ଭାରତ ଏବଂ ପାକିସ୍ତାନକୁ ଅନେକ ଜିନିଷରେ ତୁଳନା କରାଯାଏ। ଭାରତ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ସରିବା ପରେ ପ୍ରତି ମାସରେ କେତେ ପେସସନ ପାଆନ୍ତି। ଆଉ ଭାରତ ଠାରୁ ଏହା କେତେ କମ୍‌ କି ଅଧିକ ଆସନ୍ତୁ ଜାଣିବା।

ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି କି? ପାକିସ୍ତାନର ପ୍ରଧାନମନ୍ତ୍ରୀ ପ୍ରତିମାସରେ ବେତନ ହିସାବରେ ୧.୪୦ ଲକ୍ଷ ଟଙ୍କା ପାଇଥାନ୍ତି। ଦରମାରେ ଟିକସ କଟିବା ପରେ ତାଙ୍କୁ ଏତିକି ହିଁ ଦରମା ମିଳିଥାଏ। ଏଥିସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ। ଯେତେବେଳେ କି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦରମା ୧.୬ ଲକ୍ଷ ଟଙ୍କା, ଯେଉଁଥିରେ ସେ ଏମପି ଭାବେ ପାଇଥିବା ଦରମା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଭାରତୀୟ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ପ୍ରକାରର ଭତ୍ତା ପାଇଥାନ୍ତି। ସୂଚନାଥାଉ କି, ଭାରତର ଗୋଟିଏ ଟଙ୍କା ପାକିସ୍ତାନର ୧.୮୮ ଟଙ୍କା ସହିତ ସମାନ। ଯଦି ଏହିପରି ଦେଖାଯାଏ ତେବେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦରମା ପାକିସ୍ତାନୀ ମୁଦ୍ରାରେ ପ୍ରାୟ ତିନି ଲକ୍ଷ ଟଙ୍କା ଅଟେ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳରେ ଏକ ବଡ ଘର ପାଆନ୍ତି। ଏହା ବ୍ୟତୀତ ପରିବହନ, ରୋଷେଇ ଘର ପାଇଁ ଅନ୍ୟାନ୍ୟ ସୁବିଧା ଓ ଭତ୍ତା ମଧ୍ୟ ମିଳିଥାଏ। ଏହା ବ୍ୟତୀତ ସେମାନେ ବିଦେଶର ଯେକୌଣସି ସ୍ଥାନରୁ ୨ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ପାଇପାରିବେ, ଏଥିରେ କୌଣସି କଷ୍ଟମ ଡ୍ୟୁଟି ନାହିଁ। ତାଙ୍କର ଏକ ଲକ୍ଷ ଟଙ୍କା ବ୍ୟାକଅପ୍‌ ଟଙ୍କା ରହିଛି, ସେ ଜାତୀୟ, ଧାର୍ମିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଛଅ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

ପାକିସ୍ତାନରେ ସିନେଟର, ଜାତୀୟ ସଭାର ସଦସ୍ୟ ଏବଂ ମନ୍ତ୍ରୀଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ। ପାକିସ୍ତାନରେ ଜଣେ ସିନେଟରଙ୍କ ଦରମା ଚାରି ଲକ୍ଷ ଟଙ୍କା ଏବଂ ଜାତୀୟ ସଭାର ସଦସ୍ୟଙ୍କ ଦରମା ସାଢେ ୩ ଲକ୍ଷ ଟଙ୍କା। କେନ୍ଦ୍ର ମନ୍ତ୍ରୀଙ୍କ ଦରମା ୨.୩୫ ଲକ୍ଷ ଟଙ୍କା ଥିବାବେଳେ ରାଜ୍ୟ ମନ୍ତ୍ରୀମାନେ ବେତନ ହିସାବରେ ୨.୧୫ ଲକ୍ଷ ଟଙ୍କା ପାଇଛନ୍ତି। ପାକିସ୍ତାନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସର୍ବାଧିକ ଦରମା ରହିଛି। ଏହା ପ୍ରାୟ ନଅ ଲକ୍ଷ ଟଙ୍କା। ଅର୍ଥାତ ତାଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଚାରିରୁ ପାଞ୍ଚ ଗୁଣ ଅଧିକ।

ଭାରତରେ ପ୍ରଧାନମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତିଙ୍କୁ ଭାରତ ସରକାରଙ୍କ ତରଫରୁ ମାସକୁ ୧ ଲକ୍ଷ ୬୬ ହଜାର ଟଙ୍କା ଦରମା ମିଳିଥାଏ। ଏହି ରାଶିରେ ୫୦ ହଜାର ଟଙ୍କା ମୌଳିକ ବେତନ, ୩ହଜାର ଟଙ୍କା ବ୍ୟୟ ଭତ୍ତା, ୪୫ହଜାର ଟଙ୍କା ସଂସଦ ଭତ୍ତା ଏବଂ ଦୈନିକ ୨ହଜାର ଟଙ୍କା ଭତ୍ତା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦାଖଲ ହୋଇଥିବା ନିର୍ବାଚନରେ ବ୍ୟକ୍ତିଗତ ସମ୍ପତ୍ତିର ସବିଶେଷ ତଥ୍ୟ ୩.୨ କୋଟି ଟଙ୍କା ଦିଆଯାଇଥିଲା। ଏଥିରେ ଦୁଇଟି ପ୍ରମୁଖ ଆୟର ଉତ୍ସ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମିଳିଥିବା ଦରମା ଏବଂ ଏହା ଉପରେ ମିଳିଥିବା ସୁଧ ଅନ୍ତର୍ଭୁକ୍ତ ।

ଭାରତରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ଅଧିକ ଦରମା ପାଆନ୍ତି। ଦେଶରେ ରାଷ୍ଟ୍ରପତିଙ୍କ ଦରମା ମାସିକ ୫ ଲକ୍ଷ ଟଙ୍କା ଥିବାବେଳେ ଉପରାଷ୍ଟ୍ରପତିଙ୍କ ଦରମା ୪ ଲକ୍ଷ ଟଙ୍କା। ୨୦୧୮ପୂର୍ବରୁ ରାଷ୍ଟ୍ରପତି ୧ ଲକ୍ଷ ୫୦ ହଜାର ଟଙ୍କା ପାଇଥିବାବେଳେ ଉପରାଷ୍ଟ୍ରପତି ୧ ଲକ୍ଷ ୨୫ ହଜାର ଟଙ୍କା ପାଉଥିଲେ।

ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରତି ମାସରେ ୧ ଲକ୍ଷରୁ ଅଧିକ ପେନସନ ପାଇଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀମାନେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ସୁବିଧା ପାଆନ୍ତି। ଏଥିରେ ଜୀବନ ଯାକ ପାଇଁ ମାଗଣା ଘର ସୁବିଧା, ମାଗଣା ଚିକିତ୍ସା ସହାୟତା, ୧୪ ଜଣଙ୍କର ସଚିବ କର୍ମଚାରୀ, ୬ଟି ଘରୋଇ ବିମାନ ଟିକେଟ, ସମ୍ପୂର୍ଣ୍ଣ ମାଗଣା ରେଳ ଯାତ୍ରା, ୫ ବର୍ଷ ପାଇଁ ସମ୍ପୂର୍ଣ୍ଣ ଅଫିସ ଖର୍ଚ୍ଚ, ଗୋଟିଏ ବର୍ଷ ପାଇଁ ଏସପିଜି ସୁରକ୍ଷା, ଆଜୀବନ ମାଗଣା ବିଦ୍ୟୁତ ଏବଂ ଜଳ ଏବଂ ବ୍ୟକ୍ତିଗତ ସହାୟକ, ପିଅନ, ବିମାନ ଏବଂ ଟ୍ରେନ ଯାତ୍ରା, ଅଫିସ ଖର୍ଚ୍ଚ ପାଇଁ ପାଞ୍ଚ ବର୍ଷ ପରେ ବାର୍ଷିକ ୬ହଜାର ଟଙ୍କା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri