ସରକାରୀରୁ ନେଇ ପ୍ରାଇଭେଟ୍‌.. କେଉଁ ବ୍ୟାଙ୍କରେ କେତେ ମିନିମମ୍‌ ବାଲାନ୍ସ ଜରୁରୀ, ଜାଣି ରଖନ୍ତୁ ନଚେତ…

ନୂଆଦିଲ୍ଲୀ,୧୩।୮: ଭାରତର ଦୁଇ ପ୍ରମୁଖ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ନିକଟରେ ସେଭିଙ୍ଗ୍ସ ଆକାଉଣ୍ଟ ପାଇଁ ମିନିମମ ଏଭରେଜ ବାଲାନ୍ସ (MAB) ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଏବେ ମେଟ୍ରୋ ଓ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କୁ ଆକାଉଣ୍ଟରେ ହାରାହାରି ୫୦,୦୦୦ ଟଙ୍କା ରଖିବାକୁ କହିଛି, ଯାହା ପୂର୍ବରୁ ମାତ୍ର ୧୦,୦୦୦ ଟଙ୍କା ଥିଲା। ଅର୍ଦ୍ଧ-ସହରାଞ୍ଚଳରେ ଏହି ରାଶି ୫,୦୦୦ ଟଙ୍କାରୁ ବଢ଼ି ୨୫,୦୦୦ ଟଙ୍କା ହୋଇଛି, ଆଉ ଗ୍ରାମାଞ୍ଚଳରେ ୫,୦୦୦ ଟଙ୍କା ବଦଳରେ ଏବେ ୧୦,୦୦୦ ଟଙ୍କା ରଖିବାକୁ ପଡ଼ିବ। ସେହିପରି ଏଚଡିଏଫସି ବ୍ୟାଙ୍କ ମଧ୍ୟ ସେଭିଙ୍ଗ୍ସ ଆକାଉଣ୍ଟର ମିନିମମ ବାଲାନ୍ସ ୧୦,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରିଛି। ଯଦି ଆକାଉଣ୍ଟରେ ଏହି ରାଶି ନ ରହେ, ତେବେ ବ୍ୟାଙ୍କ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରିପାରେ। ତେବେ ଏହି ନିୟମ ୧ ଅଗଷ୍ଟ ୨୦୨୫ ପରେ ନୂଆ ଆକାଉଣ୍ଟ ଖୋଲିଥିବା ଗ୍ରାହକଙ୍କ ଉପରେ ଲାଗୁ ହେବ। ପୁରୁଣା ଖାତାଧାରୀଙ୍କ ପାଇଁ ପୁରୁଣା ନିୟମ ହିଁ ଜାରି ରହିବ।

ମିନିମମ ଏଭରେଜ ବାଲାନ୍ସ କ’ଣ?
ଯେତେବେଳେ ଜଣେ ବ୍ୟକ୍ତି ବ୍ୟାଙ୍କରେ ସେଭିଙ୍ଗ୍ସ ଆକାଉଣ୍ଟ ଖୋଲନ୍ତି, ତେବେ ବ୍ୟାଙ୍କ ତାଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ରାଶି ଆକାଉଣ୍ଟରେ ରଖିବାକୁ କୁହେ। ଏହାକୁ ମିନିମମ ଏଭରେଜ ବାଲାନ୍ସ (MAB) କୁହାଯାଏ। ଏହି ରାଶି ବ୍ୟାଙ୍କ ଓ ଆକାଉଣ୍ଟ ଅନୁଯାୟୀ ଭିନ୍ନ ହୋଇପାରେ। ଯଦି ଗ୍ରାହକ ଏହି ରାଶି ରଖି ନ ପାରନ୍ତି, ତେବେ ବ୍ୟାଙ୍କ ଜୋରିମାନା ଆଦାୟ କରିପାରେ।

ସରକାରୀ ବ୍ୟାଙ୍କଗୁଡ଼ିକରେ ମିନିମମ ବାଲାନ୍ସ ନିୟମ ନାହିଁ:
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI): ପାଞ୍ଚ ବର୍ଷ ତଳେ ଏସ୍‌ବିଆଇ ମିନିମମ୍‌ ଏଭରେଜ୍‌ ବାଲାନ୍ସ ନିୟମ ବନ୍ଦ କରିଦେଇଛି। ଏହା ପରେ ଗ୍ରାହକମାନେ ନିଜ ଆବଶ୍ୟକତା ଅନୁଯାୟୀ ଆକାଉଣ୍ଟରେ ଟଙ୍କା ରଖିପାରୁଛନ୍ତି।
କାନାରା ବ୍ୟାଙ୍କ: ଜୁନ ୨୦୨୫ରୁ କାନାରା ବ୍ୟାଙ୍କ ସମସ୍ତ ସେଭିଙ୍ଗ୍ସ, ସାଲାରୀ ଓ ଏନ୍‌ଆର୍‌ଆଇ ଆକାଉଣ୍ଟରୁ ମିନିମମ୍‌ ବାଲାନ୍ସ ସର୍ତ୍ତ ହଟାଇ ଦେଇଛି।
ଇଣ୍ଡିଆନ ବ୍ୟାଙ୍କ: ୭ ଜୁଲାଇ ୨୦୨୫ରୁ ଇଣ୍ଡିଆନ ବ୍ୟାଙ୍କ ମିନିମମ ବାଲାନ୍ସ ନିୟମ ସମ୍ପୂର୍ଣ୍ଣ ବନ୍ଦ କରିଛି। ଏହା ଗ୍ରାହକଙ୍କ ସୁବିଧା ପାଇଁ କରାଯାଇଥିବା କୁହାଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା: ୧ ଜୁଲାଇ ୨୦୨୫ରୁ ଏହି ବ୍ୟାଙ୍କଗୁଡ଼ିକ ସାଧାରଣ ସେଭିଙ୍ଗ୍ସ ଆକାଉଣ୍ଟରେ ମିନିମମ ବାଲାନ୍ସ ହଟାଇ ଜିରୋ ବାଲାନ୍ସ ସୁବିଧା ଦେଇଛନ୍ତି। ତେବେ ପ୍ରିମିୟମ ଆକାଉଣ୍ଟରେ ନିର୍ଦ୍ଧିଷ୍ଟ ରାଶି ରଖିବା ଆବଶ୍ୟକ।

ଘରୋଇ ବ୍ୟାଙ୍କଗୁଡ଼ିକ ଆଦାୟ କରୁଛନ୍ତି ଜୋରିମାନା:
ଏଚ୍‌ଡିଏଫ୍‌ସି ବ୍ୟାଙ୍କ: ସହରାଞ୍ଚଳରେ ଗ୍ରାହକଙ୍କୁ ୨୫,୦୦୦ ଟଙ୍କା ହାରାହାରି ମାସିକ ବାଲାନ୍ସ ରଖିବାକୁ ପଡ଼ିବ। ଏହା ନ ରଖିଲେ ସହରାଞ୍ଚଳରେ ୬୦୦ ଟଙ୍କା ଓ ଅନ୍ୟ ଅଞ୍ଚଳରେ ୩୦୦ ଟଙ୍କା ଜରିମାନା ଲାଗିପାରେ।
ଆକ୍ସିସ ବ୍ୟାଙ୍କ: ଅର୍ଦ୍ଧ-ସହରାଞ୍ଚଳରେ ୧୨,୦୦୦ ଟଙ୍କା ହାରାହାରି ମାସିକ ବାଲାନ୍ସ ରଖିବା ଆବଶ୍ୟକ। ଏହା ନ ରହିଲେ ୬% ଜରିମାନା ଲାଗିପାରେ, ତେବେ ସର୍ବାଧିକ ୬୦୦ ଟଙ୍କା ଜୋରିମାନା ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri