Posted inଜାତୀୟ

କ’ଣ ହେବ ‘ଇଣ୍ଡିଆ’ ମେଣ୍ଟର ଭବିଷ୍ୟତ: କଂଗ୍ରେସ ଏମ୍‌ପି କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି ନିର୍ବାଚନରେ ପରାସ୍ତ ହେବା ପରେ ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଏହି ମେଣ୍ଟରେ ସାମିଲ ଅଧିକାଂଶ ଦଳ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ କରିଥିଲେ। ଏସପି, ଟିଏମସି, ଆରଜେଡି ସମେତ ଅନେକ ଦଳ କହିଥିଲେ, ଦିଲ୍ଲୀରେ ଆପ ଏକ ଦୃଢ଼ ସ୍ଥିତିରେ ଅଛି ଏବଂ ଭାଜପାକୁ ପରାସ୍ତ କରିପାରିବ। ସେଥିପାଇଁ ଆମେ ତାଙ୍କୁ ଆମର ସମର୍ଥନ ଦେଉଛୁ। ଦିଲ୍ଲୀରେ କେଜ୍‌ରିଓ୍ବାଲଙ୍କ ପରାଜୟ ପରେ ଏବେ ପ୍ରଶ୍ନ ଉଠାଯାଉଛି ଯେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ କ’ଣ ହେବ? କଂଗ୍ରେସ ନେତା ତଥା ରାଜ୍ୟ ସଭା ଏମ୍‌ପି ରାଜୀବ ଶୁକ୍ଲା ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ରାଜୀବ ଶୁକ୍ଲା କହିଛନ୍ତି, ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପରାଜୟ ସତ୍ତ୍ୱେ, ଇଣ୍ଡିଆ ବ୍ଲକ ଏକଜୁଟ ଅଛି ଏବଂ ଆଗାମୀ ଲୋକସଭା ନିର୍ବାଚନ ଏକାଠି ଲଢ଼ିବ। ଯେତେବେଳେ ଇଣ୍ଡିଆ ବ୍ଲକ ଗଠନ ହୋଇଥିଲା, ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ଆମେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବୁ। ରାଜ୍ୟ ୟୁନିଟଗୁଡ଼ିକୁ ସ୍ଥାନୀୟ ନିର୍ବାଚନରେ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯିବ। ସଂସଦୀୟ ନିର୍ବାଚନ ନିକଟ ହେଲେ ଇଣ୍ଡିଆ ବ୍ଲକ ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହେବ।”
ଶୁକ୍ଲା ଜୋର ଦେଇ କହିଛନ୍ତି, ରାଜ୍ୟ ସ୍ତରରେ ଭିନ୍ନ ଭିନ୍ନ ନିର୍ବାଚନ ରଣନୀତି ସତ୍ତ୍ୱେ ବିରୋଧୀ ଦଳ ଏକଜୁଟ ଅଛନ୍ତି। ଆମକୁ ଦଳଗୁଡ଼ିକର ପରବର୍ତ୍ତୀ ରଣନୀତି ମୂଲ୍ୟାଙ୍କନ କରିବାକୁ ପଡିବ, କିନ୍ତୁ ବିରୋଧୀ ଦଳ ଭିତରେ ଏକତା ଅକ୍ଷୁର୍ଣ୍ଣ ଅଛି ଏବଂ ରହିବ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ପରାଜୟ ଏକ ଶିକ୍ଷା, ଇଣ୍ଡିଆ ବ୍ଲକ ଭବିଷ୍ୟତରେ ଅଧିକ ଶକ୍ତି ପାଇବ। ଅଖିଳେଶ ଯାଦବ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସମର୍ଥନରେ ପ୍ରଚାର ମଧ୍ୟ କରିଥିଲେ। ଏହା ସତ୍ତ୍ୱେ, ଏଏପି କେବଳ ୨୨ଟି ଆସନ ଜିତିଥିଲା, ଯେତେବେଳେ ୨୦୨୦ ନିର୍ବାଚନରେ ଏହା ୬୨ଟି ଆସନ ଜିତିଥିଲା। ଭାଜପା୨୭ ବର୍ଷ ପରେ ଦିଲ୍ଲୀରେ ୪୮ଟି ଆସନ ଜିତି କ୍ଷମତାକୁ ଫେରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ବୁକ୍‌ କରିବା ହେଲା ସହଜ! WhatsAppଠାରୁ ମିସ୍ଡ କଲ ପର୍ଯ୍ୟନ୍ତ ଘରେ ବସି କରନ୍ତୁ…

ନୂଆଦିଲ୍ଲୀ,୧୪।୩: ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜେଲ୍‌ରୁ ବାହାରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୧୪।୩: ଲଦାଖରେ ହିଂସା ଘଟଣାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର…

LPG ସଙ୍କଟକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ…

ନୂଆଦିଲ୍ଲୀ,୧୪।୧: ଆସାମର ସିଲଚରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଉତ୍ତେଜନା ଏବଂ ଯୁଦ୍ଧ ଭଳି…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri