ସରକାରୀରୁ ନେଇ ପ୍ରାଇଭେଟ୍‌.. କେଉଁ ବ୍ୟାଙ୍କରେ କେତେ ମିନିମମ୍‌ ବାଲାନ୍ସ ଜରୁରୀ, ଜାଣି ରଖନ୍ତୁ ନଚେତ…

ନୂଆଦିଲ୍ଲୀ,୧୩।୮: ଭାରତର ଦୁଇ ପ୍ରମୁଖ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ନିକଟରେ ସେଭିଙ୍ଗ୍ସ ଆକାଉଣ୍ଟ ପାଇଁ ମିନିମମ ଏଭରେଜ ବାଲାନ୍ସ (MAB) ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଏବେ ମେଟ୍ରୋ ଓ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କୁ ଆକାଉଣ୍ଟରେ ହାରାହାରି ୫୦,୦୦୦ ଟଙ୍କା ରଖିବାକୁ କହିଛି, ଯାହା ପୂର୍ବରୁ ମାତ୍ର ୧୦,୦୦୦ ଟଙ୍କା ଥିଲା। ଅର୍ଦ୍ଧ-ସହରାଞ୍ଚଳରେ ଏହି ରାଶି ୫,୦୦୦ ଟଙ୍କାରୁ ବଢ଼ି ୨୫,୦୦୦ ଟଙ୍କା ହୋଇଛି, ଆଉ ଗ୍ରାମାଞ୍ଚଳରେ ୫,୦୦୦ ଟଙ୍କା ବଦଳରେ ଏବେ ୧୦,୦୦୦ ଟଙ୍କା ରଖିବାକୁ ପଡ଼ିବ। ସେହିପରି ଏଚଡିଏଫସି ବ୍ୟାଙ୍କ ମଧ୍ୟ ସେଭିଙ୍ଗ୍ସ ଆକାଉଣ୍ଟର ମିନିମମ ବାଲାନ୍ସ ୧୦,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରିଛି। ଯଦି ଆକାଉଣ୍ଟରେ ଏହି ରାଶି ନ ରହେ, ତେବେ ବ୍ୟାଙ୍କ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରିପାରେ। ତେବେ ଏହି ନିୟମ ୧ ଅଗଷ୍ଟ ୨୦୨୫ ପରେ ନୂଆ ଆକାଉଣ୍ଟ ଖୋଲିଥିବା ଗ୍ରାହକଙ୍କ ଉପରେ ଲାଗୁ ହେବ। ପୁରୁଣା ଖାତାଧାରୀଙ୍କ ପାଇଁ ପୁରୁଣା ନିୟମ ହିଁ ଜାରି ରହିବ।

ମିନିମମ ଏଭରେଜ ବାଲାନ୍ସ କ’ଣ?
ଯେତେବେଳେ ଜଣେ ବ୍ୟକ୍ତି ବ୍ୟାଙ୍କରେ ସେଭିଙ୍ଗ୍ସ ଆକାଉଣ୍ଟ ଖୋଲନ୍ତି, ତେବେ ବ୍ୟାଙ୍କ ତାଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ରାଶି ଆକାଉଣ୍ଟରେ ରଖିବାକୁ କୁହେ। ଏହାକୁ ମିନିମମ ଏଭରେଜ ବାଲାନ୍ସ (MAB) କୁହାଯାଏ। ଏହି ରାଶି ବ୍ୟାଙ୍କ ଓ ଆକାଉଣ୍ଟ ଅନୁଯାୟୀ ଭିନ୍ନ ହୋଇପାରେ। ଯଦି ଗ୍ରାହକ ଏହି ରାଶି ରଖି ନ ପାରନ୍ତି, ତେବେ ବ୍ୟାଙ୍କ ଜୋରିମାନା ଆଦାୟ କରିପାରେ।

ସରକାରୀ ବ୍ୟାଙ୍କଗୁଡ଼ିକରେ ମିନିମମ ବାଲାନ୍ସ ନିୟମ ନାହିଁ:
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI): ପାଞ୍ଚ ବର୍ଷ ତଳେ ଏସ୍‌ବିଆଇ ମିନିମମ୍‌ ଏଭରେଜ୍‌ ବାଲାନ୍ସ ନିୟମ ବନ୍ଦ କରିଦେଇଛି। ଏହା ପରେ ଗ୍ରାହକମାନେ ନିଜ ଆବଶ୍ୟକତା ଅନୁଯାୟୀ ଆକାଉଣ୍ଟରେ ଟଙ୍କା ରଖିପାରୁଛନ୍ତି।
କାନାରା ବ୍ୟାଙ୍କ: ଜୁନ ୨୦୨୫ରୁ କାନାରା ବ୍ୟାଙ୍କ ସମସ୍ତ ସେଭିଙ୍ଗ୍ସ, ସାଲାରୀ ଓ ଏନ୍‌ଆର୍‌ଆଇ ଆକାଉଣ୍ଟରୁ ମିନିମମ୍‌ ବାଲାନ୍ସ ସର୍ତ୍ତ ହଟାଇ ଦେଇଛି।
ଇଣ୍ଡିଆନ ବ୍ୟାଙ୍କ: ୭ ଜୁଲାଇ ୨୦୨୫ରୁ ଇଣ୍ଡିଆନ ବ୍ୟାଙ୍କ ମିନିମମ ବାଲାନ୍ସ ନିୟମ ସମ୍ପୂର୍ଣ୍ଣ ବନ୍ଦ କରିଛି। ଏହା ଗ୍ରାହକଙ୍କ ସୁବିଧା ପାଇଁ କରାଯାଇଥିବା କୁହାଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା: ୧ ଜୁଲାଇ ୨୦୨୫ରୁ ଏହି ବ୍ୟାଙ୍କଗୁଡ଼ିକ ସାଧାରଣ ସେଭିଙ୍ଗ୍ସ ଆକାଉଣ୍ଟରେ ମିନିମମ ବାଲାନ୍ସ ହଟାଇ ଜିରୋ ବାଲାନ୍ସ ସୁବିଧା ଦେଇଛନ୍ତି। ତେବେ ପ୍ରିମିୟମ ଆକାଉଣ୍ଟରେ ନିର୍ଦ୍ଧିଷ୍ଟ ରାଶି ରଖିବା ଆବଶ୍ୟକ।

ଘରୋଇ ବ୍ୟାଙ୍କଗୁଡ଼ିକ ଆଦାୟ କରୁଛନ୍ତି ଜୋରିମାନା:
ଏଚ୍‌ଡିଏଫ୍‌ସି ବ୍ୟାଙ୍କ: ସହରାଞ୍ଚଳରେ ଗ୍ରାହକଙ୍କୁ ୨୫,୦୦୦ ଟଙ୍କା ହାରାହାରି ମାସିକ ବାଲାନ୍ସ ରଖିବାକୁ ପଡ଼ିବ। ଏହା ନ ରଖିଲେ ସହରାଞ୍ଚଳରେ ୬୦୦ ଟଙ୍କା ଓ ଅନ୍ୟ ଅଞ୍ଚଳରେ ୩୦୦ ଟଙ୍କା ଜରିମାନା ଲାଗିପାରେ।
ଆକ୍ସିସ ବ୍ୟାଙ୍କ: ଅର୍ଦ୍ଧ-ସହରାଞ୍ଚଳରେ ୧୨,୦୦୦ ଟଙ୍କା ହାରାହାରି ମାସିକ ବାଲାନ୍ସ ରଖିବା ଆବଶ୍ୟକ। ଏହା ନ ରହିଲେ ୬% ଜରିମାନା ଲାଗିପାରେ, ତେବେ ସର୍ବାଧିକ ୬୦୦ ଟଙ୍କା ଜୋରିମାନା ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri